ସମ୍ପର୍କର ଗନ୍ତାଘର
ସମ୍ପର୍କର ଗନ୍ତାଘର
ଅନ୍ୟାନ୍ୟ,ବାପା ମାଆଙ୍କ ଗୋଟିଏ ବୋଲି ଅଲି ଅଳୀ ଝିଅ। ଟଙ୍କା ପଇସାରେ କେବେ କୌଣସି ଅଭାବ ଦେଖିନି ଅନନ୍ୟା। ବାପା ଙ୍କ ର ଭଲ ବିଜନେସ। ସେ ସଫଳ ତା ର ଚରମ ସୀମା ରେ। ପିଲାଟି ବେଳୁ ଅନନ୍ୟା ଭଲ ପରିବେଶ ରେ ରହି ବଡ଼ ହେଇଥିଲା। ଭଲ ସ୍କୁଲ ରେ ପାଠ ପଢ଼ୁଥିଲା। ଯେମିତି ଯେମିତି ଅନନ୍ୟା ବଡ଼ ହେଉଥିଲା ସେମିତି ସେମିତି ସେ ଖରାପ ରାସ୍ତା ରେ ଅଗ୍ରସର ହେଉଥିଲା। ଖରାପ ସାଙ୍ଗ ଙ୍କ ସଂଗତ ରେ ପଡ଼ି ଓ ଟଙ୍କା ର ପାୱାର ଯୋଗୁ ଅନନ୍ୟା ପୁରା ଖରାପ ହୋଇସାରିଥିଲା। ବାପା ମାଆ ଝିଅ ର ଏଇ ଅବସ୍ଥା ଦେଖି ବହୁତ୍ ଚିନ୍ତାରେ ଥିଲେ। ୟେ ସବୁ ତ ପଢା ଉପରେ ମଧ୍ୟ ପ୍ରଭାବ ପକାଇଥିଲା।ବାପା ମାଆ ଝିଅ କୁ ବହୁତ୍ ବୁଝେଇବା ଚେଷ୍ଟା କରୁଥିଲେ ହେଲେ ସେ କାହାରି ଖାତିର କରୁନଥିଲା। ଦିନେ କ୍ଲବ ରେ ପାର୍ଟି କଲା ବେଳେ ଅନନ୍ୟା ର ଦେଖା ହେଲା ଅନୁଭବ ସହ। ସେ ତା ସାଙ୍ଗ ମାନ ଙ୍କ ସହ ତା ଜନ୍ମଦିନ ମନେଇବାକୁ ଆସିଥିଲା। ଅନନ୍ୟା କୁ ଅନୁଭବ ପ୍ରଥମ ଦେଖରେ ହିଁ ପସନ୍ଦ ଆସିଗଲା। ଅନୁଭବର ମଧ୍ୟ ଆଖି ଅନନ୍ୟା ଉପରେ ପଡ଼ିଲା ତାକୁ ଭି ଅନନ୍ୟା ବହୁତ୍ ପଶନ୍ଦ ଆସିଲେ। ଦୁଇଜଣ ସେଦିନ ରାତି ସାରା ପରଷ୍ପର ସହ ଗପିଲେ। ତାପରେ ଅନୁଭବ ଅନନ୍ୟା କୁ ତା ଘରେ ଛାଡ଼ି ନିଜ ଘରକୁ ଗଲା। ହେଲେ ଦୁଇଜଣ ପରଷ୍ପର କୁ ଭୁଲି ପାରୁନଥିଲେ। ସେମାନେ ପୁଣି ଦେଖା ହେବ କୁ ନିଷ୍ପତି ନେଲେ। ଏମିତି କେତେ ଯେ ଦିନ ସେମାନେ ଦେଖା ହେଇଚାଲଲେ ,ଦିଜଣ ଦିଜଣ ଙ୍କୁ ବୁଝି ବାକୁ ଲାଗିଲେ।ବନ୍ଧୁତା ଦେଖୁ ଦେଖୁ ପ୍ରେମ ରେ ବଦଳି ଗଲା। ଦିନେ ଅନନ୍ୟା ର ମାଆ ଙ୍କୁ ଅନୁଭବ ବିଷୟ ରେ ଜଣା ପଡ଼ିଲା,ସେ ଯାଇ ବାପା ଙ୍କୁ କହିଲେ। ପାପା ମା ମଧ୍ୟ ଭାବିଲେ ଭଲ ଝିଅ ଯଦି କାହାକୁ ପସନ୍ଦ କରୁଛି ତାହାଲେ ଆମେ କଣ ପାଇ ତା ରାସ୍ତାର ଅବରୋଧ ହେବା। ସେମାନେ ଅନୁଭବର ଘର ଲୋକଙ୍କ ସହ ଦେଖା ହେବ କୁ ନିଷ୍ପତି ନେଲେ। ଦୁଇ ପରିବାର ଦେଖା ହେଲେ। ସମସ୍ତଙ୍କୁ ସବୁ ଭଲ ଲାଗିଲା। ଅନନ୍ୟା ର ବାପା ମାଆ ଭି ଖୁସି ଥିଲେ ଝିଅ ଭଲ ଘରକୁ ବୋହୂ ହେଇଯାଉଛି। ବାହାଘର ତାରିଖ ପାଖେଇ ଆସୁଥିଲା। ଘରେ ସମସ୍ତେ ନିଜ ନିଜ କାମ ରେ ଲାଗିପଡିଲେ। କାର୍ଡ ବଣ୍ଟା କିଣା କିଣି। ହେଲେ ଅନନ୍ୟା କଣ ପାଇ କେଜାଣି ଖୁସି ନଥିଲା। ସେ ବୁଝି ପାରୁନଥିଲା ତା ମନ କଣ ଚାହୁଛି।ସେ ବାହା ହେଇ ନିଜ ଜୀବନକୁ ବଦଳି ବାକୁ ଚାହୁ ନଥିଲା। ହେଲେ ଏବେ ଆଉ ତା ହାଥ ରେ କିଛି ନଥିଲା। ବାହାଘର ପାଖେଇ ଆସୁଥିଲା। ବାହାଘର ହେଲା। ଝିଅ ଶାଶୁ ଘରକୁ ଚାଲି ଗଲ। ହେଲେ ଅନନ୍ୟା! ଅନୁଭବ ଜଣେ ବହୁତ୍ ଭଲ ପିଲା ଥିଲା,ତା ଘର ଲୋକ ଭି ବହୁତ୍ ଭଲ ଥିଲେ। ଅନନ୍ୟାର ମନ କଥା ବୁଝି ସେମାନେ ତାକୁ ନିଜ ହିସାବରେ ରହିବାକୁ ଦେଲେ। ବାହାଘର ମସେ ବିତିଗଲା ହେଲେ ଅନନ୍ୟାର ବ୍ୟବହାରରେ କିଛି ଫରକ୍ ପଡ଼ିନଥିଲା। ଅନନ୍ୟା ପୁଣି ତା ସାଙ୍ଗ ମାନଙ୍କ ସହ ରାତି ସର ବାହାରେ ରହି ପାର୍ଟି କଲା। ଏସବୁ ଦେଖି ଅନୁଭବ ଆଉ ନିଜ କୁ ସମ୍ଭାଳି ପାରିଲା ନାହିଁ। ଦିନେ ରାଗ ରେ ଅନନ୍ୟା ଉପରକୁ ହାଥ ଉଥେଇଦେଲ। ଅନନ୍ୟା ରାଗ ରେ ଘରୁ ବାହାରି ପଳେଇଲା। ଅନୁଭବ ର ରାଗ ଶାନ୍ତ ହେଲା ପରେ ସେ ଯାଇ ଅନନ୍ୟା କୁ ପୁଣି ବୁଝେଇ ଘରକୁ ନେଇଆସିଲ। ହେଲେ ଅନନ୍ୟା ନିଜର ସବୁ ସୀମା ପାର କରିଦେଲା। ଗୋଟେ ପୁଅ ସହ ଯାଇ ରାତି ରାତି ହୋଟେଲ ମାନ ଙ୍କ ରେ ବିତେଇ ବାକୁ ଲାଗିଲା। ଏସବୁ ଜାଣି ଅନୁଭବ ଭାଙ୍ଗିପଡିଥିଲେ। ସେ ସବୁ କଥା ଯାଇ ଅନନ୍ୟା ବାପା ମାଆ ଙ୍କୁ କହିଲା। କୋର୍ଟରେ divorce ଫାଇଲ ହେଲା। ଦୁଇଜଣଙ୍କ ମଧ୍ୟରେ ସବୁ ସରିଗଲା। ବର୍ଷେ ପରେ ଅନୁଭବ ପୁଣି ବାହା ହେଲା। ଏବେ ସେ ତା ଫାମିଲି ସହ ଖୁସି ରେ ଅଛି। କିନ୍ତୁ ଅନନ୍ୟା ର ଇଏ ବ୍ୟବହାର ଯୋଗୁ ତା ବାପା ତାକୁ ଘରୁ ବାହାର କରିଦେଲେ। ଏବେ ଅନନ୍ୟା ଜୀବନ ନିର୍ବାହ କରିବା ପାଇଁ ଆଜି ବହୁତ୍ କଷ୍ଟ କରୁଛି।
