STORYMIRROR

Amarnath Barick

Comedy Fantasy

4  

Amarnath Barick

Comedy Fantasy

ହସକଥା

ହସକଥା

1 min
226


    ରାତି ପ୍ରାୟ ସାଢେ଼ ବାରଟା ସମୟ ହେବ । ଦୁଇଜଣ ମଦୁଆ ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇ ରାସ୍ତାରେ ବୁଲୁଥିଲେ । ଯାଉଯାଉ ରାସ୍ତା କଡ଼ରେ ଥିବା ନର୍ଦ୍ଦମାରେ ଜଣେ ପଡ଼ିଗଲା । କାଦୁଆ ସଡସଡ କଳାଭୂତ ହୋଇ କଳେବଳେ କୌଶଳେ ଉଠି ଅନ୍ୟ ଜଣକୁ କହିଲା "ଆରେ ସାଙ୍ଗ ଏ ମୁନିସ୍ ପାଲଟି ବାଲାବି ନା ବହୁତ ଚତୁର ଦିନରେ ନର୍ଦ୍ଦମାକୁ ରାସ୍ତା କଡ଼ରେ ରଖି ଦିଅନ୍ତି ଆଉ ରାତିରେ ମଝି ରାସ୍ତାକୁ ନେଇ ଆସନ୍ତି ।


    ପୁଣି ଆଉ ଜଣେ ମଦୁଆ କହୁଛି ହଁ ପରା ଏଇ ଦେଖୁନ -: ମୋତେ କାଲି ଘରେ ମଶା କାମୁଡ଼ିଲେ ମୁଁ ଲୁଚିକି ଯାଇ ଗାଈ ଗୁହାଳରେ ଅନ୍ଧାର କୋଣରେ ସୋଇଥିଲି କିନ୍ତୁ ତଥାପି ସେ ମଶାଗୁଡ଼ା ମୋ ପଛ ଛାଡ଼ିଲେ ନାହିଁ । ଟର୍ଚ୍ଚ ଲଗାଇ ମୋତେ ଖୋଜି ଖୋଜି ଆସି ପହଁଚି ଗଲେ, ଗୁହାଳ ସାରା ଜୁଳୁଜୁଳୁ ହୋଇ ଉଡ଼ିଲେ ।


    ପୁଣି ସେହି ଅନ୍ୟ ଜଣକ ମଦୁଆ କହୁଛି -: ଛାଡ଼ ସେ ସବୁ କଥା ଏବେ ଶୁଣ ମୁଁ ଯାହା କହୁଛି ! ମୁଁ କାଲି ରାତିରେ ଉପରବାଲାଙ୍କ ସହିତ କଥା ହେଉଥିଲି, ଆଉ କହିଲି ହେ ପ୍ରଭୁ ! ମୋତେ ୧୦ଲକ୍ଷ ଟଙ୍କା ଉଧାର ଦିଅ, ମୁଁ ଉପରକୁ ଗଲେ ସବୁ ସୁଝିଦେବି । ତା ପରେ ଭଗବାନ ମୋତେ କହିଲେ "ହଉ ତୁ ଏବେ ଉପରକୁ ଆସି ନେଇଯା ବୋଲି" !



Rate this content
Log in

Similar oriya story from Comedy