ଖୁସିର ଆଲୋକ
ଖୁସିର ଆଲୋକ
ଥିଲା ଗୋଟେ ଝିଅ,ନାଁ ଟି ତାର ଖୁସି।ପିଲାଟି ବେଳୁ ବହୁତ୍ ଗୁମସୁମ୍ ରୁହେ।ବାପା ମାଆ ମିଶି ଝିଅ ର ନାଁ ଖୁସି ଦେଇଥିଲେ ସତ,ହେଲେ ଖୁସିର ଖୁସି ଦୁଃଖରେ ପରିଣତ ହେଲା ଯେତେବେଳ ମାଆ ଛାଡ଼ି ଚାଲିଗଲା ପିଲାଟି ବେଳୁ ମାଆ ଛେଉଣ୍ଡ ଝିଅ ଟି ବାପା ତାକୁ ବହୁତ୍ ଖୁସିରେ ରଖିବାକୁ ଚେଷ୍ଟା କରୁଥିଲେ ହେଲେ ମାଆର ଜାଗା କଣ କେହି କେବେ ପୁରା କରିପାରିବ? ବାପା ଦିନେ କାମ ରୁ ଫେରୁଥିଲା ବେଳେ ଗୋଟେ ପୁଅ କୁ ପାଇଲେ, ଛୁଆଁ ଟି ରୋଡ କଡ଼ରେ ବସି ବହୁତ୍ କାନ୍ଦୁଥିଲା। ପିଲାକୁ ପଚାରିବାରୁ ସେ କହିଲା ତାର କେହି ନାହାନ୍ତି। କାହିଁକି କେଜାଣି ବାପା ତାକୁ ଦେଖି ଭାବିଲେ "କଣ ଇଏ ମୋ ଖୁସି ଜୀବନରେ ଆଲୋକ ହେଇ ଆସିବା?"। ବାପା ତାକୁ ଘରୁକୁ ନେଇ ଆସିଲେ,ଖୁସି ପଚାରିଲା" ବାପା ଇଏ କିଏ?" ବାପା ହସିଦେଇ କହିଲେ ୟେ ଆଜି ଠୁ ତୋ ଭାଇ। ଖୁସି ହସିଦେଇ ପଚାରିଲା "ବାପା ୟା ନାଁ କଣ?" ବାପା କହିଲେ ଆଲୋକ,ୟେ ଆମ ଜୀବନରେ ଖୁସିର ଆଲୋକ ନେଇ ଆସିଛି । ଖୁସି ବହୁତ୍ ଖୁସି ହେଲା। ନିଜେ ମାଆ ଛେଉଣ୍ଡ ଥିଲା ହେଲେ ଆଲୋକକୁ ଭାଇ ପରି ନୁହଁ ମାଆ ପରି ଭଲ ପାଇଲା। ଦିଜଣଙ୍କ ମଧ୍ୟରେ ଅସରନ୍ତି ସ୍ନେହ ଆଉ ଭଲ ପାଇବା।
