STORYMIRROR

Sunanda Mohanty

Action Inspirational

4  

Sunanda Mohanty

Action Inspirational

ଆସନ୍ତା ସୂର୍ଯ୍ୟ

ଆସନ୍ତା ସୂର୍ଯ୍ୟ

2 mins
325

   ଖୁବ୍ ସୁନ୍ଦର ଘରଟିଏ କରିଛନ୍ତି ପଟ୍ଟନାୟକ ଦମ୍ପତ୍ତି ସମୁଦ୍ରକୂଳ ଅଞ୍ଚଳରେ। ସେଠାରେ ଅନେକ ନୋଳିଆ, ଆଦିବାସୀ, ହରିଜନ, ତଥା ଗିରିଜନଙ୍କ ଝୁମ୍ପୁଡ଼ି ଘର ଥାଏ। ସେ ଭିତରେ ଗଢ଼ିଉଠିଥିବା ପରିବାରର ପିଲାମାନଙ୍କୁ ବିନା ମୂଲ୍ୟରେ ପଢାନ୍ତି ମିଷ୍ଟ୍ରେସ ପଟ୍ଟନାୟକ। ଶିଖାନ୍ତି ନିତି ଉପଦେଶ, ଚିହ୍ନାନ୍ତି ଗାନ୍ଧୀ ଗୋପବନ୍ଧୁଙ୍କ ଠାରୁ ଆରମ୍ଭକରି ସବୁ ମହାମହିମ ଜନନାୟକ ମାନଙ୍କ କଥା। ପିଲାମାନଙ୍କୁ ଉପଦେଶ ଛଳରେ ଶିଖାନ୍ତି ଖୁବ ସୁନ୍ଦର ସୁନ୍ଦର୍ ଗପ କହି। ମିଷ୍ଟର ପଟ୍ଟନାୟକ ମଧ୍ୟ ତାଙ୍କ ବାପା ମାଆ ଙ୍କୁ ସାମାଜିକତା ଶିଖାଇ ଆର୍ଥିକ ସାହାଯ୍ୟ ସହଯୋଗ ବଢେଇ, ସେମାନଙ୍କ ମନୋବକଳ ବଢ଼ାଇବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି, ବିପ୍ଳବାତ୍ମକ ମନୋଭାବକୁ ଆଧ୍ୟାତ୍ମିକ ଦିଗ ଆଡ଼କୁ ଆଣିବାକୁ ଶତତ ଚେଷ୍ଟା କରନ୍ତି। ଫଳରେ ସମସ୍ତଙ୍କ ସହ ତାଙ୍କର ସମ୍ପର୍କ ଭଲ ଥାଏ। ପିଲାମାନଙ୍କ ଭିତରୁ କେହି କେହି ବଡ ହୋଇ, ବିଭିନ୍ନ ସ୍ଥାନରେ କାମ ଓ ଚାକିରୀ ପାଇ ପରିବାରର ସମୃଦ୍ଧରେ ଲାଗିପଡ଼ିଥାନ୍ତି। ଆବଶ୍ୟକ ବେଳେ ପଟ୍ଟନାୟକ ଦମ୍ପତ୍ତଙ୍କ ଉପଦେଶ ମାନି କାମ କରିଯାନ୍ତି।

ଅସହିଷ୍ଣୁ ଲୋକେ କୁହନ୍ତି ବୋଧେ ପଟ୍ଟନାୟକ ବାବୁ ରାଜନୀତି କରିବେ ବୋଲି ଏମାନଙ୍କୁ ହାତରେ ରଖିଛନ୍ତି। ଆଉ କେହି କେହି କୁହନ୍ତି ନିଜ ସ୍ବାର୍ଥ ପାଇଁ ଅର୍ଥାତ ଚୋରୀ ହତ୍ୟା ଲୁଣ୍ଠନ ପରି ଅପରାଧ ଠାରୁ ନିଜ ପରିବାରର ଲୋକଙ୍କୁ ରକ୍ଷା କରିବା ପାଇଁ ଏପରି କରୁଛନ୍ତି। ଆଉ କେହି କେହି କହିଥାନ୍ତି ସମୟ ଆସୁ ଦେଖିବାନି !

ସତକୁ ସତ ସେମିତି ଏକ ସମୟ ଆସିଲା। ବିଭିନ୍ନ ବର୍ଗର ଛୋଟ ଛୋଟ ପିଲା କ୍ରିକେଟ ଖେଳୁ ଖେଳୁ, ବଲ ପକାଇ ପଟ୍ଟନାୟକବାବୁଙ୍କ ସୁନ୍ଦର୍ ରଙ୍ଗୀନ କାଚ ଟାକୁ ଖଣ୍ଡ ବିଖଣ୍ଡିତ କରିଦେଲେ, ଆଉ ଯିଏ ଯାହା ଘରକୁ ଦୌଡିକି ପଳେଇଲେ। କଷ୍ଟ ପାଇଲେ ପଟ୍ଟନାୟକ ଦମ୍ପତ୍ତି, ସୁନ୍ଦର୍ ରଙ୍ଗର ଝରକା କାଚ ଭାଙ୍ଗି ଯାଇଥିବାରୁ ନୁହେଁ, ବରଂ ପିଲାମାନଙ୍କୁ ଏତେ ଶିକ୍ଷା ଦେଲାପରେ ବି ଭୁଲ ନମାଗି, ଦୋଷୀ ବୋଲି ନକହି, ଚୋରଙ୍କ ପରି ପଳାୟନ ପାଇଁ। ପ୍ରତ୍ୟେକ ଘରକୁ ଯାଇ ପିଲାମାନଙ୍କୁ ସେହି ସଦବୁଦ୍ଧି ଦେଲେ।

ଟୁକୁଡ଼ା ଟୁକୁଡ଼ା ଭଙ୍ଗା ରଙ୍ଗର କାଚ ଗୁଡ଼ିକ ସଜାଡ଼ି ରଖୁଥିଲା ବେଳେ, ପିଲାଏ ଆସି କାନ୍ଦି କାନ୍ଦି ଭୁଲ୍ ମାଗିଥିଲେ ତ ସେମାନଙ୍କୁ କୋଳେଇ ନେଇ, ସେଇ ଭଙ୍ଗା ରଙ୍ଗୀନ କାଚ ଭିତରେ ଉଜ୍ଜ୍ବଳ ଭବିଷ୍ୟର ସୂର୍ଯ୍ୟାଲୋକର କୋମଳ ସ୍ପର୍ଶ ଅନୁଭବ କରୁଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action