Amarnath Barick

Drama

3  

Amarnath Barick

Drama

ଆମ ଗାଆଁରେ ହୋଲି

ଆମ ଗାଆଁରେ ହୋଲି

4 mins
129



   ସକାଳୁ ଉଠି ଗାଧୋଇ ପାଧୋଇ ଆମ୍ବଡାଳ, ଅଁଳାଡାଳ, ଦୁବ ବରକୋଳି ପତ୍ର ମାଟି କଳସରେ ରଖି ନୂଆ ଧାନ ଦେଇ ଦାଣ୍ଡ ଦୁଆରେ କୁମ୍ଭ ବସେଇଲି । କାଲି ଘର ଅଗଣା ଲିପାପୋଛା କରି ଦେଇଥିଲି । ବାକି ଥିଲା ସବୁଆଡ଼େ ଚିତାପଇତା ପକେଇବା । ତାହା ବି କାଲି ରାତିରେ ସାରି ଦେଇଥିଲି । ନ ହେଲେ ଆଜି ଆହୁରି ବିଳମ୍ବ ହୋଇ ଥାଆନ୍ତା । ଏତିକି କଥା ମନରେ ଭାବୁ ଭାବୁ, ମୋ ପୁଅ ଆକାଶର ଫୋନ ଆସିଲା ଦିଲ୍ଲୀରୁ । ତା' ବାପା ମୋତେ ଡାକ ଛାଡ଼ିଲେ "ଏ ରେବତୀ କୁଆଡ଼େ ଗଲ ଶୀଘ୍ର ଧାଇଁ ଆସ ଆମ ପୁଅ ଆକାଶ ଫୋନ କରିଛି ଦିଲ୍ଲୀରୁ"। ତାହା ଶୁଣି ମୁଁ କହିଲି ଆଗ ଦିଅ ମୁଁ ଟିକେ କଥା ହୁଏ ! ମୋ ପୁଅ ଦୁଇ ମାସ ପରେ ଫୋନ କରିଛି। ଆକାଶ କହିଲା ବୋଉ ତୁ କଣ କରୁଛୁ ? ଏଇ କଥା ଟିକେ ଶୁଣି ଦେଇ ମୋ ଆଖି ଲୁହ ଓଠ ପାଖରେ ପହଞ୍ଚିଲା । ଆରେ ପାଗଳା ତୁ କୁଆଡ଼େ ଯାଇଥିଲୁ ଦୁଇ ମାସ ହେଲାଣି ? ଆଜି ତୋ ବୋଉ କଥା ମନେ ପଡ଼ିଲା କେମିତି ଅଛି ! ଆକାଶ କହିଲା "ନାଇଁ ଲୋ ବୋଉ ବାପା ସିନା ପାଠ ପଢ଼ାଇ ଇଂଜିନିୟର କରି ଦିଲ୍ଲୀ ପଠାଇ ଦେଲେ ଲୋ । ହେଲେ ତୋ କଥା ଆଉ ବାପାଙ୍କ କଥା ସବୁବେଳେ ମନେ ପଡ଼େ !! ମୁଁ କ'ଣ କରିବି ଏଠି ତ ଯାବତୀୟ କାମ । ଅଫିସରେ ଏତେ ବ୍ୟସ୍ତରେ ରହୁଛି ଯେ ତୋ ବୋହୂ ଦେଇଥିବା ଟିଫିନ ବି ଖାଇ ପାରୁନାହିଁ । ଛାଡ଼ ସେ ସବୁ କଥା, ତୁ ଆଗ କହ, ଆଜି ପରା ଦୋଳ ପୂର୍ଣ୍ଣିମା ତୁ ପିଠା, କ୍ଷୀରି କରିଛୁନା ? ମୋର ଭାରି ଇଚ୍ଛା ହେଉଛି ତୋ ହାତ ତିଆରି ପିଠା, କ୍ଷୀରି ଖାଇବା ପାଇଁ ! ବାପାଙ୍କର ସେଇ ଓଗାଳ ବୋଲା, ଗାଁ ମୁଣ୍ଡରେ ବାଡ଼ି ଖେଳ, ଅବୀର ବୋଳା କଥା ବହୁତ ମନେ ପଡ଼ୁଛି । ଏଥର ଆମ ଗାଁ ଗୋପବନ୍ଧୁ ଠାକୁର ମୂର୍ତ୍ତି କେତେ ବଡ଼ ତିଆରି ହୋଇଛି କି ବୋଉ" ?


  ହଁ ରେ ପାଗଳା ସବୁ ତ ଧୁମଧାମରେ ହେଉଛି । ହେଲେ ତୋ ବିନା ଆମକୁ କିଛି ଭଲ ଲାଗୁନାହିଁ । କାଲି ସନ୍ଧ୍ୟାରେ ଆର ସାହି ରଘୁଆ ମଉସା ଆମ ଘରକୁ ଆସିଥିଲେ । ତୋ କଥା ପଚାରି ବହୁତ ମନ ଦୁଃଖ କରୁଥିଲେ । କହିଲେ ଆମ ଆକାଶଟା ଗଲା ଦିନରୁ ଆଉ କେହି କୃଷ୍ଣଙ୍କ ଅଭିନୟ କରି ପାରୁନାହାନ୍ତି । ତା' ବିନା ପଡ଼ିଆରେ ମଞ୍ଚ ଖାଲି ରହିଛି । ଆଉ ଦୋଳ ନାଟକ ହେଉ ନାହିଁ । ହଉ ତୁ ଏବେ କହ ମୋ ବୋହୂ ନନ୍ଦିନୀ, ଆଉ ମୋ ନାତିଟୋକା କ'ଣ କରୁଛନ୍ତି ? ସେ ଭଲରେ ଅଛନ୍ତି ତ !! ମୋ କଥା ପାଟିରୁ ସରିନାହିଁ ଆକାଶ ଟିକେ ମୁରୁକି ହସିଦେଲା । ଠିକ ଏହି ସମୟରେ ତା' ବାପା ମୋତେ ଏପଟରୁ କହିଲେ "ଆରେ ଆମ ଆକାଶ, ବୋହୂ ନନ୍ଦିନୀ ଓ ନାତିଆଟୋକା ସମସ୍ତେ ଗାଡ଼ିରେ ବସି ଫୋନ କରୁଛନ୍ତି । ସେମାନେ ସମସ୍ତେ କାଲି ଆସି ପହଞ୍ଚିବେ ଘରେ" । ଏତକ ଶୁଣି ସାରିବା ପରେ ଆକାଶର ବାପାଙ୍କଠାରୁ, ମୋ ଗୋଡ଼ ଆଉ ତଳେ ରହିଲା ନାହିଁ । ମୁଁ ଆକାଶକୁ କହିଲି ହଉରେ ଧନ ତୁ ରେଳରେ ବସିଛୁ ବେସି କଥା ହୁଅ ନାହିଁ ଏବେ ଫୋନ ରଖ । ଭଲରେ ଆସି ଘରେ ପହଞ୍ଚେ ।


  ମୋତେ ରାତିଟା ଲାଗୁଥାଏ ଯୁଗପରି । ରାତି ପାହି ସକାଳ ପାଞ୍ଚଟା ସମୟରେ ଆକାଶ ସହିତ ବୋହୂ ନାତି ସମସ୍ତେ ଆସି ଘରେ ପହଞ୍ଚିଗଲେ । ସେଦିନ ଥାଏ ହୋରି ଖେଳ । ସେମାନେ ସମସ୍ତେ ହାତ ଗୋଡ଼ ଧୁଆ ଧୋଇ ହୋଇ ଲୁଗା ପଟା ବଦଳେଇ ଆସିଲେ । ଆମେ ସମସ୍ତେ ଠାକୁର ଘରେ ବସି ରାଧା କୃଷ୍ଣଙ୍କ ପାଦ ଯୁଗଳରେ ଅବୀର ଲଗେଇ ତା' ପରେ ପରସ୍ପର ମଧ୍ୟରେ ଅବୀର ବୋଳି ହେଲୁ । କିନ୍ତୁ ଆକାଶର ମନ ଘରେ ଲାଗୁଥାଏ । ସେ ଖାଲି ତରତର ହେଉଥାଏ । କେମିତି ଗାଁ ସାହିରେ ଯାଇ ତା' ସାଙ୍ଗ ମାନଙ୍କ ମେଳରେ ହୋରି ଖେଳିବ । ଗୋପବନ୍ଧୁ ଠାକୁରଙ୍କ ପାଖରେ ଲଗେଇଥିବା ଭୋଗ କଦଳୀ, ଫଳ, ଛେନା, ନଡ଼ିଆ, ପିଠା, କ୍ଷୀରି, ମିଠା, ଲହୁଣୀ ଇତ୍ୟାଦି ଆଣି ସମସ୍ତଙ୍କୁ ଖାଇବାକୁ ଦେଲି । ତାହା ସବୁ ଦେଖି ଆମ ଆକାଶର ପୁଅ, ଏଇବା ଆମ ନାତିଟୋକା ସାତ ବରଷର ହେବ । ତା' ମାଆ ନନ୍ଦିନୀକୁ କହିଲା । ମାମା ଏ ସବୁ କ'ଣ ? ତା' ଜେଜେ କହିଲେ "ଆରେ ନାତି ଆଜିପରା ହୋରି ଖେଳ । ପାଞ୍ଚ ଦିନ ପର୍ଯ୍ୟନ୍ତ ଆମେ ମାନେ ସମସ୍ତେ ଏମିତି ଅରୁଆ ଅନ୍ନ, ଡାଲମା, ପୁରି, ଫଳମୂଳ, ଭୋଗ ଆଦି ଖାଇବା । ଗାଁରେ ଦୋଳ ଠାକୁର ( ମେଢ଼ରେ ରାଧା କୃଷ୍ଣ ଙ୍କ ଦୁଇ ପାଖରେ ଦୁଇ ସଖି ଏବଂ ଗାଈର ମୂର୍ତ୍ତି ) ବସିବେ । ବାଡ଼ି ଖେଳ, ଓଗାଳ ବୋଲା, ଭଜନ କୀର୍ତ୍ତନ, ଅବୀର ବୋଳା, ଗୋ ମାତାଙ୍କୁ ପୂଜା କରିବା, ଭୋଜି ଭାତ ବଣ୍ଟାକୁଣ୍ଟା ଇତ୍ୟାଦି ହେବ । ଏଇଟା ଆମ ଗୋପାଳ ମାନଙ୍କର ପୂର୍ବ ପୁରୁଷରୁ ରହି ଆସିଥିବା ପରମ୍ପରା ଦୋଳ ପର୍ବ । ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଏହି ପର୍ବରେ ସମସ୍ତେ ଗାଁ କୁ ଫେରିବେ । ବନ୍ଧୁ ବାନ୍ଧବ ସମସ୍ତେ ଆସନ୍ତି । ପରସ୍ପର ମଧ୍ୟରେ ଭଲ ସଂପର୍କ ସ୍ଥାପନ କରନ୍ତି । 


  ନାତି ସବୁ ଶୁଣି ସାରିବା ପରେ କହିଲା ଜେଜେ କିନ୍ତୁ ଦିଲ୍ଲୀରେ ଆମେ ରହୁଥିବା ସୋସାଇଟିରେ ସବୁ ଲୋକମାନେ ହୋଲି ସେଲିବ୍ରେଟ କରନ୍ତି । ଡିଜେ ବଜାଇ ନାଚନ୍ତି । ମୋ ଫ୍ରେଣ୍ଡମାନେ ମୋତେ ରଙ୍ଗ ଲଗାନ୍ତି। ଆଉ ଅଙ୍କଲ ଆଣ୍ଟି ଆସି ପାପା ମାମାଙ୍କ ଉପରେ କଲରଫୁଲ ପାଣି ଢ଼ାଳି ଦିଅନ୍ତି । କିଛି ଲୋକମାନେ ନିଜର କପଡା ଚିରି ଫିଙ୍ଗାଫିଙ୍ଗି କରନ୍ତି ଏବଂ ସମସ୍ତେ ବଡ଼ ପାଟିରେ କୁହନ୍ତି "ହ୍ୟାପି ହୋଲି" । ଶେଷରେ ନାତିଟୋକା କଥା ଶୁଣି ଆମେମାନେ ସମସ୍ତେ ହସି ହସି ମଜା କଲୁ ।




Rate this content
Log in

Similar oriya story from Drama