Gitanjali Pujapanda

Drama Tragedy Classics

3  

Gitanjali Pujapanda

Drama Tragedy Classics

ଆଶା ବାଡ଼ି-:ଏକ ସାହାରା

ଆଶା ବାଡ଼ି-:ଏକ ସାହାରା

5 mins
221



ଆଜି ପୁଅ ଫେରିବ ବୋଲି ସକାଳ ପହର ରୁ କାମ ରେ ଲାଗିଛନ୍ତି ଶୁଭଲଷ୍ମୀ ବୟସ ଷାଠିଏ ଛୁଇଁଲାଣି ଆଣ୍ଠୁଗଣ୍ଠି ବିନ୍ଧା ରେ ଘର ସଫା କାମ ରୋଷେଇ କାମ ସକାଳୁ ଲାଗିପଡିଛନ୍ତି।କେତେ ଯେ ପିଠାପଣା ପୁଅ ଆଶିଷ କୁ ଯାହା ଭଲ ଲାଗେ ସବୁ କିଛି ଆଜି କରୁଛନ୍ତି। ଆଶିଷ ର ପସନ୍ଦ ମୁତବିକ ଯେତେ ସବୁ ଦେହ କଷ୍ଟ ହେଲେ ବି କଷ୍ଟ କୁ ଦେହ ରେ ମାରି କରିଚାଲିଛନ୍ତି ଦଣ୍ଡ ଦୁଆରୁ ପରିବା ବ୍ୟାଗ ଟିକୁ କାନ୍ଧ ରେ ପକାଇ ହାଇଓ ଶୁଭ କୌଆଡ଼େ ଗଲମ ଇଏ ହେଲେ( ଅବସରପ୍ରାପ୍ତ ହେଡ ମାଷ୍ଟର ଚନ୍ଦନ ବାବୁ ଆଶିଷ ର ବାପା ବୟସ ସତୁରି )ଆହେ ଶୁଭୁନି ତମକୁ ନା କଣ ଆଃ!! କି ଖରା ପୁଅ ଆସିବ ବୋଲି ନିଜେ ତ ସକାଳୁ ପହରୁ କାମ ରେ ମାତିଚ ଆଉ ମୁଁ ଟିକେ କହିଁକି ??ବସିବି ମତେ ଚିଠା ଧରେଇ ଦେଲ ପନିପରିବାର ଗେଲବସର ପୁଅ କୁ ଯାହା ଯୋଉ ପରିବା ଭଲ ତାକୁ ଆଣିବା ପାଇଁ ହାଇଓ କି ଲୋକ ହେ ତମେ ମୁଣ୍ଡ ଫଟା ଖରା ରେ କୋଉ ପରିବା ଦୋକାନ ଖୋଲା ଥିବା ହେଇଟି ଯାହା ମିଳିଲା ନେଇ ଆସିଛିପଛ ରେ ଆଉ ମତେ ଦୋଷ ଦେବନି ।

ଶୁଭ ଲଷ୍ମୀ ଦେବୀ ଲୁଗା କାନି ରେ ହାତ ପୋଛିପୋଛି ରୋଷେଇ ଘରୁ ବାହାରିଲେ କଣ କହୁଚ ମ କିଛି ଶୁଭୁନି ବଡ଼ ପାଟି ରେ କହୁ ନ ଆରେ ଆଉ କେତେ ବଡ଼ ପାଟି କରିବି କଣ ପଡିଶା କୁ ଜଣେଇ ବି ଯେ ମୁଁ ପରିବା ନେଇକି ଆସିଲି ବୋଲି ।ହଁ ତମର ଯୋଉ କଥା !!ହେଇଚି ଆଶିଷ ବାବୁ ଙ୍କର ମା ଶୁଭଲଷ୍ମୀ ଦେବୀ କଣ ରୋଷେଇ ବାସ କରିଚ ଟି ତମ ପତିଦେଵ ପାଇଁ ନା ଖାଲି ପୁଅ ଆସିବା ଖୁସି ରେ ସିଏ ଯାହା ଖାଇବ ତା ପାଇଁ କରିପକେଇଚ । ନା ମ କି କଥା କହୁଚ ମ ତମେ କଣ ମିଠା ଖାଇବ ନା ତେଲ ଛଣା !!ତମ ପାଇଁ ରୁଟି ସନ୍ତୁଳା କେବେ ଠୁ କରି ସାରିଲିଣି ଆଉ ନିଜ ପାଇଁ କଣ କରିଚ ମୋର ତ ଉପବାସ ମଂଗଳବାର ଆଜି ସେଇ ଆଶୁ ପାଇଁ କରୁଛି ମ ପିଲା ଦିନେ ତାର ଝାଡା ହେଉଥିଲା ଛାଡୁନଥିଲା ମନ୍ଦିର ଭାଇନା କହିଲେ ମା ମଂଗଳବାର ଉଷା କର ପିଲା ଦେହ ସୁସ୍ଥ ରହିବ ।

ସେ ଦିନ ଠାରୁ କରୁଛି ୩୨ବର୍ଷ ହେଲାଣି ମୋ କଥା ଛାଡ ମୁଁ ଚୁଡା ଗଣ୍ଡେ ରେ ଲେମ୍ବୁ ଦେଇ କି ପିଇଦେବି ।ହାଇଓ ତମେ ଚୁଡା ମୁଁ ରୁଟି ସନ୍ତୁଳା ।ଆଉ ସକାଳୁ ଆସିକି ଦିପହର ହେଲାଣି ତମେ ରୋଷେଇ ଘରେ କଣ କରୁଥିଲ।ମଣ୍ଡା, ଗଇଁଠା, ଆରିସା, କାକେରା ଆହୁରି କେତେ କ'ଣ କରିଛି ଯାହା ଆଶୁ କୁ ମୋର ଭଲ । ଆହେ ପୁଅ ତମର ବୋହୁ ପିଲାଛୁଆ ଧରି ଆସିବ ।ଖାଇବା ପିଇବା ରେ ଅସୁବିଧା ହବ କାଳେ ସେଥିପାଇଁ ତମକୁ ପରିବା ଆଣିବାକୁ କହିଦେଲି ହଉ ଆସ ଖାଇବାକୁ ବଢୁଛି।

ବେଳ ଆସିକି ଉଛୁର ହେଲାଣି ଆଶୁ କହିଥିଲା ତିନିଟା ଚାରିଟା ବେଳେ ଆସିବ ବୋଲି ହାଇଓ ଟିକେ ଫୋନ ଲଗେଇଲ ତାକୁ ଶୁଭଲଷ୍ମୀ ଦେବୀ ବ୍ୟତୀବ୍ୟସ୍ତ ହେଇ ଚନ୍ଦନ ବାବୁ କୁ କହିଲେ ।ହଁ ତ ଚନ୍ଦନ ବାବୁ ଫୋନ ଲଗେଇ ଦେଲେ ଫୋନ ଟି ରିଂ ହେଲା ଗୋଟେ ଛୋଟ ଝିଅ ଟି ଫୋନ ଉଠାଇଲା hallo କିଏ କହୁଚ ଚନ୍ଦନ ବାବୁ ଭୁଲ ନମ୍ବର ଭାବି କଟିଦେଲେ ପୁଣି ଆଉଥରେ ଫୋନ ଲଗେଇଲେ ପୁଣି ସେଇ ଝିଅ ଏଥରକ କିଏ ମା ତୁ ଝିଅ ଟି କହିଲା ରେଶମା ଆଲୋ ଆଲୋ ନାତୁଣୀ ଟା ଆମର ଧରିଛିଏ ବୁଢା ଜେଜେ ତୋର ଚିନ୍ହି ପାରିଲାନି ଆଲୋ ମା ତୋ ପାପା କେବେ ଆସିବ ଜେଜେମା ପାଖକୁ। ଝିଅଟି କହିଲା ଜେଜେ ଆମେ ତ ଅଜା ଙ୍କର ଘରେ ଆସିକି ଅଛୁ।କେତେ ବେଳୁ ଏଠି ମୁଁ ମାମୁ ପୁଅ ରୋହନ ଭାଇ ସଂଗେ ଖେଳୁଛି ହେଇଟି ପାପା ଆସିଲେଣି।ଚନ୍ଦନ ବାବୁ ସଂଗେ ସଂଗେ ଶୁଭ ଦେବୀ ଙ୍କୁ ଫୋନ ଟି ଧରେ ଇ ଦେଲେ ସେପଟୁ hallo କିଏ କହୁଛନ୍ତି। ଶୁଭଲଷ୍ମୀ ଦେବୀ ଆରେ ମୁଁ କିଏ ବୋଉ ଟି!! ହଁ ରେ ଧନ ତୋ ର ବୁଢ଼ୀ ବୋଉ ଆରେ ବାବା କେବେ ଆସିବୁ କହୁ ଥିଲୁ ଆଜି ଆସିବୁ ବୋଲି ପୁଣି କଣ ହେଲା ସକାଳୁ ପହରରୁ ମୁଁ ତୋ ରୁମ ସଫାସଫି ରେ ଲାଗିଚି ତୋ ପାଇଁ ତୋ ମନ ପସନ୍ଦ ର ପିଠା ପଣା କେତେ ଦରବ କରିଛି ରେ କହିଥିଲୁ ଆସିବାକୁ ଆସିଲୁନି ଆଜି ।ସେପଟୁ ଆଶିଷ ଆଲୋ ବୋଉ ତୋ ବୋହୁ ପରା ଜିଦ ଧରିଲା ଆଗ ତା ବାପା ଙ୍କୁ ଦେଖା କରିବାକୁ ଆଉ ପିଲା ମନେ ବି ତେଣୁ ଏଠିକି ଚାଲି ଆସିଲି ତୁ ପିଠା ରଖିଥା ମୁଁ ଗଲେ ଖାଇବି ।ଏଠି ରୀନା ତା ବୋଉ କୁ କହି ମୋ ପାଇଁ ସବୁ ତିଆରି କରିଛି ଶାଶୁ ମୋର ବହୁତ ସୁଆଦ ରୋଷେଇ କରିଛନ୍ତି ।ପିଲାମାନେ ଏ ସବୁ ଖାଇବାକୁ ପସନ୍ଦ କରୁନାହାନ୍ତି ସେମାନେ ଙ୍କର ଆଜି କାଲିକା ପିଜା ବରଗର୍, ଚାଉମିନ ଏ ସବୁ ପସନ୍ଦ ଏଠି ଶଳା ର ପିଲାମାନେ ଅଛନ୍ତି ତେଣୁ ସେମାନଂକର କିଛି ବି ଆସୁବିଧା ହେବନି ।,ତୁ କାହିଁକି ସଫା କଲୁ ହାତ ରେ ବାପ କ'ଣ ପେନସନ ଟଙ୍କା ରେ ତୋ ପାଇଁ ଚାକରାଣୀ ଟେ ରଖି ପାରୁନାହାନ୍ତି ।ସେ ଘର ର ସବୁ କାମ କରନ୍ତା ତୁ ବୁଢ଼ୀ ହେଲୁଣି ଟିକେ ବିଶ୍ରାମ ନେ!!ଶୁଭ ଦେବୀ ମନେ ମନେ ଭାବୁଥିଲେ ତାଙ୍କ ସେଇ ପୁଅ କଥା ଯିଏ ତାଙ୍କ ହାତ ରନ୍ଧା ଛଡା ଆଉ କା ହାତ ରନ୍ଧା ପସନ୍ଦ କରେନି ସବୁବେଳେ ବୋଉ ର ରୋଷେଇ ର ପ୍ରଶଂସା ହେଲେ ତାଙ୍କ ମନେ ରେ ଆଉ ଗୋଟେ ଚିନ୍ତା ରୀନା ବୋହୁ ର ତା ମା କଥା ବାପା କଥା ମନେ ପଡ଼ିଲା ଯେ ତାକୁ ତୁ ନେଇଗଲୁ ତା ଘର କୁ ତୋର ତୋ ମା ବାପା କଥା ମନେ ପଡୁନି !! ଫୋନ ଟେ ନିଜ ଆଡୁ କରିପାରିଲୁନି ଆଉ ରହିଲା ଘର କାମ ପିଲା ମାନକର କାମ କରିବାକୁ ମାଆ ମାନକୁ ଭଲ ଲାଗେ ଏମିତିକା କୋଉ ମାଆ ନାହିଁ ଯେ ତାକୁ ତା ପିଲା ର ସବୁ କାମ କରିବାକୁ କଷ୍ଟ ଲାଗିବ ସିଏ ଯେତେ ବୟସ୍କା କାହିଁକି ନ ହେଲା ତୋର କ'ଣ ଆମ ପ୍ରତି ସେହ୍ନ ନାହିଁ ଆମେ ବୁଢା ବୁଢ଼ୀ ଦିଟା ତୋ ଆସିବା ବାଟକୁ ଚାହିଁ ବସିଛୁ। ଅଥଚ ତୁ ତୋ ସ୍ତ୍ରୀ କୁ ନେଇ ଶାଶୂର ଘରେ ଏ କଥା ଗୁଡିକ ମନେ ଭାବି ଟିକେ ଅନ୍ୟ ମାନସ୍କ ହୋଇଯାଇ ଥିଲେ ଶୁଭ ଦେବୀ ।

ସେପଟୁ ଆଶିଷ ବୋଉ ବୋଉ କୁଆଡେ ଗଲୁ ଫୋନ ଟା ଧରି କ'ଣ ଭାବୁଛୁ ରଖ ପଛରେ କଥା ହେବି ଏବେ ସମସ୍ତେ ବାହାରିଛୁ ଫିଲ୍ମ ଦେଖିବୁ ହୋଟେଲ ରେ ଖାଇବା ପାଇଁ ।ମୁଁ ଯିବି ଗୋଟେ ଦିନି ତୁ ବ୍ୟସ୍ତ ହୁଅନା ହଉ ରଖୁଚି ଫୋନ ଟି ସେପଟୁ କଟିଗଲା ।

ଶୁଭଲଷ୍ମୀ ଦେବୀ ଦୁମ କିନା ବସିପଡିଲେ ଚନ୍ଦନ ବାବୁ କହିଲେ  ରାଗ ରେ ହାଇଓ!! ତମ ଗେଲବସର ପୁଅ କଣ କହିଲା ଆସିବ ଟିଘର କୁ ତାର ??ଶୁଭଲଷ୍ମୀ ଦେବୀ ପିଲା ଟି ପରି କାନ୍ଦୁଥିଲେ ସକାଳୁ ଚୁଡା ଲେମ୍ବୁ ଖାଇ ନିଜ ଉପାସ ରେ ଥିଲେ ନିଜ ର ଏକମାତ୍ର ପୁଅ ପାଇଁ ତା ଭିତରେ ଏତକ କାମ ଆଣ୍ଠୁ ଗଣ୍ଠି ବିନ୍ଧା ବଢି ଯାଇଥିଲା ତାଙ୍କର ମୁଣ୍ଡ ଟି ବୁଲାଇ ଦେଉଥିଲା ପୁଅ ର କଥା କୁ ଶୁଣି। ଚନ୍ଦନ ବାବୁ ତାଙ୍କୁ ଧରି ଖଟ ରେ ଶୁଆଇ ଦେଲେ ମନେ ମନେ ଭାବୁଥିଲେ ପୁଅ ଟି ତାଙ୍କର ବାହା ହେଇସାରିଛି ତା ସାଂସର ନେଇ ବଞ୍ଚୁଛି ଆମ କୁ କାହିଁକି ସେ ଏତେ ଗୁରୁତ୍ୱ ଦେବ ମାତ୍ର ଏ ମନ କଣ ବୁଝୁଛି ମାଆ ବାପା ଙ୍କର ଗୋଟେ ଆଶାଥାଏ ପିଲାମାନଙ୍କ ଉପରେ ନିସଙ୍ଗ ଜୀବନ ରେ ତାଙ୍କ ସହ କିଛିଟା ମୁହୂର୍ତ୍ତ ହସଖୁସି ର। ବାପାମାଆ ଙ୍କର ସେ ଆଶା ଆଶା ରେ ହିଁ ରହିଯାଇଛି ସବୁ ସମୟେ କେତେ ଲୋକ ତାଙ୍କର ସେ ଆଶା ବାଡ଼ି ଟିକୁ ହଜାଇ ଦିଅନ୍ତି ଆଉ ହେଇଯାନ୍ତି ନିସଙ୍ଗ ଏକୁଟିଆ ।

ପିଲାମାନକୁ ଭାବି ଦିଅନ୍ତି ତାଙ୍କ ଆଶାବାଡି ସାହାରା ବାର୍ଦ୍ଧକ୍ୟ ର। ଶୁଭଲଷ୍ମୀ ଦେବୀ ଜାଣି ସାରିଲେଣି ସେ ତାଙ୍କ ହାତ ର ଆଶା ବାଡ଼ି ଟି ହଜେଇ ଦେଇ ଛନ୍ତି । ଆଉ କିଛି ଆଶା ନାହିଁ ତାଙ୍କର କଷ୍ଟ ମଷ୍ଟେ ଉଠି ଗଲେ ସେ ଚନ୍ଦନ ବାବୁ କୁ ପାଖରେ ରେ ଦେଖି ତାଙ୍କ କାନ୍ଧ ରେ ମୁଣ୍ଡ ରଖି ଦୁଇ ଧର ଲୁହ ଛଡା ଆଉ କିଛି ବି ନଥିଲା ତାଙ୍କ ପାଖ ରେ ।ସେ ଜାଣି ସାରିଥିଲେ ତାଙ୍କର ସେ ଆଶା ର ବାଡ଼ି ଟି ଆଜି ଆଉ ତାଙ୍କ ପାଖ ରେ ନାହିଁ। ମାତ୍ର ସେ ବୁଝି ପାରୁ ନ ଥିଲେ ଏମିତି ଏ ସଂସାରରେ କହିଁକି ? କ'ଣ ପାଇଁ ହୁଏ ଆଜି ତାଙ୍କ ଏକ ମାତ୍ର ସାହାରା ହେଲେ ଚନ୍ଦନ ବାବୁ ଦୁହେଁ ଦୁହିଁ ଙ୍କର ଆଶାବାଡ଼ି। ମଲା ବେଳେ ପୁଅ ଖାଲି ଯା ମୁଖାଗ୍ନି ଦେବାକୁ ଆସିବ କ'ଣ ଦରକାର ଯେ ବଞ୍ଚି ଲା ବେଳେ ତ ତାଙ୍କର ପୁଅ ରୂପୀ ଆଶା ବାଡ଼ି ଟି ସେ ସଂସାର ରେ ହଜାଇ ଦେଇଛନ୍ତି ଆଉ ମଲା ବେଳେ ତାଙ୍କ କଣ ଆତ୍ମ ଆସି ଦେଖିବ କିଏ ମୁଖାଗ୍ନି ଦେଲା ଏ କଥା ଟିକୁ ଭାବିଲା ବେଳ କୁ ତାଙ୍କ ମନରେ ଚନ୍ଦନବାବୁ ଙ୍କୁଦେଖି ଦମ୍ଭ ଆସିଯାଇଥିଲା।



Rate this content
Log in

Similar oriya story from Drama