STORYMIRROR

Padmini Acharya

Classics Children

3  

Padmini Acharya

Classics Children

ଖୁସିର ଆଲୋକ

ଖୁସିର ଆଲୋକ

1 min
158

ଥିଲା ଗୋଟେ ଝିଅ,ନାଁ ଟି ତାର ଖୁସି। ପିଲା ଟି ବେଳୁ ସେ ବହୁତ୍ ଗୁମସୁମ ରୁହେ।ବାପା ମାଆ ସ୍ନେହ ରେ ତା ନାଁ ଖୁସି ଦେଇଥିଲେ ହେଲେ ତ ଖୁସି ଦୁଃଖ ରେ ପରିଣତ ହେଲା ଯେତେବେଳେ ମାଆ ଛାଡ଼ି ଚାଲିଗଲା।ପିଲାଟି ବେଳୁ ମାଆ ଛେଉଣ୍ଡ ଝିଅ ଟି ବାପା ତାକୁ ବହୁତ୍ ଭଲ ପାଉଥିଲେ ବହୁତ୍ ଖୁସି ରେ ରଖିବାକୁ ଚେଷ୍ଟା କରୁଥିଲେ ହେଲେ ମାଆ ର ଜାଗା କଣ କେହି କେବେ ପୁରା କରିପାରିବେ? ବାପା ଦିନେ କାମ ରୁ ଫେରିଲା ବେଳକୁ ଗୋଟେ ପୁଅ କୁ ପାଇଲେ ରାସ୍ତା କଡ଼ରେ ବସି କାନ୍ଦୁଥିଲା,ବାପା ପଚାରିବା ରୁ କହିଲା ତାର କେହି ନାହାନ୍ତି। କାହିଁକି କେଜାଣି ତାକୁ ଦେଖି ବାପା ଭାବିଲେ କଣ ୟେ ମୋ ଖୁସି ଜୀବନ ରେ ଆଲୋକ ହେଇ ଆସିବ? ତାକୁ ଘରକୁ ନେଇ ଆସିଲେ। ଖୁସି ତାକୁ ଦେଖି ଟିକେ ହସିଦେଇ ପଚାରିଲା "ବାପା ୟେ କିଏ?" ବାପା କହିଲେ " ୟେ ଆଜିଠୁ ତୋ ଭାଇ" "ଭାଇ" ଖୁସି ବହୁତ୍ ଖୁସି ହେଲା ଆଉ ପୁଣି ପଚାରିଲା" ବାପା ୟା ନା କଣ?" ବାପା କହିଲେ, ଆଲୋକ। ୟେ ଆମ ଜୀବନରେ ଆଲୋକ ହେଇ ଆସିଚି।ଆଲୋକ କୁ ଦେଖି ଖୁସି ତାର ସବୁ ଦୁଃଖ ଭୁଲିଗଲା।ନିଜେ ମାଆ ଛେଉଣ୍ଡ ଥିଲା ହେଲେ ଆଲୋକ କୁ ଭାଇ ପରି ନୁହଁ ମାଆ ପାଇ ଧ୍ୟାନ ରଖିଲା।ସମୟ ବିତି ଚାଲିଲା ଆଉ ଦୁଇ ଜଣ ସମୟ ସହ ବଡ଼ ହେଇ ଚାଲିଲେ। ଦିଜଣ ଙ୍କ ମଧ୍ୟ ରେ ଅସରନ୍ତି ସ୍ନେହ ଆଉ ଭଲ ପାଇବା।


Rate this content
Log in

Similar oriya story from Classics