ସଂଯୋଗ
ସଂଯୋଗ
ନୂଆ ନୂଆ ବାହା ହେଇଥିଲେ ଶେଖର ଆଉ ସୀମା। ଶେଖର ଜଣେ ସରକାରୀ ଇଞ୍ଜିନିୟର ଥିଲା ଆଉ ସୀମା ସ୍କୁଲ ଟିଚର୍ସ। ବାପା ମାଆ ଠିକ୍ କରିଥିବା ଜାଗା ସେ ଦିଜଣ ପରଷ୍ପର କୁ ପସନ୍ଦ କରି ବାହା ହେଇଥିଲେ। ଦିଜଣ ବହୁତ୍ ଖୁସି ଭି ଥିଲେ। ବାହାଘର ମାସେ ପରେ ଶେଖର ର ଅଫିସ ରୁ ତା ଟ୍ରସ୍ଫର୍ ଲେଟର ଆସିଲା। ଉତ୍ତରପ୍ରଦେଶ ର ଗୋଟେ ସହର ରୁ। ଅଫର୍ ଭଲ ଥିଲା ସେଥି ପାଇ ସୀମା ଭି ତ ଚାକିରି ଛାଡିଦେଲା ଶେଖର ସହ ଯିବା ପାଇଁ। ଦିଜଣ ନିଜ ନୂଆ ଜାଗା କୁ ଯିବା କୁ ବହୁତ୍ ଖୁସି ଥିଲେ। ମନରେ ଗୋଟେ ଉଛାହ ଭି ଥିଲା। ବାପା ମାଆ ଙ୍କ ଠୁ ଆଶୀର୍ବାଦ ନେଇ ଶେଖର ଆଉ ସୀମା ବାହାରିପଡିଲା ନିଜ ନୂଆ ଜୀବନ କୁ। ନିର୍ଦ୍ଧାରିତ ଜାଗା ରେ ଯାଇ ପହଞ୍ଚିଲେ। ଅଫିସ ତରଫ ରୁ ଶେଖର କୁ ଘର ମିଳିଥିଲା। ହେଲେ ସହର ଠୁ କିଛି ଦୂର ରେ। ଦିଜଣ ଯାଇ ସେ ଘରେ ପହଞ୍ଚିଲେ,ହେଲେ କାହିଁକି କେଜାଣି ସୀମା କୁ ସେଠୁ ଟିକେ ଅଲଗା ଲାଗିଲା। ଘର ବହୁତ୍ ପୁରୁଣା ଥିଲା। ଯେମିତି ବହୁତ୍ ସମୟ ରୁ ଏଥି କେହି ଆସି ନାହାନ୍ତି। ସୀମା: " ଶେଖର ଏଇ ଘର ଟି ଟିକେ ଅଜିବ ଲାଗୁନି? ମତେ କାହିଁକି କେଜାଣି ବହୁତ୍ କିଛି ଠିକ୍ ଲାଗୁନି।" ଶେଖର: କଣ ୟାର ସୀମା ତୁମେ ଭି ନା ସ୍ତ୍ରୀ ଲୋକ ଙ୍କ ଏଇ ଆସୁବିଧ ଯୋଉଠି ଭି ଯାଉ ଯାଉ ତମ ମାନ ଙ୍କୁ ଆଗ ସବୁ ଖରାପ ହୀ ଦେଖା ଯିବ।" ଏମିତି କହି ଶେଖର ସୀମା କୁ ଚୁପ୍ କରିଦେଲା। ହଠାତ୍ ସେତିକି ବେଳେ ବେଲ୍ ବାଜିଲା। ଶେଖର ଯାଇ କବାଟ ଖୋଲିଲା ସାମ୍ନା ରେ ଜଣେ ଝିଅ ଠିଆ ହେଇଥିଲା। "ଆଜ୍ଞା ନମସ୍କାର ମୁଁ ମୁନି ଆପଣ ଙ୍କ ଧ୍ୟାନ ରଖିବାକୁ ମତେ ରଖା ଯାଇଛି। ଶେଖର ତାକୁ ଭିତର କୁ ଆସିବାକୁ ଦେଲା। ସୀମା ତାକୁ ଦେଖି ଖୁସି ହେଲା କି ଚାଲ ମୋ ସହ ସମୟ ବିତେଇବାକୁ କିଏ ତ ଅଛି। ସେଦିନ ସେମାନେ ରାତି ରେ ଖାଇବା ଖାଇ ଶୋଇ ଗଲେ ଆଉ ମୁନି ତାଙ୍କରି ଘରେ ରହିଲା। ରାତି ରେ ଶୋଇବା ବେଳେ ସୀମା କୁ କିଛି ସ୍ୱର ଶୁଣା ଗଲା। ସୀମା ହଠାତ୍ ଉଠିଗଲା ନିଦରୁ। ନୂଆ ଜାଗା ସେଥି ପାଇ ସୀମା ଟିକେ ଭୟ କରିଗଲା। ବେଡ଼ରୁମ ରୁ ବାହାରକୁ ଆସି ଦେଖିଲା ମୁନି ବସି କିଛି କରୁଛି। ସୀମା ଭାବିଲା ମୁନି ଏତେ ରାତି ରେ କଣ କରୁଛି ବସିକି,ତା ପାଖକୁ ଯାଇ ପଚାରିଲା ମୁନି କଣ କରୁଛୁ ତୁ? ମୁନି କହିଲା ମତେ ନିଦ ଲାଗିଲାନି ତା ସେଥି ପାଇଁ ନଡିଆ ଛଦଉଚି। ସୀମା: ହେଲେ ଏତେ ରାତିରେ ନଡିଆ କିଏ ୟେ କାମ କରେ? ମୁନି: ମୁଁ କରେ। ମତେ ରାତିରେ ନିଦ ଆସେନି। ଆପଣ ଯାଆନ୍ତୁ ଶୋଇ ପଡନ୍ତୁ ମୁଁ ଆଉ ଶବ୍ଦ କରିବିନି। ସୀମା ହସି ଦେଇ କହିଲା ହଉ ଠିକ୍ ଅଛି ତୁ ଭି ଟିକେ ଶୋଇ ପଡ। ତା ପରେ ସୀମା ଯାଇ ଶୋଇପଡ଼ିଲା। ସକାଳ ହେଲା ସୀମା ତା ସମୟ ରେ ଉଠି ନିତ୍ୟ କର୍ମ ସାରି ଶେଖର ପାଇଁ ଚାହା ଚାଲାଖିଆ ତିଆରି କରିବାକୁ ରୋଷେଇ ଘରକୁ ଗଲା ତା ଦେଖିଲା ସବୁ ପ୍ରସ୍ତୁତ ହେଇକି ଅଛି। ଚାହା, ଇଡଲି,ସମ୍ଭାର,ଚଟଣୀ। ସୀମା ଭାବିଲା ଏତେ ସକାଳୁ ସକାଳୁ ଏତେ ସବୁ? ମୁନି କୁ ଖୋଜିଲା ହେଲେ ମୁନି ତାକୁ ଘରେ କୋଉଠି ଭି ମିଳିଲାନି। ବାହାରେ ଜାଇ ଖୋଜିଲା,ମୁନି ମୁନି?? ହେଲେ ତଥାପି ତାକୁ ମୁନି ମିଳିଲାନି ସେହି ସମୟ ରେ ସେହି ରାସ୍ତା ଦେଇ ଗୋଟେ ପରିବା ବାଲା ଯାଉଥିଲା,ମୁନି ର ନାଁ ଶୁଣି ସେ ଟିକେ ଅଟକି ଗଲ ଆଉ ସୀମା କୁ ଜାଇ ପଚାରିଲା ଆଜ୍ଞା ଆପଣ କାହାକୁ ଖୋଜୁଛନ୍ତି? ସୀମା କହିଲା ମୋ ସ୍ବାମୀ ଙ୍କ ଅଫିସ ଲୋକେ ଗୋଟେ ଝିଅ ପଠେଇଥିଲେ ଆମ ପାଖକୁ ଦେଖା ଶୁଣା କରିବା ପାଇଁ ହେଲେ ସକାଳୁ ମିଳୁନି? ପରିବା ବାଲା ଟିକେ ଆଶ୍ଚଯ୍ୟ ହେଇ ପଚାରିଲା ମୁନି? ସୀମା: ଆପଣ ଜାଣିଛନ୍ତି କି ମୁନି କୁ? ପରିବା ବାଲା: ଆପଣ କୋଉ ମୁନି ବିଷୟରେ କହୁଛନ୍ତି ମୁଁ ଜାଣିନି ହେଲେ ମୋର ଝିଅ ନାଁ ଭି ମୁନି ଥିଲା। ପରିବା ବାଲା ଟି ଏତିକି କହୁ କହୁ କାନ୍ଦି ପକେଇଲା। ସୀମା ପରିବା ବାଲା କୁ ଦେଖି ଟିକେ ଦୁଃଖୀ ହେଇଗଲା। ଆଉ ପଚାରିଲା ଏବେ ତମ ଝିଅ କୋଉଠି? କଣ ହେଲା ତାର? ପରିବା ବାଲା ଟି ନିଜ ଆଖିରୁ ଲୁହ ପୋଛି କହିଲା ମୋର ମରିଗଲା। ଏମିତି ଏହି ଘରେ ଥରେ ତମ ପରି ଜଣେ ବାବୁ ଆସିଥିଲେ ରହିବାକୁ ମୁନି ତାଙ୍କ ପାଖରେ ଆସୁଥିଲା ତାଙ୍କ ଦେଖା ଦେଖି କରିବାକ। ସେ ଭି ମୁନି କାମ ଠୁ ବହୁତ୍ ଖୁସି ଥିଲେ,ହେଲେ ଥରେ ସେ ଗଲା ଯେ ଆଉ ଆସିଲାଣି। ବର୍ଷେ ହେଇଗଲା ମୁଁ ମୋ ମୁନି କୁ ଖୋଜୁଛି ହେଲେ ମିଳିଲାନି ମତେ ଆଜିଯାଏ। ସୀମା ଏ କଥା ଶୁଣି ବହୁତ୍ ଦୁଃଖୀ ହେଲା। ପରିବା ବାଲା ତା ରାସ୍ତା ରେ ଗଲା ହେଲେ ସୀମା ମୁଣ୍ଡ ରୁ ଏଇ କଥା ଘର କରିସାରିଥିଲେ। ଆଉ ମୁନି ଭି ସେତ ବେଲ ଠୁ ଆଉ ଘରକୁ ଫେରି ନଥିଲା। ରାତି ହେଲା ଶେଖର ଅଫିସ ରୁ ଘରକୁ ଫେରିଲା,ସୀମା କୁ ଚିନ୍ତା ରେ ଦେଖି ପଚାରିଲା କଣ ହେଇଛି ବୋଲି,ସୀମା ତାକୁ ସବୁ କଥା କହିଲା। ଶେଖର ସେ କଥା କୁ ସବୁ ଅଟେ ଖାତିର କଲା ନାହିଁ ଓ ଖାଇକି ଶୋଇବାକୁ ପଳେଇଲା। ସୀମା ଭି ନିଜ କଣ ସାରି ଶୋଇବାକୁ ଗଲା। ରାତି ପ୍ରାୟେ ଦୁଇଟା ବେଳେ ପୁଣି ସୀମା କୁ କିଛି ଶବ୍ଦ ଶୁଣା ଗଲା,ସୀମା ହଠାତ୍ ଡରିକି ଉଥିପଡ଼ିଲା ଓ ଯାଇ ଦେଖିଲା କଣ ହଉଚି ବୋଲି। ବାହାରେ ଯାଇ ଦେଖିଲା ତା ମୁନି ବସିଛି,ମୁନି କୁ ଦେଖି ସୀମା ପୁରା ସାରି ଛାନିଆ। ମୁନି ତୁ କେମିତି ଆସିଲୁ? କୋଉଠି ଥିଲୁ ଦିନ ସାରା? ମୁଁ ତତେ କେତେ ଖୋଜିଲି, ଆଉ ତୁ ଘର ଭିତର କୁ କେମିତି ଆସିଲୁ? ମୁନି ଟିକେ ହସିଦେଇ କହିଲା ମୁଁ କୋଉଠି ଭି ଆସିପାରିବ ଆଉ ଯାଇପାରିବି. ସୀମା: ମାନେ? କଣ କହୁଚୁ ତୁ? ମୁନି ଭୋ ଭୋ କାନ୍ଦିବା କୁ ଲାଗିଲା ଆଉ କହିଲା ଭାଉଜ ମୁଁ ମରିଯାଉଛି,ଆତ୍ମା କୁ କାହାର ଆଜ୍ଞା କଣ ଦରକାର ଯିବା ଆସିବା ପାଇଁ। ସୀମା ଏଇ କଥା ଶୁଣୁ ପୁରା ଡରି ଗଲା। ମୁନି: ଭାଉଜ କାହିଁକି ଡରୁଛ? ମୁଁ ତୁମର କିଛି ଭି କରିବିନି। ମୁଁ ତା ତମ ପାଖକୁ ନ୍ୟାୟ ପାଇଁ ଆସିଛି। ସୀମା: ନ୍ୟାୟ! ମୁଁ କେମିତି ତତେ ନ୍ୟାୟ ଦେବି? ମୁଁ ତା ତତେ ଭଲସେ ଜାଣିନି ଭି। ମୁନି: ବର୍ଷେ ପୂର୍ବ ରୁ ମୁଁ ଏଇ ଘରେ ଆସୁଥିଲି। ଥରେ ଘରକୁ ଫେରିଲା ବେଳକୁ ମତେ ରାସ୍ତାରେ କିଛି ପୁଅ ମିଳିଗଲେ ସେମାନେ ବହୁତ୍ ମଦ ପିଇ ଥିଲେ,ଆଉ ମୋର ବଳାତ୍କାର କରିଦେଲେ,ମୁଁ ନିଜ କୁ ବଞ୍ଚେ ପାରିଲିନି, ସେମାନେ ମତେ ମାରି ତମ ଘର ପଛ ପଟ ଜଙ୍ଗଲ ରେ ପୋତି ଦେଇଛନ୍ତି। ଏଇ ସବୁ କଥା ତମ ସ୍ବାମୀ ଙ୍କୁ ଜଣ ଅଛି ହେଲେ ସେ ଚୁପ୍ ଅଛନ୍ତି,ସେ ସବୁ ଜାଣି ଭି ମତେ ବଞ୍ଚେଇବା କୁ ଚେଷ୍ଟା ଭି କଲେଣି। ଯାଇ ତାଙ୍କୁ ପଚାର ସେ ତମକୁ ସବୁ କହିବେ,ବର୍ଷେ ହେଲାଣି ମୋ ବାପା ମତେ ଖୋଜୁଛନ୍ତି,ମୁଁ ନ୍ୟାୟ ପାଇଁ ଏମିତି ଘୁରି ବୁଲୁଛି। ସବୁ କହି ମୁନି କୁଆଡେ ଗାୟବ ହେଇଗଲା। ସୀମା ଏଇ ସବୁ ଶୁଣି ପୁରା ଚୁପ୍ ପୁରା ଆଶ୍ଚର୍ଯ୍ୟ। ସେ ତୁରନ୍ତ ଜାଇ ଶେଖର କୁ ସବୁ ପଚାରିଲା। ଶେଖର ଆଗ ମୁଁ କିଛି ଜାଣିନି। ଏ ସବୁ ମିଛ। ମତେ କିଛି ଜଣ ନାହିଁ କହିଚାଲିଲା। ହେଲେ ସୀମା ର ବହୁତ୍ ପଚାରିବାରୁ ସେ ସବୁ ସତ କହିଲା।ଶେଖର ବର୍ଷେ ପୂର୍ବ ରୁ ଏଇଠି ରହି ତା ଟ୍ରେନିଂ ନେଇଥିଲା। ସେଦିନ ରାତି ରେ ଫେରିଲା ବେଳେ ସେ ସବୁ ଦେଖୁଥିଲା। ହେଲେ ଡର ରେ କିଛି କାହାକୁ ନ କହି ସହର ଛାଡ଼ି ପଲେଇଥିଲା। ସେହି ସହର ସେହି ଘର ପୁଣି ଦେଖି ସେ ପୁରା ସାରି ଯାଇଥିଲା ହେଲେ ସୀମା କୁ କିଛି କହୁନଥିଲା। ସୀମା ର ବହୁତ୍ ବୁଝେଇ ବାରୁ ସେ ମୁନି କୁ ନ୍ୟାୟ ଦେବା ପାଇଁ ନିଷ୍ପତି ନେଲା। ତା ପର ଦିନ ସକାଳ ହଉ ହଉ ଦିଜଣ ବାହାରି ପଡ଼ଲେ ପୋଲିସ ଷ୍ଟେସନ। ସେଠୀ ଯାଇ ଶେଖର ସବୁ କହିଲା। ପୋଲିସ ଶେଖର ଘର ପଛ ପଟ ଜଙ୍ଗଲ ରୁ ଯାଇ ମୁନି ର ଶବ ଉଦ୍ଧାର କଲା। ସେ ଚାଲି ଲୋକ ଯିଏ ମୁନି ର ବଳାତ୍କାର କରିଥିଲେ ସେ ସମସ୍ତ ଙ୍କୁ ଧରା ଗଲା। ମୁନି କୁ ନ୍ୟାୟ ମିଳିଲା।

