ଆତ୍ମା ର ଦୁର୍ଘଟଣା
ଆତ୍ମା ର ଦୁର୍ଘଟଣା
ରାସ୍ତା ଟା ପୁରା ଶୂନଶାନ ଅଛି, ଏ ବାବୁ ଏପଟେ କୁଆଡେ ଆସିଲ ।କିଏ ଜଣେ ପଛରୁ ଡାକିଲାରୁ ମୁଁ ଅଟକିଗଲି ।ପଛ କୁ ଚାହିଁବାକୁ ଡର ଲାଗୁଥାଏ ।ତଥାପି ପଛ କୁ ଚାହିଁଲି ।କିଏ କେହି ତ ନାହାନ୍ତି ଏଠି ,କିଏ ଗୋଟେ ଝିଅ ଡାକିବା ଶୁଭିଲା ଆଉ ମୁଁ ଅଟକି ଗଲି ।ଆଗକୁ ଯିବାକୁ ହବ ମତେ ,ଗୋଡ଼ ସାରା ବ୍ଲଡ଼ ଚାଲି ହେଉ ନ ଥାଏ ,କେମିତି ଘର କୁ ଯିବ ବୁଝି ପାରୁନ ଥିଲା ଯତୀନ ,ପଛରେ ଗୋଟେ ବଡ଼ ଦୁର୍ଘଟଣା କୁ ପାର କରି ସେ ଏକୁଟିଆ ରାସ୍ତା ରେ ରାତି ଗୋଟାଏ ବାଜିବ ।ବୋଧେ ଆଗକୁ ବଢି ସରିଛି ।ସାଙ୍ଗ ମାନ ଙ୍କୁ ଯେତେ ଡାକିଲା ତା ସଙ୍ଗେ ଆସିବା କୁ କେହି ବି ଉଠିଲେନି, ରକ୍ତ ରେ ଜୁଡୁବୁଡୁ ସେମାନଙ୍କ ଶରୀର ଆଉ ଯତୀନ ଭାବୁ ଥିଲା ,ନିଜ କୁ ଭାଗ୍ୟବାନ ସେ ଦୁର୍ଘଟଣା ରୁ ବଞ୍ଚି ଯାଇଛି ବୋଲି।ଯେମିତି ହେଲେ ତାକୁ ଏ କଳା ଭଅଁର ପରି ରାସ୍ତା କୁ ଅତିକ୍ରମ କରିବାକୁ ପଡିବ । ଭାବି ଆଗକୁ ବଢୁଥାଏ ଯତୀନ ।
ଡିସେମ୍ବର ରାତି ଆର କେ କଲେଜ ର କିଛି ପିଲା ବାହାରିଲେ ।ପିକନିକ ସହିତ କିଛି ଅଲଗା ଆଡ଼ଭେନଚର କରିବା ପାଇଁ ମିନିବସରେ ପ୍ରାୟ ଦଶ ପିଲା ,ଗନ୍ତବ୍ୟ ସ୍ତଳ ଶିମିଳିପାଳ ଅଭୟାରଣ୍ୟ
ଶୀତ ରାତି ,ଶୂନଶାନ ରାସ୍ତା ,କାଁ ଭା ଗାଡି ମୋଟର ଯିବା ଆସିବା କରୁଥାଏ ,ରାସ୍ତା ସାରା ଦୁଇ ସାଇଡ ରେ ଝାଉଁ ବନ ସହିତ ଅନ୍ୟ ଅନ୍ୟ ଗଛ କୁ କୁହୁଡି ର ଆବରଣ ,ଆସ୍ତେ ଆସ୍ତେ ରାସ୍ତା କୁ ଧୂଆଁ ଧୂଆଁ କରି ଦେଉଥାଏ ।ହେଲେ ସେ ପିଲା ମାନଙ୍କର କିଛି ବି ନଜର ନ ଥାଏ ।ଶୀତ ତାପ ନିୟନ୍ତ୍ରଣ ବସ ରେ ମଦ ର ଗନ୍ଧ ,ସହ ନାଚ ଗୀତ ର ଆସର ରେ ଫାଟି ପଡୁ ଥାଏ ବସ ଭିତରଟା। ରାସ୍ତା ର ଅନ୍ଧାର କୁ ଚିରି ବସ କ୍ଷିପ୍ର ଗତି ରେ ଆଗକୁ ବଢୁଥାଏ ।ଲାଗୁ ଥାଏ ଅସରନ୍ତି ରାସ୍ତା ସରୁନି ଜମା ,ରାତି ଆସ୍ତେ ଆସ୍ତେ ତାର ମାୟାବିନୀ କାୟା ବିସ୍ତାର କରେ ।ବସ ଭିତରେ ନାଚି ନାଚି ପିଲା ଗୁଡିକ ଶୋଇ ଯାଇଥାନ୍ତି ।ହଠାତ ଏକ ବଡ଼ ଶବ୍ଦ ରେ ରାତି ପାଖା ପାଖି ତିନିଟା ବସ ଟା ଓଲଟି ଯାଇ ଖାଇ ରେ , ,ବସ ଡ୍ରାଇଭର ବୋଧ
ପିଲାମାନଙ୍କର ସହିତ ନିଶାସକ୍ତ ଥିଲା ନା କଣ ??
ଯତୀନ କୁହୁକ ବନ ଭିତରେ ପଶିଯାଇଛି ,କି ତାକୁ ସେମିତି ଲାଗୁଥାଏ ।ହାତ ରେ ବଳ ନାହିଁ,କି କିଛି ସ୍ପର୍ଶ କରିବାର ଶକ୍ତି ନାହିଁ।ବୋଉ ର ମନା କରିବା ସତ୍ତ୍ୱେ ସେ ଆସିଥିଲା ପିକନିକ ।ଗୋଟେ ବୋଲି ପୁଅ ପୁଣି କେତେ ଦିଅଁ ଦେବତା ରେ ,ଆସିଲା ବେଳେ ବୋଉ କହୁଥିଲା ଆରେ ପୁଅ ମୋ ଡାହାଣ ଆଖି ଟା କାହିଁକି ??ଡେଉଁଛି ତୁ ଯାଆନା ,ହେଲେ ଆଜିକାଲିକା ପିଲା ବଡ଼ ହୋଇ କଲେଜ ଗଲେ ଭାବି ଦେବେ ,ସେମାନେ ପୁରା ପ୍ରାପ୍ତ ବୟସ୍କ ,କାହାକୁ ଖାତିର ନାହିଁ ।ନିଜ ମନ ର ମାଲିକ । ସମସ୍ତେ ସବୁ ନିଶା ସେବନ କଲେଜ ମାଟି ମାଡିଲେ ।ଭାବନ୍ତି ତାଙ୍କର ନଲେଜ ଅଧିକ ହେଇଗଲା ,ବୋଲି ଚାରି ନିଶା ରେ ପାସ,ଘର ଖାଇବା ବୋଉ ର ଅତି ଯତ୍ନ ରେ ରାନ୍ଧି ଥିବା ଖାଇବାକୁ ମନା କରି ପିଜା ,ବର୍ଗର ,ଆଉ ବାହାରେ ହୋଟେଲ ଖାଇବା ସହିତ ପାର୍ଟି ସାଟି ମଉଜ ମଜଲିସ ,ଏ ବୟସ ଟା ପରା ପ୍ରଜାପତି ,ଉଡିବୁଲିବାକୁ ହଜି ଯିବାକୁ ମନ ଖାଲି ବ୍ୟାକୁଳିତ।
ଯତୀନ ବି ,ସେମିତି ପ୍ଲଲସ ଟୁ ପରେ ,ଇଂଜିନେରିଂଗ କରିବାକୁ ଚାହିଁଲା।ବୋଉ ବାପା ତାର ବାଧକ ସାଜିଲେନି ।କାରଣ ସେ ଭଲ ପଢୁ ଥାଏ ।ବାପା ସାଧାରଣ ଶିକ୍ଷକ ,ପୁଅ ଟି ତାଙ୍କ ଇଂଜିନେରିଂଗ ପଢିବ କୋଉ ବାପ ମନାକରିବ ।ଦୁଃଖ ରେ ହେଉ କି ସୁଖ ରେ ହେଉ ପିଲାମାନଙ୍କର ସ୍ୱପ୍ନ କୁ ପୂରଣ କରିବା ,ସବୁ ବାପା ମା ଙ୍କର କର୍ତ୍ତବ୍ୟ ଭାବି ତା ବାପା ବୋଉ ରାଜି ହେଇଗଲେ ।ଇଂଜିନେରିଂଗ ପଢୁ ପଢ଼ୁ ତା ଗୋଡ଼ ଆଉ ମାଟି ରେ ଲାଗିଲାନି।ସବୁ ସୁଖ ଦେବା ପାଇଁ ପୁଅ କୁ ବାପା ଆଉ ବୋଉ ତାର ଲାଗିଗଲେ ।ପୁଅ ତେଣେ କଲେଜ ରେ ଖରାପ ସାଙ୍ଗ ମାନଙ୍କ ସହ ପଡି ପାଠ ଭୁଲିଲା ଆଉ ଶାଠ ରେ ଆଗ ହେଲା। ।କେତେ ଅଭଯୋଗ ଆସିଛି ,ତା ବାପା ଙ୍କର ନିକଟ କୁ ।ହେଲେ ବୋଉ ଦେହରକ୍ଷୀ ସାଜନ୍ତି,ବାପାଙ୍କ ଆଗେ ,ପଛ ରେ ବୁଝାନ୍ତି ତାକୁ ,ଏପରି ନ କରିବାକୁ।
ସବୁ ବେଳେ ବୁଝାଇ ବୁଝାଇ କିଛି ଲାଭ ନାହିଁ ।ବୋଉ ତାର ଜାତକ ଦେଖେଇଲେ ଅବଧାନ ଙ୍କୁ ,ଅବଧାନେ କହିଲେ ,ଦେଖିକି ଚଳନ୍ତୁ ।ତାର ଏବେ ମାରକ ଦୋଷ ଅଛି ।ପିଲା ଟିକୁ ଟିକେ ଜଗନ୍ତୁ । ହେଲେ ଏ ବୟସ ରେ କିଏ କାହାକୁ ଜଗିବ ।କଲେଜ ପିଲା ଗଲେ ଇନ୍ଦ୍ର ଚନ୍ଦ୍ର ଆଉ ମାନିବେନି ।ଯତୀନ ପରି ବହୁତ ପିଲା ଅଛନ୍ତି ,ତାଙ୍କ ମନ ର ସେ ରାଜା ହେବାକୁ ,ପସନ୍ଦ କରନ୍ତି ,ଯେତେ କହିଲେ ,ଶୁଣିବାକୁ ନାରାଜ।ନିଜ ବୋଉ ବାପା କଣ ତୁମ ର ଖରାପ ଚାହିଁବେ କି??
ହେଲେ ଏମିତି ଏକ ସମୟ ଆସେ ,ଯେଉଁ ସମୟରେ ପିଲାମାନଙ୍କ ର ଆତ୍ମା ର ଦୁର୍ଘଟଣା ଘଟେ ,କଲେଜ ମାଟି ରେ,କେତେକ ପିଲା ସେଥିରୁ ପାରି ହୋଇ ଜୀବନ ରେ କିଛି କରିଯାନ୍ତି, ନିଜ ପାଇଁ ଆଉ ପରିବାର ପାଇଁ ,ଆଉ କେତେକ ପିଲା ଯତୀନ ପରି ନିଜ ଆତ୍ମା ସହ ଦେହ ର ଦୁର୍ଘଟଣା ଘଟାଇ ସବୁ ଦିନ ପାଇଁ ଦୁନିଆଁ ରୁ ବିଦାୟ ନିୟନ୍ତି ।
ସେଦିନ ,ସକାଳେ ବାପା ଙ୍କୁ କହିବା ତ ଦୂର କଥା ,ଶୁଣେଇକି କହିଲା ,ବୋଉ କୁ ବୋଉ ମୁଁ ଆଜି ରାତି ରେ ଯିବି ,ବୋଉ ଯେତେବେଳେ ପଚାରିଲା କୁଆଡେ ଯିବୁ ।ସେ ଖାଲି କହିଲା କାମ ଅଛି ।ବୋଉ ପଛ ରେ ଗୋଡେଇ ଗୋଡ଼ଇ ଆରେ କି କାମ ଅଛି କହୁନୁ ???ଆସିଲେ କହିବି।
ସକାଳ ଯାଇ ମଧ୍ୟାନ୍ନ ହଲାଣି ପୁଅ ର ଦେଖା ,ନାହିଁ କିଛି ଖାଇ ନି ପିଲା ଟା କୁଆଡେ ଗଲା ।ସବୁ ବେଳେ ଭାବୁଛି ,ପକେଟ ରମାସିକ ଖର୍ଚ୍ଚ ଦେବିନି ,ପଇସା ପାଖ ରେ ହେଲା ରୁ ସିନା ବାହାରେ ଖାଉଛି ।ମୁଁ ଏଠି ମୋ ପୁଅ ଖାଇନି ବୋଲି ,ମୁହଁ ସୁଖେଇ ବସିଛି ।ଆସୁ ଆଜି ତାର ଦିନେ କୁ ମୋର ଦିନେ ,ବହୁତ ସମୟ ବସିଲା ପରେ ଯତୀନ ଯେତେବେଳେ ଆସି ଫହଁଚିଲା ,ତାର ଶୁଖିଲା ମୁହଁ କୁ ଦେଖି ,ବୋଉ ରସବୁ କିଛି ରାଗ ଥଣ୍ଡା ପଡି ସାରିଥିଲା ।ଆରେ କଣ ହେଲା କିରେ ,ମୁହଁ ଶୁଖେଇଛୁ କାହିଁକି ??ବୋଉ ଆଜି ଆମେ ଦଶ ଜଣ ପିଲା ବାହାରିଛୁ ,ପିକନିକ ରେ ଶିମିଳିପାଳ ।
ବୋଉ (ରାଗିକି) ନା ତୁ କୁଆଡେ ଯିବୁନି ,ଅବଧାନେ କହିଥିଲେ ଏ ବର୍ଷ ଟା ଟିକେ ଜଗି ରଖି ଚଳିବା ପାଇଁ।ତୁ ତ ମୋ କଥା ମନୁନୁ ତୋର ଆତ୍ମା ମରିସାରିଲିଣି ବୋଧେ ,ଏତେ କଷ୍ଟ ଦେବୁ ବୋଲି ମୁଁ ଜାଣିଥିଲେ ??କଣ କରିବି ମାଆ ତ ,ମୁଁ ତତେ ବୁଝେଇବା ଛଡା ମୁଁ କଣ କରିପାରିବି କଣ??ତତେ ଛାଟ ରେ ମାରିପାରିବି ।
,ଛୋଟ ଭଉଣୀ କୁ ତୋର ଟିକେ ସେହ୍ନଶରଧା ନାହିଁ ,ଦିନ ରାତି ମଉଜ ମଜଲିସ କରୁଛୁ ,କୁଆଡେ ଯାଉଛୁ ,କଣ କରୁଛୁ ତୁ ,କାହାକୁ କେବେ କହିଛୁ ତୁ ।ଖାଲି କଲେଜ ଗଲାଦିନ ଠାରୁ ,ଘର ସହିତ ତୋ ସମ୍ପର୍କ ଏତିକି ,ଗଲା ବେଳେ ବୋଉ ଆସୁଛି ।ଆଉ ଆସିଲା ବେଳେ ତତେ କିଏ ଦେଖୁଛି ।
ପରିବାର ସହିତ ବସିବା ,ତାଙ୍କ ସହ ସମୟ କାଟିବ ,ବୋଉ ବାପା ଙ୍କର କଥା କେତେ ତୁ ମାନୁଛୁ ।ଦିନେ ପଚାରିଛୁ ,ବୋଉ ତୁ ଖାଇଛୁ କି" ?? ନା ବାପା ଙ୍କର ପାଖ ରେ ବସି ତାଙ୍କ ସହ ଟିକେ କଥା ହେଇଛୁ ,ଭଉଣୀ ତୋର ସବୁ ଦିନେ ପଚାରୁଛି ,ଭାଇ କୁଆଡେ ଗଲା ବୋଉ ,ଭାଇ ଘରେ ରହୁଛିଟି।
ନା ଖାଲି ସାଙ୍ଗ ମାନକର ସଂଗେ ରହୁଛି କଲେଜ ରେ ,ଟିକେ ଭାବି କି ଦେଖେ ,ତୁ କଣ ???କରୁଛୁ ।ହେଲେ ଏସବୁ କଥା ତା ପାଇଁ ପୁରା ମୂଲ୍ୟ ହୀନ ହୋଇ ସାରିଥିଲା ।କିଛି କାହାକୁ ନ କହି ସେ ଚାଲି ଗଲା ପିକନିକ।ଆଉ ଦୁର୍ଘଟଣା ତା ସହିତ ଘଟି ସାରି ଥିଲା ।
ଯତୀନ ବି ମରିଯାଇ ଥିଲା ,ସେ ଦୁର୍ଘଟଣା ରେ ଆତ୍ମା ତାର ଘୁରିବୁଲୁଥିଲା ।ନିକାଂଚନ ଜଙ୍ଗଲ ରେ କିଏ ତାକୁ ପଛରୁ ଡାକୁଥିଲେ ।ରହିଯିବା ପାଇଁ, ପବନ ରେ ଲୀନ ହେବା ପାଇଁ, ହେଲେ ସେ ଭାବୁଥିଲା ,ତା ଦେହ ରେ ସାମାନ୍ୟ ଦୁର୍ଘଟଣା ଘଟିଛି ,ଆଉ ସେ ଜଙ୍ଗଲ ରୁ ବାହାରି ଜନବସ୍ତି କୁ ଚାଲିଯିବ ।ହେଲେ ରାତି ର କଳା ଭଅଁର ତାକୁ କୋଳାଗତ କରୁଥିଲା।ଆଉ ସେ ଜଙ୍ଗଲ ରୁ ବାହାରି ପାରୁ ନ ଥାଏ।
ପାହାନ୍ତିଆ ହୋଇ ଆସୁଥିଲା ,ସୂର୍ଯ୍ୟ କିରଣ ରଲାଲ ଆଭା ଗଛ ଉପର ଦେଇ ତଳେପଡି ଆସୁ ଥାଏ ।ଦୂର ରୁ ଏକ ପୋଲିସ
ଭ୍ୟାନ ଜୋର ରେ ଆସି ଯତୀନ ଦେହ ଦେଇ ଚାଲି ଯାଏ।ଆଉ ଯତୀନ ଯେମିତି କି ସେମିତି ଛିଡା ହୋଇଥାଏ।ହାତ ଗୋଡ଼ କୁ ଦେଖି କାନ୍ଦୁଥାଏ,ବୋଉ କଥା କୁ ମନେ ପକାଇ ଯେ ତାର ଆଜି ସତ ସତିକା ଆତ୍ମା ର ଦୁର୍ଘଟଣା ଘଟିଛି ଵୋଲି ,ସେ ଏବେ ମୃତ।
ଦୂର ରେ ଭ୍ୟାନ ଟିରୁ ତା ବୋଉ ଆଉ ବାପା ଛୋଟ ଭଉଣୀ ବାହାରୁ ଥିଲେ ,ଆଉ ସବୁ ସାଙ୍ଗ ମାନଙ୍କର ମଧ୍ୟ ମୃତ ଶବ ଖାଇ ରୁ ବାହାର କରା ଯାଉଥାଏ।ଯେତେବେଳେ ସିଏ ତା ମୃତ ଶବଟିକୁ ଦେଖିଲା ଆଉ ତା ପାଖ ରେ ବୋଉ ବାପା ବସି କାନ୍ଦୁଥିଲେ ।ଆଉ ତା ସାଂଗ ମାନକର ଶବ ପାଖେ ସେମାନଂକର ପରିଜନ ।ସେ ବିଶ୍ୱାସ କରିପାରିଲାନି,ଯେ ସେ ମରିସାରିଲିଣି ,ବୋଲି ଆଉ ତା ଆତ୍ମା ତା ଶରୀର ରୁ କାଲି ରାତି ରୁ ବାହାରି ସାରିଲାଣି ।ଆଉ ଯିଏ ତାକୁ ରାତି ରେ ପଛରୁ ଡାକୁ ଥିଲା ।ସେ ତା ପାଖ ରେ ଛିଡା ହୋଇଛି ।ଆଉ ତା ସାଙ୍ଗ ମାନେ ମଧ୍ୟ।ଦେଖୁ ଥିଲେ ,ତାଙ୍କ ପରିଜନ ଙ୍କୁ ଯେଉଁମାନଙ୍କୁ ସେମାନେ ,ବଞ୍ଚିଲା ବେଳେ ହେୟ ଜ୍ଞାନ ଆଉ ବେଖାତିର କରୁଥିଲେ ।ସେମାନଂକର କଥା ଶୁଣୁ ନ ଥିଲେ ।ଯତୀନ ଭାବୁ ଥିଲା ,ବୋଉ ତାର କେତେମନା କରୁଥିଲା ।ଯଦି ସେ ତା ବୋଉ କଥା ଶୁଣିଥାନ୍ତା,ସେ ଆଜି ଭଲ ରେ ଥାନ୍ତା।ଆଉ ସବୁ ଠାରୁ ବଡ଼ କଥା ଜୀବିତ ରହିଥାନ୍ତା।ହେଲେ ଆଜି ସିଏ ଏକ ଆତ୍ମା ଯେତେ କାନ୍ଦିଲେବି ,କିଏ ଶୁଣିବା କୁ ନାହାନ୍ତି ।ତାର ଶରୀର ବୁହା ହୋଇ ଯାଉ ଥାଏ।ଆଉ ସେ ଦୂର ରେ ଛିଡା ହୋଇ ଦେଖୁ ଥାଏ ।କାଲି ତ ଶରୀର ର ଦୁର୍ଘଟଣା ଘଟିଥିଲା ।ହେଲେ ଆଜି ତା ଆତ୍ମା ମର୍ମାହତ, ଦୁଃଖିତ ମନ ନେଇ ସେ ସେଠାରୁ ବିଦାୟ ନେଉଛି ଏକ ଆଲୋକ ର ଗତି ପରି ।

