ସମୟ ବଳବାନ
ସମୟ ବଳବାନ
ଥିଲା ଗୋଟେ ଝିଅ। ନା ଟି ତାର ଶାନ୍ତି। ବାପା ମାଆଙ୍କ ଗୋଟେ ବୋଲି ଝିଅ ହେଲେ ଅଭାବରେ ତିନି ପ୍ରାଣୀ ଜୀବନ କାଟି ଥିଲେ। ବାପା ଗାଆଁ ଗାଆଁ ବୁଲି ପରିବା ବୀକେ ଆଉ ମାଆ ଘର ଘର ବୁଲି ଲୋକ ଙ୍କ ଘରେ କାମ କରେ। ଯେମିତି ସେମିତି କରି ସେମାନେ ନିଜ ଜୀବିକା ନିର୍ବାହ କରୁଥିଲେ। ହେଲେ ଝିଅ କୁ ତାଙ୍କ ର ଗୋଟେ ବଡ଼ ଅଫିସର କରିବାର ଭାରି ଇଚ୍ଛା। ଝିଅ ପାଠ ବି ଭଲ ପଢ଼ୁଥିଲା। ଦେଖି ଦେଖି ଝିଅ ର ୨ 2nd year exam ଆସିଲା। ହେଲେ ସମୟର ଖେଳ ବାପା ର ଏକ ବହୁତ୍ ବଡ଼ ଦୁର୍ଘଟଣା ହେଇଗଲା। ଭଗଵାନ ଙ୍କ ଦୟ ରୁ ବାପା ବଂଚିଗଲେ ହେଲେ ବିଛଣା ରେ ପଡ଼ି ରହିଲେ। ହାତ ଗୋଡ କିଛି କାମ କରୁନଥିଲା। ଏମିତି ରେ ମାଆ ଯେ କେତେ କରିବ ଘର କାମ ବାହାର କାମ ଝିଅ ର ପାଠ ପଢା। ଏ ସବୁ କୁ ଦେଖି ଶାନ୍ତି ପଢା ଛାଡିଦେଲା ଆଉ ମାଆ କୁ କାମ ରେ ସାହାଯ୍ୟ କରିବା ବୋଲି ଭାବିଲା। କହିଲା "ମାଆ ତୁ ଚିନ୍ତା କରେନା ମୁଁ ଗାଆଁ ଗାଆଁ ବୁଲି ପରିବା ବିକିବ" ହେଲେ ମାଆର ମନ ବୁଝି ବାକୁ ନାରାଜ "ଝିଅ ଗାଆଁ ଗାଆଁ ବୁଲି ପରିବା ବିକିବା! ଲୋକେ କଣ କହିବେ!" ହେଲେ ଶାନ୍ତି ଏଇ ସବୁ କଥା କୁ ଖାତିର ନା କରି ଆରମ୍ଭ କଳା ନିଜ କାମ। ସମୟ ସହ ସେ ନିଜ ପଢା ପୁଣି ଆରମ୍ଭ କରିଲା ପରୀକ୍ଷା ଦେଲା ଆଉ ଭଲ ନମ୍ବର ରଖି ପାସ ହେଲା। ବାପା ମାଆ ବହୁତ୍ ଖୁସି ହେଲେ। ଆଉ ଝିଅ ନିଜ ଅଫିସର ହେବା ସପ୍ନ କୁ ପୁରା କରିବା ପାଇ ଲାଗି ପଡ଼ିଲା।ହେଲେ ସେଇ ଅଭାବ ସେମାନଙ୍କୁ ସ୍ଵପ୍ନ ଦେଖିବାକୁ ଦେଉନଥିଲା। ସମୟ ହାଥ ରେ ହାର ମନି ଓ ସମ୍ପକ୍ୟ ମାନ ଙ୍କ କଥା ଶୁଣି ଶାନ୍ତି ର ବାହାଘର କରିବା ପାଇ ନିଷ୍ପତି ନେଲେ। ପୁଅ ଖିଯା ଚାଲିଲା। ହେଲେ ଯୌତୁକ ନା ଦେଇପରୁଥିବ ରୁ ବାହାଘର ଭି ହେଇପାରୁ ନଥିଲା। ଦିନେ ଜଣେ ଚିହ୍ନ ଲୋକ ଙ୍କ ତରଫ ରୁ ଶାନ୍ତି ପାଇଁ ଗୋଟେ ପ୍ରସ୍ତାବ ଆସିଲା। ପୁଅ ନା ମନୋଜ, ବ୍ୟାଙ୍କ୍ ରେ cleark ର ଚାକିରି। ଯୌତକୁ ନବାକୁ ଭି ସେ ରାଜି ନଥିଲା,ବାସ ଖାଲି ଝିଅ ଠୁ ବୟସରେ ବହୁତ୍ ବଡ଼। ହେଲେ ଏଇ ସବୁ କୁ ଆଖି ଆଗରେ ରଖି ଝିଅ ର ବାହାଘର କରିଦେଲେ। ଯେତିକି ସେମାନେ କରିପାରିବେ ତା ହିସାବ ରେ ବାହାଘର ଭଲ ସେ ହେଲା ଝିଅ ଶାଶୁ ଘରକୁ କୁ ଗଲା। କିଛି ଦିନ ବିତିଲା ପରେ ଥରେ ମନୋଜ ହାଥ ରେ ଶାନ୍ତି ର 2 marksheet ପଡ଼ିଲା।ତ ସ୍ତ୍ରୀ ଏତେ ଭଲ ପଢେ ଦେଖି ଦେ ଖୁସି ହେଲା ଆଉ ଶାନ୍ତି କୁ ପଚାରିଲା ଆଗକୁ ପଢ଼ିବୁ କୁ? ଶାନ୍ତି ଭି ପଢ଼ିବା କଥା ଶୁଣି ଖୁସି ହେଇ ହଁ କଲା। ହେଲେ ଶାଶୁ ଘର ଲୋକ। ଏମିତି ରେ ଶାନ୍ତି କୁ ପସନ୍ଦ କରୁନଥିଲେ ବିନା ଯୌତୁକ ରେ ଆସିଥିଲା ବୋଲି। ମନୋଜ ଏ ସବୁ କଥାକୁ ଖାତିର ନ କରି ଶାନ୍ତିର ୩ ରେ ନାଁ ଲେଖେଇଲା। ଶାନ୍ତି ୩ ସହ ଆଇ ଏ ଏସ ପାଇଁ ଭି ପ୍ରସ୍ତୁତି କଲା। ଆଜି ସେ ଗୋଟେ ଆଇଏଏସ ଅଫିସର୍। ମନୋଜର ସମର୍ଥନ ଓ ଶାନ୍ତିର ପରିଶ୍ରମ ବଳରେ ବାପା ଆଉ ମାଆଙ୍କ ସ୍ବପ୍ନ ପୁରା କଲା।
