STORYMIRROR

Sunanda Mohanty

Abstract Drama Romance

3  

Sunanda Mohanty

Abstract Drama Romance

ଆଲିଙ୍ଗନ

ଆଲିଙ୍ଗନ

5 mins
230

ଝିଅ ଦେଖାର ଶେଷ ପର୍ବରେ ପୁଅ ଝିଅ ଦୁହିଁଙ୍କୁ କିଛି ସମୟ, ପରସ୍ପର କଥା ହେବାର ସୁଯୋଗ ଦେବାକୁ ଛଡ଼ାଯାଇଥାଏ. ଉପସ୍ଥିତ ଦୁଇପଟର ଗୁରୁଜନଙ୍କ ଅନୁମତି ନେଇ ଆଜିବି ଯେତେବେଳେ ରୋଜା କୁ ସେହି ଅନୁମତି ମିଳିଥିଲା, ସେ ଯେମିତି ଖୁସି ହୋଇ ସେଇ ମୁହୂର୍ତ୍ତ କୁ ଅପେକ୍ଷା କରିଥିଲା, ହେଲେ ବାପା ମାଆ ଓ ବଡଭାଇ ଅରୁଣ ଆଶଙ୍କିତ ହୋଇପଡୁଥିଲେ, କାରଣ, ଏହାପରେ ପୂର୍ବ ପ୍ରସ୍ତାବ ଗୁଡିକ ଭଳି ଏ ପ୍ରସ୍ତାବ ଯେ ଭାଙ୍ଗିଯିବ ସେହି ଆଶଙ୍କାରେ ସେମାନେ ଥରି ଉଠୁଥିଲେ. ଦେଖିବାକୁ ଆସିଥିବା ପୁଅର ବାପା ମାଆ ଙ୍କର ଆଗ୍ରହ ଓ ଖୁସି ଯେ ଅଚିରେ ପାଣିଫାଟିଯିବ ତା ସହିତ ରୋଜାର ବାପା ମାଆ ଓ ଅରୁଣ ଵି ଛିଟିକି ପଡିବେ କିଛିଦୂର, ଯେବେ ଆସିଥିବା ବରପାତ୍ର ଉଚ୍ଚାରଣ କରୁଥିବ ଛି ଛି କି ଅଲଜ୍ୟା ଝିଅ, କିଏ କହୁଥିବ ହେ ରାମ ତ କିଏ ଫେରାଇନେଉଥିବ ନିଜ ବାପା ମାଆ ଙ୍କୁ ଏଠି ବାହାଘର ସମ୍ଭବ ନୁହେଁ ଉଠିଆସ କହି ତ କିଏ ପୁଣି କହୁଥିବ ଛି ଛି କି ଅପସଂସ୍କୃତି ତ କିଏ କହୁଥିବ ଆଧୁନିକ ଝିଅର ଅଦ୍ଭୁତ ଖିଆଲ l

   ଏଥର ସେହିଭଳି ମନ୍ତବ୍ୟ ଶୁଣି ନଥିଲେ ଵି ବରପାତ୍ର ଫେରିଗଲା ବେଳେ କହୁଥିଲେ ଝିଅକୁ ସାଇକାରିସଷ୍ଟଙ୍କୁ ଦେଖାନ୍ତୁ, ତ ରୋଜା ର ବାପା ମାଆ ଓ ଅରୁଣ ଛିଟିକି ପଡ଼ୁ ପଡ଼ୁ ବଞ୍ଚିଯାଇଥିଲେ କିଛି ସୁରାକ ଓ ଆଭାସ ର ନିର୍ଯ୍ୟାସରେ, ତ ସନ୍ଧ୍ୟାରେ ଦିବେନ ସଙ୍ଗେ ନିହାତି ଦେଖା କରିଥିଲା ଅରୁଣ ଆଉ କହିଥିଲା ପରିବାର ର ଦୁର୍ଦ୍ଦଶା, ନିରାଶା ହତାଶା ସହ ନିଜ କଥା. କେତେଦିନ ଆଉ ମୌସୁମୀ କୁ ଅପେକ୍ଷା କରିବାକୁ କହିବି କହ ଦିବେନ? ବାପା ମାଆ ଙ୍କର ଏକାଯିଦ ରୋଜା ର ବାହାଘର ପରେ ଯାଇଁ ତୋ ପାଳି, ତ ତେଣେ ମୌସୁମୀର ବାପା ମାଆ ଅନ୍ୟ ଆଡ଼େ ବାହାଘର କରିବାକୁ ତା ଉପରେ ଚାପ ପ୍ରୟୋଗ କଲେଣି, ଏସବୁ କଥା ନା ମୁଁ ମୋ ବାପା ମାଆ ଙ୍କୁ କହିପାରୁଛି ନା ମୌସୁମୀକୁ, ଦିବେନ କିଛି ସମୟ ଭାବି ସାରିବା ପରେ ଅରୁଣ କୁ କହିଥିଲା ମୁଁ ରୋଜା କୁ ବିବାହ କରିବାକୁ ଚାହେଁ ଅରୁଣ, ମୁଁ ଵି ଥରେ ରୋଜର ଭାବୀ ବର ରୂପେ ରୋଜା ସହ ଏକାନ୍ତରେ କଥା ହେବାକୁ ଚାହେଁ, ଏଥିରେ ମଉସା ମାଉସୀ ଓ ତୋର ମତାମତ ଅଛି ତ?? 

   ଘରେ ପୁଣି ଆନନ୍ଦର ଲହରୀ ଖେଳିଯାଇଥିଲା, ହେଲେ ଛାତି ଧଡପଡ, ରୋଜା ବାପା ମାଆ ଙ୍କର, କିନ୍ତୁ କୋଉଠି ନା କୋଉଠି ଅରୁଣ ର ବିଶ୍ୱାସ ଖିଏ ଥିଲା ତା ସାଙ୍ଗ ମାନସିକ ବିଶେଷଜ୍ଞ ଡାକ୍ତର ଦିବେନ ଉପରେ ତ ଭରସି କି ଭଉଣୀକୁ କିଛି ନକହି ଖାଲି ମୁଣ୍ଡ ଆଉଁସି ଦେଇଥିଲା ତ ରୋଜା ଵି ଲୋଟିପଡୁଥିଲା ଭାଇ ଉପରେ, ଉଭୟ ପରସ୍ପରର ମନକଥା ପଢିବାକୁ ଚେଷ୍ଟା କରି ଵି ସଫଳ ହୋଇନପାରି ବିକଳରେ ଦୁହେଁ ଦୁହିଁଙ୍କୁ ଚାଁହୁଥିଲେ l

   ଦିବେନ ତା ବାପା ମାଆ ଙ୍କ ପରାମର୍ଶ ନେଇ ରୋଜା ସହ ଏକାନ୍ତ ରେ କିଛି ସମୟ କଥା ବାର୍ତ୍ତା ହେବାର ଅନୁମତି ପାଇସାରିବା ପରେ ରୋଜା ର ବାପା ମାଆ ବିରୋଧ କରିଥିଲେ ଵି ଅରୁଣ ବୁଝେଇଥିଲା ବାପା ମାଆ ଙ୍କୁ ବିଶ୍ୱାସ ଓ ଭରସା ଦେଇ ଆଖିରେ, ଆଉ ରୋଜାକୁ ପୁଣି ଥରେ ସସ୍ନେହ ରେ ଆଉଁସି ଦେଇଥିଲା ନିର୍ଭୟ ପ୍ରତିଶ୍ରୁତି ଭରା ଆଖିରେ l

  ରୋଜା ସହ ଗୋଟେ ଦୁଇଟା କଥା ପରେ, ତା ସର୍ତ୍ତ ବାଢି ବସିଥିଲା ରୋଜା, ଆଉ ଅନ୍ୟମାନଙ୍କ ଭଳି ପ୍ରତିକ୍ରିୟା ପ୍ରକାଶ ନକରି ରୋଜା କୁ କଥାଦେଇଥିଲେ ଦିବେନ ଓଃ ଏଇ କଥା ନିଶ୍ଚୟ, ତୁମେ ମୋ ଧର୍ମପତ୍ନୀ ହେବ ତ ତୁମର ସବୁ ଇଚ୍ଛା ମୁଁ ନିଶ୍ଚୟ ପୂରଣ କରିବି, ହେଲେ ରୋଜା ପୁଣି ଯେବେ କହିଥିଲା ମୋ ସର୍ତ୍ତ ପୂରଣ ହେବାପରେ ହିଁ,ମୋର ଆପଣଙ୍କ ସହ ପତି ପତ୍ନୀ ର ସମ୍ପର୍କ ରହିବ, ଭିତରେ ଚମକି ପଡ଼ିଥିଲେ ଵି ଉପରକୁ ନିଶ୍ଚୟ ନିଶ୍ଚୟ କହି, ପ୍ରସ୍ତାବ ରେ ରାଜି ହୋଇଯାଇଥିଲେ ଦିବେନ ଆଉ ଖୁସିର ମାହୋଲ ଭିତରେ ଦିବେନ ଖୋଜୁଥିଲେ ସର୍ତ୍ତ ର ସୂତ୍ର l

  ସେଦିନ ବିବାହ ପରେ ସ୍ତ୍ରୀ ରୋଜା ସହ ପୁରୀ ଯିବା ପ୍ରସ୍ତାବରେ ସମସ୍ତେ ଖୁସି ତ ସ୍ୱାମୀ ସ୍ତ୍ରୀ ଚାଲିଲେ ପୁରୀ ଆଉ ପ୍ରଥମେ ସିଂହ ଦ୍ୱାର ଦେଇ ପତିତପାବନ ଙ୍କୁ ଟପି ବାମ ପଟେ କାଶୀବିଶ୍ଵନାଥ ଙ୍କୁ ଦର୍ଶନ କରିସାରି ବାଇଶି ପାହାଚ ଦେଇ ଉଠୁ ଉଠୁ, ଅନ୍ୟମନସ୍କ ରୋଜା କୁ ଦେଖି, ସିଧା ସଳଖ ପ୍ରଶ୍ନ କଲେ ଦିବେନ କୋଉଠି ରୋଜା କୋଉ ପାହାଚ ର କୋଉ ସ୍ଥାନ ରେ ମୁଁ ତୁମକୁ ଆଲିଙ୍ଗନ କରି ସର୍ବସମ୍ମୁଖରେ ଚୁମ୍ବନ କରିବି କୁହ, ହଠାତ ରୋଜା ଶିହିରୀ ଉଠିଲା, ତା ଆଖି ସାମ୍ନା ରେ ଭାସିଗଲା ସେଇ ଦୃଶ୍ୟାବଳି l

   ପୁରୀ ଏସ ସି ଏସ କଲେଜ ରେ ପଢିଲା ବେଳେ,ହଷ୍ଟେଲରୁ ସବୁଦିନ ସନ୍ଧ୍ୟାରେ ରୋଜା ଆସୁଥିଲା ଶ୍ରୀମନ୍ଦିର ଆଉ ସବୁଠୁ ମୁଖ୍ୟ ଆକର୍ଷଣ ଥିଲା ତାର ବାଇଶି ପାହାଚ, ସେଇ ବାଇଶି ପାହାଚ ଉପରେ ବସି କାଶୀବିଶ୍ୱନାଥଙ୍କ ଆଡକୁ ମୁଁହ କରି ସେ ଶିବ ପଞ୍ଚାକ୍ଷର, ଶିବତାଣ୍ଡବ ବୋଲି, ଜଗନ୍ନଥ ଆଦି ଦେବା ଦେବୀ ଙ୍କୁ ଦର୍ଶନ କରି, ହଷ୍ଟେଲକୁ ଫେରି ପଢା ପଢି ଆରମ୍ଭ କରେ, ଆଉ ସେଦିନ ନୋଟ ଖାତାରୁ ଦୀପକ ର ପ୍ରେମ ଚିଠି ପାଇ ସେ ଭିଷଣ କ୍ଷୁବ୍ଧ ହେବା ସହ ତା ପରଦିନ ଦୀପକ କୁ ଝାଡ଼ି ଦେଇଥିଲା ଦୁଇପଦ ଭଲକରି, ହେଲେ ଦୀପକ, ରାଗିଯାଇଥିଲା ଭିଷଣ ଆଉ ପ୍ରତିଶୋଧ ପରାୟଣ ଵି ହୋଇଯାଇଥିଲା ବୋଧେ l

   କିଛି ଦିନ ପରେ ରୋଜା ସବୁଦିନ ଭଳି କାଶୀବିଶ୍ୱନାଥ ମନ୍ଦିର ସାମ୍ନାରେ ଶିବତାଣ୍ଡବ ସ୍ତୋତ୍ର ବୋଲୁଥିବା ବେଳେ, ଟିକେ ଆଗରେ ଦୁଇ ପ୍ରେମ ପକ୍ଷୀ ଭଳି ପୁଅ ଟିଏ ଝିଅଟିକୁ ଦୃଢ଼ ଆଲିଙ୍ଗନ କରି ସର୍ବସମ୍ମୁଖରେ ଚୁମ୍ବନଦେବା ଦୃଶ୍ୟରେ, ରୋଜା ବିଚଳିତ ତଥା ଲଜ୍ଜ୍ୟାବୋଧ କଲାବେଳେ ପୁରୁଷ ଟି ପଛକୁ ଚାହିଁ କହୁଥିଲା, ଆକୁ ଏମିତି ପ୍ରେମ କେହି ଦେଇପାରିବ ନାହିଁ, କ୍ରୋଧରେ ରୋଜା ଦେଖିଥିଲା ସେ ଆଉ କେହି ନୁହେଁ ଦୀପକ ହିଁ ଥିଲା, ଆଉ ତାକୁ ଦେଖାଇ ଦେଖାଇ ସେହି ଦୃଶ୍ୟର ଥରକୁ ଥର ଅବତାରଣା ରେ ରୋଜା ଫେରିଆସିଥିଲା ଆଉ ସେହିଦିନଠୁ ମନ୍ଦିର ଯିବା ତା ପାଇଁ ବନ୍ଦ ହୋଇଯାଇଥିଲେ ଵି, ପରବର୍ତ୍ତୀ ଜୀବନରେ, ତା ଜୀବନ ସାଥୀଙ୍କଠୁ ଠିକ ସେହି ପରି ଆଲିଙ୍ଗନ ସହ ସର୍ବସମ୍ମୁଖରେ ଚୁମ୍ବନ ପାଇବାର ଇଚ୍ଛା ତାର ହୃଦୟ ରେ ସାଇତା ଥିଲା ତ ସେହି ସର୍ତ୍ତକୁ ଭାବି ସ୍ୱାମୀ ହେବାକୁ ଆସୁଥିବା ପୁଅମାନଙ୍କ ଆଗରେ ବାଢି, ସେ ନିଜକୁ ଓ ନିଜ ପରିବାର କୁ ବହୁତ କଷ୍ଟ ଦେଉଥିଲା ଏଯାଏଁ, କଣ ଭାବୁଛ କହି ରୋଜା କୁ ପ୍ରକୃସ୍ଥିତ କରାଇ ତା ମନସ୍ତତ୍ତ୍ୱ ପଢୁଥିଲେ ଡାକ୍ତର ସ୍ୱାମୀ ଦିବେନ l

   ରାତିରେ ନା ରୋଜା ନା ଦିବେନଙ୍କ ଆଖିରେ ନିଦ ଥିଲା, ଦିବେନ ରୋଜାର ମାନସିକ ସନ୍ତୁଳନ ଲକ୍ଷ କରି, ଡାକ୍ତରୀ ପ୍ରୟୋଗ କୁ ପ୍ରୟୋଗାତ୍ମକ ଢଙ୍ଗ ରେ ଉପସ୍ଥାପନ କଲେ, ତ ପଚାରିଲେ ରୋଜାକୁ, ଆଛା ବାଇଶି ପାହାଚ ର ସବୁ ନାଁ ତୁମେ ଜାଣ ରୋଜା, ହଁ ଜଣେ, ତ କହିଲ ସବୁ ମୋର କାହିଁ ମନେ ପଡୁନି ତ. ରୋଜା ଉଲ୍ଲସିତ ହୋଇ କହିଚାଲିଥିଲା, ତୀବ୍ରା, କୁମୁଦବତୀ, ମନ୍ଦା, ଛନ୍ଦବତୀ, ଦୟାବତୀ, ରଂଜନୀ, ରତିକା, ରୌଦ୍ରା, କ୍ରୋଧା, ବଦ୍ରିକା, ପ୍ରସାରିଣୀ, ବ୍ରତୀ, ମାର୍ଜନି , ଖ୍ୟାତି, ରକ୍ତା, ସନ୍ଦୀପନି, ଆଛାପନି, ମଦନ୍ତି, ରୋହିଣୀ, ରମ୍ୟା, ଉଗ୍ରା ଓ ଜୋଭିଣୀ . ଆଛା ତୁମେ ସବୁଦିନ ମନ୍ଦିର ଯାଇ ବାଇଶି ପାହାଚରେ କାହିଁ ବସ ରୋଜା? , ଆହୁରି ଉଲ୍ଲସିତ ହୋଇ ରୋଜା କହିଲା ଜାଣିନ କି ବାଇଶି ପାହାଚର ମହନୀୟତା, ସବୁ ଦେବାଦେବୀଙ୍କର ଆଗମନ ଆଗ ବାଇଶିପାହାଚରେ , ତା ପରେ ଗୋବିନ୍ଦ ବା ବିଷ୍ଣୁ ବା ଚତୁର୍ଦ୍ଧାଙ୍କ ଦର୍ଶନ, ସେଇଥି ପାଇଁ ପରା ସବୁ ତୀର୍ଥ ସାରି ମଣିଷ ସେଠାରେ ପିତୃଶ୍ରାଦ୍ଧ କରିଥାଏ. ଆଛା ତୁମେ କାହାକୁ ଭଲ ପାଇନ ରୋଜା???, ସ୍ବାମୀଙ୍କ ଏପରି ପ୍ରଶ୍ନରେ, ରୋଜାର ଚାହାଁଣୀରେ ଖାଲି ବିସ୍ମୟ ନଥିଲା ଘୃଣା ପୂର୍ଣ୍ଣ ହୋଇ ଥିଲା ତ ପ୍ରସଙ୍ଗ ବଦଳାଇ ଦିବେନ କହୁଥିଲେ, ଆରେ ତୁମେ ସିନା କାହାକୁ ଭଲ ପାଇପାରିବନି କାରଣ ତୁମେ ସଂସ୍କାରୀ,ଅନୁଶାସନପ୍ରିୟ, ଆତ୍ମସଚେତନ, ହେଲେ ତୁମ ରୂପ ଗୁଣ, ମର୍ଯ୍ୟାଦା ତ ଯେ କୌଣସି ପୁଅକୁ ଆକୃଷ୍ଟ କରିପାରେ, ମୋର ଯଦି ତୁମ ସହ କଲେଜ ଜୀବନରେ ଦେଖା ହୋଇଥାନ୍ତା, ମୁଁ ତ ନିଶ୍ଚୟ ତୁମ ପ୍ରେମ ରେ ପଡିଯାଇଥାନ୍ତି ନା. ପ୍ରତିକ୍ରିୟାଶୀଳ ହୋଇ ରୋଜା କହିପକେଇଲା, ତା ମାନେ ବାଇଶି ପାହାଚ ଉପରେ, କାଶୀବିଶ୍ୱନାଥଙ୍କ ସାମ୍ନାରେ, ସର୍ବସମ୍ମୁଖରେ ମତେ କଣ ଆଲିଙ୍ଗନ କରି ଚୁମ୍ବନ ଦେଇପାରିଥାନ୍ତେ? , ହଁ କାହିଁକି ନୁହେଁ? ଏଵେ ତ ତୁମର ସେହି ସର୍ତ୍ତ ନା, ଏଵେ ଯଦି ପୂରଣ କରିପାରିବି ସେବେ କାହିଁକି ନୁହେଁ? , ତ ରୋଜା, ଦୁଃଖ ମିଶା ରାଗ ଓ ଲାଜ ରେ ଲାଲ ପଡିଯିବା ଦେଖି ଦିବେନ, ଆଉ ଆଗକୁ କଥା ନ ବଢ଼େଇ ରୋଜା କୁ ଶୁଭରାତ୍ରି ଜଣେଇ ନିଜେ ଶୋଇଯାଇଥିଲେ l

    ଦୁଇଦିନ ପରେ ଦୀପାବଳି ତ ଦିବେନଙ୍କର ବାପା ମାଆ ଭଉଣୀ, ଭିଣୋଇଙ୍କ ସହ କେତେ ସବୁ ଗୁରୁଜନ ଓ ଲଘୁଜନ ପୁରୀ ଆସିବେ ଆଉ ବାଇଶି ପାହାଚ ଉପରେ ପୟା ଶ୍ରାଦ୍ଧ ଦେବେ ବୋଲି ଦିବେନଙ୍କଠୁ ଶୁଣି ଖୁସି ହୋଇଗଲା ରୋଜା, ଦୀପାବଳି ଦିନ ଶ୍ରାଦ୍ଧକର୍ମର ବ୍ରାହ୍ମଣଙ୍କ ଦ୍ୱାରା ମନ୍ତ୍ର ଉଚ୍ଚାରଣ ବେଳେ ସ୍ୱାମୀ ଦିବେନ ଯେବେ ଚୁପି ଚୁପି ରୋଜାଙ୍କୁ, ବାଇଶି ପାହାଚରେ, ଆଲିଙ୍ଗନ ସ୍ଥାନ ନିରୂପଣ କରିବାକୁ କହୁଥିଲେ, ରୋଜା ଖାଲି ବିକଳ ରେ ଚାଁହୁଥିଲା ସ୍ୱାମୀ ଦିବେନଙ୍କୁ, ଆଉ ରାତିରେ, ସ୍ଥାନ ନିରୂପଣ ନକରି ଏମିତି ଫେରିଆସିଲ ଯେ ରୋଜା, ଯେତେ ଶୀଘ୍ର ତୁମ ସର୍ତ୍ତ ପୂରଣ ହେବ ମୋ ବୈବାହିକ ଜୀବନ ଆଗକୁ ସୁଖପ୍ରଦ ହେବ କହୁଥିଲେ ଦିବେନ, ତ ରୋଜାର ପ୍ରତିକ୍ରିୟା ରେ ଆଶ୍ଚର୍ଯ୍ୟ ହେଲେ ଦିବେନ , କାନ୍ଦି କାନ୍ଦି ରୋଜା କହିଥିଲା ମୁଁ ସେ ଅଲାଯୁକ ଦୀପକ ଭଳି ତୁମକୁ ସେମିତି କିଛି କରିବାକୁ ଦେଇପାରିବିନି, କି ନିଜେ ଵି ଏତେ ତଳକୁ ଖସି ଯାଇପାରିବିନି, ତ ଦିବେନ କହୁଥିଲେ ସେ ତୃତୀୟ ନାୟକ ଦୀପକ କିଏ?, ତ ସବୁକଥା ରୋଜା କହିସାରି ସର୍ତ୍ତ ଫେରେଇ ନେବାକୁ ଅନୁରୋଧ କରୁଥିଲେ ଦିବେନଙ୍କୁ, ତ ସଫଳ ମନସ୍ତତ୍ତ୍ୱବିତ ଦୀପେନ ଭିତରେ ଭିତରେ ୟୁରେକା ୟୁରେକା କହୁଥିଲେ, ଆଉ ଅରୁଣ ସହିତ ମୌସୁମୀଙ୍କ ବିବାହର ଶୁଭ ଖବର ରେ ଦୁହେଁ ଖୁବ ଖୁସି ମନାଇଥିଲେ l


Rate this content
Log in

Similar oriya story from Abstract