Manoj Behera

Classics

4  

Manoj Behera

Classics

ଆସେ ମକର :ନାହିଁ ପାର ଆଇ

ଆସେ ମକର :ନାହିଁ ପାର ଆଇ

5 mins
239



କୁହୁଡି ଭିତରୁ ରେଳଲାଇନ ଲମ୍ବି ଆସିଛି ବାରିପଦା ହାଟକୁ 

ସେଇ ବାଟରେ ‘’ପାର ଆଇ ‘’ ଆସେ । ତା‘ଘର ଜିଆଣି ।ଦାମୋଦରପୁର ।ଯେଉଁଠି ଜାତୀୟ ରାଜପଥକୁ ପାରହୋଇଛି ରେଳଲାଇନ । ରୁପ୍ସା -ବାଙ୍ଗିରିପୋଷି ରେଳଲାଇନ। ସେଠାରେ ରେଳଧାରଣା ବକ୍ର ଆକାର ହୋଇ ଲମ୍ବିଛି ।ଏବେ ତା’ଉପରେ ଫ୍ଲାଇ ଓଭର ହୋଇଛି । 

ଅବଶ୍ୟ କାମ ସରିଗଲାଣି। ସବୁ ହାଟ ପାଳିରେ ସେ ଆସେ ବାରିପଦା ହାଟକୁ । ଜିଆଣି ରୁ ।ଦାମୋଦରପୂର ପୁର ,ଗଙ୍ଗରାଜ ପରେ ପରେ ପଡେ ଜିଆଣୀ । ସକାଳେ ସକାଳେ ଘରୁ ବାହାରେ । ସେଦିନ ସକାଳରେ ଭାରି ଖୁସି ଲାଗୁଥିଲା । କାରଣ ମକର ପର୍ବ ଥିଲା । ବାଡି ଭୋର ରୁ ତେଲ ମାଖି ଗାଧୋଇ ଥିଲା । ଆମ ଘରେ ଆସି ପହଞ୍ଚିଲା । ଭୁଗୁଡାକଟା।ରେଲଲାଇନ, ରେଲଲାଇନ ରେ ଆସେ। ଆମେ ତାକୁ ‘’ପାରଆଇ ‘’ ବୋଲି ଡାକିଥାଉ।

 ମୋ ମା’ କୁ ସେ ଧରମ ଝିଅ କରିଥିଲା । 

ବହୁତ ପଚାରିଲା ପରେ ଦିନେ କହିଲା ତାର ନାମ -"ପାର" କିନ୍ତୁ ପୁରାନାମ କହିପାରିଲା ନାହିଁ। କେଜାଣି କାହିଁକି ? ଭୁଲିବି ଯାଇ ଥାଇପାରେ !! କିନ୍ତୁ ‘’ପାର୍ବତୀ ‘କହିବାରୁ ମୁଣ୍ଡ ଟୁଙ୍ଗାରି କହିଲା ହଇ ।ବୟସ ପାଖାପାଖି ସତୁରୀ ହେବ ।

କିନ୍ତୁ କାମକରିବାର ସାମର୍ଥ୍ୟ ରହିଛି । 

ବାରିପଦା ହାଟ। ମକରବେଳେ ବେଶୀ ସଜେଇ ହୁଏ ।

ହାତଠାରି ଡାକେ ହାଟ।ସ୍ଵତନ୍ତ୍ର ବସେ ମକର ହାଟ । 

 ଅଣ ଓସାରିଆ ଖାଲ ଢିପ ରେଳଲାଇନ୍ ରାସ୍ତା ପାରି ହୋଇ ଯିବାକୁ ପଡେ ।ଦାମୋଦର ପୁର ରୁ ବାରିପଦା ଷ୍ଟେସନବଜାର ହାଟ।ମଝିରେ ଭଞ୍ଜପୂର,ବାଘଡାରୋଡ ,ସୁନଗଡିଆ । ଯେମିତି ସେ’ହାଟ ଜାଣିଛି ତା’ କଥା ।

ବୁଢୀ ଚାଲିଲା ହାଟ । ହାଟ ରୁ ବୁଢୀ ଫେରେ ।

 ପୁଟୁଳି ରେ କିଛି କିଛି ଧରି ଧୀରେ ଧୀରେ ପାଦ ଦିଏ ପୁଣି ଆମ ଘରେ ।ଆମ ପାଇଁ ଜାକି ଜୁକି ଆଣିଥିବା ତା’ପୁଟୁଳିରେ ବାନ୍ଧି ଆଣିଥାଏ ଖୁଡୁମା।ଆମେ ସେ ଆଣିଥିବା ଖୁଡୁମା ଖାଇଲେ ତା’ର ସିଝା ସିଝା ମୁହଁଟି ବେଶ ଆନନ୍ଦିତ ହୋଇଯାଏ। ପୁଟୁଳି ରଖିଦେଇ ଗୋଡ ଲମ୍ବେଇ ବସିଯାଏ ।ଚା' ପିଏ । ଭୁଜା ଖାଏ । ଆଜି ଅଛି ବାରିପଦା ହାଟ । ନାହିଁ ପାର ଆଇ । ପାରଆଇ ଅଫେରା ରାଇଜକୁ ବାହୁଡିଯିବାର ଅନେକ ବର୍ଷ ବିତିଗଲାଣି । କିନ୍ତୁ ପାରଆଇ ଠାରୁ ପାଇଥିଲୁ ଅମୃତମୟ ସୁଖକର ସାନ୍ନିଧ୍ୟ ଆଜିବି ବେଶ୍ ସତେଜ ।

ଆଜି ମକରରେ ମନେପଡେ ପାର ଆଇ। ହାଟ ଥିଲା ତା’ ପାଇଁ ସଉଦା-ସାକ୍ଷାତ ,ସମ୍ପର୍କର ସତୀର୍ଥ । 

ତମାମ ବର୍ଷସାରା ମୟୂରଭଞ୍ଜବାସୀ ନାନାପ୍ରକାର ଉତ୍ସବରେ ନିଜକୁ ସାମିଲ କରିଛନ୍ତି। ଇଂରାଜି କେଲେଣ୍ଡରର ପ୍ରଥମ ମାସ ପଡେ ଜାନୁଆରୀ ।ଏହି ମାସରେ ପଡିଯାଏ ମକରପର୍ବ। ସମଗ୍ର ମୟୂରଭଞ୍ଜ ଜିଲ୍ଲାର ଏକ ମୂଖ୍ୟ ପର୍ବ ବୋଲି ଆମେ କହିପାରିବା ।ଫସଲ ଅମଳ କାର୍ଯ୍ୟ ପ୍ରାୟତଃ ସରିଯାଇଥାଏ। 

ମୟୂରଭଞ୍ଜର ବାହାରେ ରହୁଥିବା ମୟୂରଭଞ୍ଜ ର ଲୋକ ଏହି ଦିନରେ ନିଶ୍ଚୟ ଗାଁ କୁ ଆସେ ।ଗୀତ,ନାଚ,ଚାଲେ ସାରାରାତି ।ମାଦଳ ବାଜେ ସାରାରାତି । 

କି -ଆଦିବାସୀ .କି - ଅଣଆଦିବାସୀ ସମସ୍ତେ ବେଶ ଆନନ୍ଦ ଉଦ୍ଦିପନାର ସହ ଏହି ମକର ପର୍ବ କୁ ପାଳନ କରିଥାନ୍ତି । କୌଣସି ଦରିଦ୍ର ଆଦିବାସୀ ମକର ପର୍ବ ଉପଲକ୍ଷେ ନୂଆଲୁଗା କିଣି ପିନ୍ଧି ନପାରିଲେ ମକର-ଛେଉଣ୍ଡ’ ହୋଇ ଯାଉଥିଲା ବୋଲି ପ୍ରଥା ପ୍ରଚଳିତ। ମକର ପର୍ବରେ ମାଂସ ଖାଇବା ଆମ ମୟୂରଭଞ୍ଜରେ ଏକ ସ୍ଵତନ୍ତ୍ର ପରମ୍ପରା ଏଯାବତ ଚଳିଆସିଛି ।କିନ୍ତୁ ଖାସି ମାଂସର ଚାହିଦା ସର୍ବଦା ଅଧିକ । ମକର ପର୍ବ ଯଦି ସୋମବାର କିମ୍ବା ଗୁରୁବାର ପଡିଗଲେ ତକଥା ସରିଲା ହେଲେ ମକର ପୂର୍ବ ଦିନ ବାଉଣ୍ଡିର ଗୁରୁତ୍ଵ ବଢିଯାଏ। ସବୁଠାରୁ ପ୍ରିୟ ଖାଦ୍ୟ ହେଲା କଷାମାଂସ କିମ୍ବା ମାଂସ ତରକାରୀ ସହିତ ଚାଉଳ ରୁଟି କିମ୍ବା ମୁଢି, ଚାଉଳ ଚୂନାର ଖଳିରେ କାଗଜପରି ପତଳା ରୁଟି ବେଲି ସେଗୁଡିକୁ ତାୱାରେ ସେକାଯାଏ ।

 ମାଂସ ସହଯୋଗରେ ଚାଉଳ ରୁଟି ଟି ଖାଇଲେ ଅତିଶୟ ତୃପ୍ତି ମିଳିଥାଏ । ମକର ପାଇଁ ସ୍ଵତନ୍ତ୍ର ଖାସି ସବୁ ମରାହୁଅନ୍ତି ବାରିପଦାରେ ତଥା ସାରା ମୟୂରଭଞ୍ଜରେ। ଯେଉଁମାନେ ଏହି ବ୍ୟବସାୟ କରୁଥିଲେ ସେମାନେ ଏହିସବୁ ଖାସିଗୁଡିକ ବହୁପୂର୍ବରୁ ବିଭିନ୍ନ ହାଟ ମାନଙ୍କରୁ ମୂଲାମୁଲି କରି କିଣିଥାନ୍ତି। ସେତେବେଳେ ବାରିପଦା ସହରରେ କିଛି ନିର୍ଦ୍ଦିଷ୍ଟ ସ୍ଥାନ ମାନଙ୍କରେ ଏହି ସବୁ ଖାସି ମରାଯାଉଥିଲା ।

ଧୀରେ ଧୀରେ ସାହିଗୁଡିକରେ ମଧ୍ୟ ଏହି ବ୍ୟବସ୍ଥା ସେମାନେ କାର୍ଯ୍ୟକାରୀ କଲେ।ସେମାନେ ସ୍ବତନ୍ତ୍ର ଭାବେ ରାଖୀ ପୂର୍ଣ୍ଣୀମା ,ରଜ ସଂକ୍ରାନ୍ତି ,ମକରସଂକ୍ରାନ୍ତି ରେ ନିଶ୍ଚୟ ଆଣନ୍ତି ଏକ ଚିଠା ପ୍ରସ୍ତୁତ ହୁଏ। କିଏ କେତେ ମାଂସ ନେବ?। 

ଯେଉଁମାନେ ମାଂସ ନେବେ କେହିଜଣେ ଯଦି ଲୋକ କମିଯାନ୍ତି ତେବେ କିଛି ଅଧିକ ନେଇପାରିବେ।ଏମିତି ଦୁଇ ଅବା ତିନି ଟି ଖାସି ସାହିଗୁଡିକରେ କଟିଯାଏ।

ରାତିରୁ ସାଉଣ୍ଡ ବକ୍ସ ସବୁ ବାଜେ ବାରିପଦାର ବିଭିନ୍ନ ଛକ ମାନଙ୍କରେ। ମାଇକ୍ ପ୍ରାୟ ବ୍ୟବହାର ହୁଏନାହିଁ। 

ହେପି ମକର ସଂକ୍ରନ୍ତିର ଏକ ଭଲ ବେନର କରାଯାଇଥାଏ।ନୂଆ ବର୍ଷ ପରେ ପରେ ପୁଣି ଆସେ ମକର ।

ଦେଖା ହେଲେ ସମସ୍ତେ ପରସ୍ପର କୁ ହେପି ମକର କହି ଅଭିନନ୍ଦନ ଜଣାନ୍ତି।ଦିନସାରା ସାଉଣ୍ଡ ବକ୍ସ ବାଜେ ।

ଘରମାନଙ୍କରେ ସବୁ ପିଠା ପଣା ହୋଇଥାଏ।

ସାଙ୍ଗ ସାଥୀ ମାନଙ୍କୁ ଡାକି ଆଣି ଥାଉ।ସେମାନେ ମଧ୍ୟ ଆମକୁ ସେମାନଙ୍କ ଘରକୁ ଡାକିନେଇଥାନ୍ତି ।ପିଠା ଖାଉ।

କିନ୍ତୁ କୌଣସି ନୂଆ ପେଣ୍ଟ ସାର୍ଟ ହୋଇନଥାଏ।

ବିଶେଷ କରି ଆମ ଆଦିବାସୀ ସାଙ୍ଗ ମାନଙ୍କର ନୂଆ ଡ୍ରେସ ହୁଏ। ପେଣ୍ଟ ସାର୍ଟ କିଣିବା ପାଇଁ ପ୍ରାୟ ତିନି ଚାରି ଜଣ ସାଇକେଲରେ ବାରିପଦା ମାର୍କେଟ ଯାଇଥାଉ ।ଯାଇଥାଉ।ନବେଦଶକରେ ବାରିପଦା ମାର୍କେଟ ର କିଛି ଦୋକାନ ହେଲା କଲେଜ ରୋଡ୍ ର ଗେଲେକ୍ସି,ବାଣ୍ଠିଆ ଜଗନ୍ନାଥ ମନ୍ଦିର ପାଖ ,ଲାଲବଜାର ରେ ଥିଲା ‘କପିଲ ‘ନାମରେ ଏକ ଦୋକାନ । ଏବେ ନାହିଁ। ଅଛି ‘ପେଶନ’ । ଆଗରୁ ମଧ୍ୟ ଥିଲା ।ହି –ମେନ ନାମରେ ଏକ ଦୋକାନର ବେଶ ଖ୍ୟାତି ଥିଲା । କିନ୍ତୁ ଦୁଖର ବିଷୟ ମାଲିକ ଙ୍କ ଅକାଳ ବିଯାଗ ହେଲା । କୁମାର କୁମାର ବସ ତା’ପରେ ବର୍ତ୍ତମାନର ତାରିଣୀ ମନ୍ଦିର ଗଳିରେ ଥିଲା ଦିପୁ ଭାଇଙ୍କ ଦୋକାନ।ଏବେ ତା’ଙ୍କ ଦୋକାନ ଉଠିଆସିଛି ଏମ୍.କେ.ସି ହାଇସ୍କୁଲ ପାଖକୁ। ସବୁଠୁ ବେଶୀ ଭିଡ ହେଉଥିଲା ଅର୍ବାନ ବ୍ୟାଙ୍କ ପାଖରେ ।କେବିନ ପଡିଥିଲା ମୁନାଭାଇଙ୍କର ପ୍ରିୟା ଡ୍ରେସେସ,ଏବଂ ପ୍ରଭା ଡ୍ରେସେସ।ଜେନା ଭାଇଙ୍କ ଦୁଇଭାଇ ଏହି ପ୍ରଭା ଡ୍ରେସେସ ରେ ବସିଥାନ୍ତି।ଏବେ ପ୍ରଭାଡ୍ରେସେସ ଚାଲିଛି ହେଡ ପୋଷ୍ଟ ଅଫିସ ସାମନାରେ।ପ୍ରଭାଡ୍ରେସେର ମୁନାଭାଇ ଦାମୋଦରପୁର ଛକ ରେ କରିଛନ୍ତି ଏକ ଦୋକାନ।ବେଶ ବଡ ଦୋକାନଟି।ଅସମ୍ଭବ ଲୋକ ଭିଡ ହୁଏ। ଆଉକିଛି ଦୋକାନ ହେଲା ମୟୂରଭଞ୍ଜ ସେଣ୍ଟ୍ରାଲ ବ୍ୟାଙ୍କ ସାମନାରେ ଏକ କେବିନ ଦୋକାନ ।ନାମ କ୍ଲାସିକ ଡ୍ରେସେସ।ତାଙ୍କର ଅନ୍ୟଏକ ଦୋକାନ ଗଣେସ ଲଜ୍ ଆଗକୁ ଥିବା ଶିବ ମନ୍ଦିର ପାଖରେ ।ନାମ ସେହି କ୍ଲାସିକ ଡ୍ରେସେସ ନାମରେ।ଏବେ ଓୟାର ହାଉସ୍ ନାମରେ ବଡ ଦୋକାନ ଟି ଚାଲିଛି । ନୂଆ କରି ଆରମ୍ଭ ହେଲା ପ୍ଲାଜା ଡ୍ରେସେସ୍ ।ଗଣେସ ଲଜ ସାମନା ରେ ଥିବା ଟାନ୍ସଫରମାର ଛକରେ।ଏବେ ମଧ୍ୟ ସେହି ଦେକାନ ଅଛି।କିନ୍ତୁ ନୂଆ ଦୋକାନ ।ସେହି ପ୍ଲାଜା ଡ୍ରେସେସ ନାମରେ ।ସବୁ ସେହି ପାଖା ପାଖି।

କଚେରୀ ରୋଡ ରେ ନୂଆ ଖୋଲିଲା ମନୋଜ ଡ୍ରେସେସ୍। ଟ୍ରାଫିକ ଛକରେ ଖୋଲିଲା ପରିଧାନ ନାମରେ ଏକ ବଡ ଦୋକାନ । ଏବେ ମଧ୍ୟ ଅଛି । ପରିଧାନ ଥିଲା ସେତେବେଳେ ଆମ ପାଇଁ ସବୁଠୁ ନାମଜାଦା ଦୋକାନ ।ଡ୍ରେସ ହାଉସ ତ ଆଗରୁ ଥିଲା ।କିନ୍ତୁ ପରିଧାନ ବେଶ ଲୋକକୁ ଆକର୍ଷଣ କଲା।ସଂଜୟ ଭାଇଙ୍କର ମୋଦି ଡେସେସ୍ ପରେ ପରେ ଖୋଲିଲା । ପ୍ରଥମେ ସଂଜୟ ନାମରେ ତାଙ୍କର ଏକ ପେଣ୍ଟ ସାର୍ଟ କନା ଦୋକାନ ଏବେବି ରହିଛି । ।ସେଠାରେ ସିଆରାମ,ଡିଗଜାମ,ଭିମଲ ଇତ୍ୟାଦି ବ୍ରାଣ୍ଡେଡ୍ କମ୍ପାନୀର କନା ସବୁ ରଖିଥାନ୍ତି ।ଏ କଥାକୁ ଏଇଠି ବିରାମ ଦେବା । 

ଥରେ ଥରେ ମୋର ମନେପଡୁଛି ବାରିପଦା ମୁନିସିପାଲିଟିର ନିର୍ବାଚନ ଫେବୃଆରୀ ମାସରେ ସ୍ଥିର ହୋଇଥାଏ। ନିର୍ବାଚନ ପୂର୍ବରୁ ପଡିଯାଏ ନୂଆବର୍ଷ ।ପଡିଯାଏ ମକର ଜାନୁଆରୀ ଚଉଦ ରେ।ବେଶ ଧୁମଧାମରେ ପାଳିତ ହୁଏ।     ସବୁ ସାହି ,ଅଧିକାଂଶ ୱାର୍ଡ ଗୁଡିକରେ ଆଶାୟୀ ପ୍ରାର୍ଥୀ ମାନଙ୍କର ଶୁଭେଛା ଓ ଅଭିନନ୍ଦନର ବେନର ଟଙ୍ଗାଯାଇଥାଏ।

 ଏ ସମୟରେ ଏକ ଲୋକକଥା ପ୍ରଚଳିତ ଯେ କାମକରୁଥିବା ଶ୍ରମିକଟି ମଧ୍ୟ ତା ‘ମାଲିକକୁ ଛୁଟି ମାଗେ।କହେ-“ ବାବୁ ମକରଟା ଗୋ. ।

ଭୂବନେଶ୍ଵରରୁ- ବାରିପଦା -ରାଇରଙ୍ଗପୁର ,ବହଳଦା,ମାଣତ୍ରୀ କରଂଜିଆ ବସ,

ରୁରଆଁ ,ଶୁକୃଳି ବସଗୁଡିକରେ ରେ ପ୍ରଚୁର ପରିମାଣ ରେ ଭିଡ ହୁଏ।ଲୋକେ ସବୁ ବସ ଉପରେ ମଧ୍ୟ ବସି ଆସିବାକୁ ପଛାନ୍ତି ନାହିଁ।କୃଷି କାର୍ଯ୍ୟ ବନ୍ଦ ରହେ।ଶ୍ରମିକ ମାନେ କାମକୁ ଆସନ୍ତି ନାହିଁ।ହୋଟେଲ ମାନଙ୍କରେ ପିଲା ନଥାନ୍ତି । ସବୁ ଗାଁ କୁ ଯାଇଥାନ୍ତି ।ଦୋକାନ ବନ୍ଦ ରହେ । ତିନି ଚାରି ଦିନ। ପରେ ଧୀରେ ଧୀରେ ଖୋଲେ । ମୟୂରଭଞ୍ଜ ରୁ ଦୂରରେ ରହି କାମକରି ସ୍ଵ-ଉପାର୍ଜିତ ଧନକୁ ଏହି ମକର ପର୍ବରେ ନିଜ ବନ୍ଧୁ ଓ ପରିଜନ ସହ ବ୍ୟୟ କରିବାରେ ବେଶ ଆନନ୍ଦ ପାଇଥାନ୍ତି। କୁକୁଡା ଲଢେଇ ଚାଲେ ବିଭିନ୍ନ ହାଟ ମାନଙ୍କରେ ସ୍ଵତନ୍ତ୍ର ଭାବେ । କୁଡୁମି ସମ୍ପ୍ରଦାୟର ବାଳିକା ମାନେ ଟୁସୁପୂଜା କରିଥାନ୍ତି ।ରଙ୍ଗୀନ ବସ୍ତ୍ର ରେ ଆଛାଦିତ ହୋଇଥାନ୍ତି ଟୁସୁଦେବୀ। ଆଦିବାସୀ ମାନେ ମକର ବାସିଦିନ ‘ବାନର-ନଚା’ କରନ୍ତି । କୁଟାରେ ଗୋଟିଏ ମାଙ୍କଡ଼ କରି ତାକୁ ଗାଁରେ ବୁଲି ନଚାଇ ଚାନ୍ଦା ଠୁଳ କରି ରାତିରେ ଗାଁବାଲା ସେଥିରେ ଭୋଜିକରି ଖାଇଥାନ୍ତି । ମକର ଆସେ ।ଅଛି ବାରିପଦା ହାଟ।କିନ୍ତୁ ନାହିଁ ପାରଆଇ ।


Rate this content
Log in

Similar oriya story from Classics