ABADHOOT PANDA

Children

4  

ABADHOOT PANDA

Children

ଆଈଙ୍କ ଗପ

ଆଈଙ୍କ ଗପ

5 mins
345


 ପିଲାଦିନେ ଆଈମା କାହାଣୀ ଆମର ଏ ଯାଏଁ ମନେ ରହିଛି ଯଦିଓ ଆମେ ବର୍ତ୍ତମାନ ଛ ଦଶନ୍ଧି ଭୋଗ କରି ସାରିଲୁଣି । ଅଥଚ ସେଇ ଅଭୁଲା ଗପଗୁଡ଼ିକ କଦାପି ମୁଲ୍ୟହୀନ ନୁହେଁ । ସେଗୁଡ଼ିକର ମର୍ଯ୍ୟାଦା ଆଜିବି ଆମ ନାତି ନାତୁଣୀମାନଙ୍କ ମଧ୍ୟରେ କାୟମ୍ ଅଛି ଯେତେବେଳେ ଆମେ ବୁଢ଼ା ବୁଢ଼ୀ ସେମାନଙ୍କ ମଧ୍ୟରେ କେବେ କେବେ ସନ୍ଧ୍ୟା ବେଳେ ଆମ ଗପପେଡ଼ିଟି ଖୋଲିଦେଉ । ଏକାଠି ମୁଢ଼ି ସୋରିଷ ତେଲ ବାରମଜା ମିଶା ପାଗକୁ ପାଟିରେ ପକେଇ ପକେଇ ଆମେ ଗପ କହିଚାଲୁ ଆମର ପୁରୁଣା ସ୍ମୃତିଭଣ୍ଡାରରୁ ଗୋଟିଏ ଗୋଟିଏ ବାହାର କରି କରି । ନିମ୍ନ ଲିଖିତ ଭୂତ ଗପ ଆମେ ପିଲାବେଳେ ଆମ ଆଈ ଓ ଜେଜେମାଙ୍କ ମୁହଁରୁ

ଶୁଣିଥିଲୁ । 


ଥରେ ଆମେ ଭାଇ ଭଉଣୀ ସମସ୍ତେ ମାମୁଁ ଘରକୁ ଯାଇଥିଲୁ ବାପା ବୋଉଙ୍କ ସାଙ୍ଗରେ । ଆମର ସେତେବେଳେ ପ୍ରାକ୍ କୈଶୋର ଅବସ୍ଥା ।

ଆମେ ଟାଉନ ବାସିନ୍ଦା ହୋଇ ଥିବାରୁ ମାମୁଁ ଘର ଗାଁକୁ କେବଳ ଶୀତ ଦିନେ ବା ଖରାଦିନେ ଯାଉ । ଆମ ଆଈ ଭାରି ଗପୁଡ଼ି । ଥରେ ମାଘମାସର ବାଘୁଆ ଶୀତ ର ସନ୍ଧ୍ୟା ବେଳେ ଆଈ ତାଙ୍କ ପାକୁଆ ପାଟିରେ କୁଟା ପାନ ଭର୍ତ୍ତି କରି ଆରମ୍ଭ କଲେ ଗପ । ଗପ ନା "ବାବନା ଭୂତ "।


ଆଈ କହିଲେ," ପିଲାମାନେ ମନ ଦେଇ ଶୁଣ । ଏଇଟା ସତ କଥା । ମୋର ଯବାନ ଟାଇମିରେ ଅଙ୍ଗେ ନିଭେଇଛି । ମୁଁ ସେତେବେଳେ ଗାଁ ଚାଟଶାଳୀରେ ପଢ଼ୁଥିଲି । ମୋର ବହୁତ ସାଙ୍ଗ । ପାଠ ପଢ଼ା ସାଙ୍ଗ ଆଉ ଗାଁ ପିଲା ସାଙ୍ଗ । ଆଜିକାଲିକା ପରି ଗାଲ୍ ଫେଣ୍ଡ ଆଉ ବୟ ଫେଣ୍ଡ ନଥେଲା । ତେଣୁ ମୋର କେବଳ ଝିଅ ପିଲା ସାଙ୍ଗ ଥିଲେ । ଆମେ ଖରାଦିନେ ଆମ ଘର ପାଖ ପୋଖରୀକୁ ଗାଧେଇ ଯାଉ । ଆମେ ସବୁ ଛ ସାତ ବରଷର ପିଲା । ସନ୍ଧ୍ୟା ବେଳେ ଆମେ ଲୁଚି ଲୁଚି ପୋଖରୀକୁ ଯାଉ । ଜହ୍ନ ଆଲୁଅ ଆମକୁ ବହୁତ ମଜା ଲାଗେ । ଫୋଖରୀ କୂଳ କଡ଼େ କଡ଼େ ବହୁତ ଗଛ ଥାଏ । ଚାକୁଣ୍ଡା ଗଛଗୁଡ଼ା ବେଶୀ ।


ଦିନେ ଅମେଇଷା ବାସୀ ଆମର ଝୁଙ୍କ ଉଠିଲା ଗାଧେଇ ଯିବାକୁ । ଜ୍ୟେଷ୍ଠ ମାସ । ଗରମରେ ଝାଳ ବହୁଥାଏ । ଆମେ ଚାରି ଜଣ ଝିଅ ଘରେ ନକହି ପୋଖରୀ ତୁଠକୁ ଚାଲିଲୁ । ସେତେବେଳେ ବିଜୁଳି ବତୀ ନଥିଲା । ଲଣ୍ଠନ ଆଲୁଅ । ଆମେ ସବୁଦିନେ ଗୋରୁ ଗୋଠ ଫେରିବା ବେଳେ ଯାଉ । ସେଦିନ ସନ୍ଧ୍ୟା ହେଇଗଲା । ଝାପ୍ସା ଜହ୍ନ ଆଲୁଅ ପଡ଼ିଥାଏ । ପୋଖରୀରେ ମାଗୁର ମାଛଗୁଡ଼ା ପାଣି ଉପରେ ଡେଇଁ ଡେଇଁ ଟପ ଟାପ ଆୱାଜ କରୁଥାନ୍ତି । ଆଉ ଭେରେଣ୍ଡା ବିଲୁଆ ଫୋଖରୀ ପାଖ ଦଣ୍ଡାରେ ବିଚିକିଟିଆ ବୋବାଳି ଛାଡ଼ନ୍ତି । ଦିନିକିଆ ଲୋକ ଡରିଯିବ । ଆମେ ଡରୁନା । ଆମର ସେଗୁଡା ଦେହଘଷା ହେଇଯାଇଥିଲା । ସେଦିନ ଆମେ ଗାଧେଇସାରି ପୋଖରୀ ଭିତରୁ ବାହାରିଲୁ । ଆମ ଭିତରୁ ଜଣେ ସାଙ୍ଗ ଥେଲା । ତା ନା ପରୁଆ । ସେ ଏକଦମ୍ ଗୋଟାଏ ଡରୁଆ ଝିଅ । ହଠାତ୍ ସେ ଜୋରରେ ଚିଲେଇ ଉଠିଲା । ପୋଖରୀ କୂଳେ ଗୋଟାଏ ବଡ଼ ଚାକୁଣ୍ଡା ଗଛ । ସେଇ ଗଛ ଆଡ଼କୁ ଆଙ୍ଗୁଠି ଦେଖେଇ ଖାଲି କାନ୍ଦୁ ଥାଏ । ଆଉ କହୁଥାଏ, " ଦେଖ ଦେଖ ମଇତ୍ରେ ଗୋଟାଏ ଧଳା ଫର ଫର ଧୂଆଁଟିଆ ଛାଇ କେମିତି ଗଛଉପରକୁ ଚଢ଼ୁଛି ପୁଣି ଗଛ ତଳକୁ ଓହ୍ଲେଇ ଆସି ଠିଆ ହଉଛି । ପୁଣି ଚଢ଼ୁଛି । " ଆମେ ସମସ୍ତେ ଦେଖିଲୁ ସତ କଥା । ଭୁତଟା ରେ । ମତେ କିନ୍ତୁ ମଜା ଲାଗିଲା । ମୋ ଛଡ଼ା ସମସ୍ତେ ଡରିଗଲେ । ମୋ ପିଠିରେ ହାତ ବାଡ଼େଇଲେ । ଆମକୁ ଡର ଲାଗୁଛି । କାଳେ ଆମ ବେକ ମୋଡ଼ି ଦବ । ଚାଲ ଆମେ ପଳେଇବା ଏଠୁ । ଘଡ଼ିଏ ଯାଏଁ ସେଇ ଭୁତର ସରକସ୍ ଦେଖିଲୁ । ଯାହଉ ଆମେ ତରବରିଆ ଘରକୁ ଫେରି ଆସିଲୁ । ଆମ କଡ଼ରେ ଗୋଟାଏ ହେଟା ଧାକୁଲ୍ ଧାକୁଲ୍ ଚାଲି ଦଣ୍ଡା ବିତରକୁ ପଳେଇ ଗଲା ଗାଈ ମଢ଼ ଖାଇବାକୁ ।


ଆମେ ସବୁ ସାଙ୍ଗ ଘରକୁ ଫେରି ଆସିଲୁ । ପାଦ ଚିପି ଚିପି ଘର ଭିତରେ ପଶିଲୁ ଗାଧୁଆ ଘରେ ଆଗେ ପାଦ ଗୋଡ଼ ଧୋଇସାରି । ଖରା ଦିନ ରାତି । କାହିଁକିନା ଜେଜେ ମେଲାଘରେ ଶୋଇ ଲଣ୍ଠନ ଆଲୁଅରେ ଖବର କାଗଜ ପଢ଼ୁଥାନ୍ତି । ତାଙ୍କୁ ଆମ ପ୍ରାଣ ଡର । ଯଦି ତାଙ୍କ ନଜର ଆମ ଉପରେ ପଡ଼ିଥାନ୍ତା ତେବେ ଆମେ ଗାଳି ଖାଇଥାନ୍ତୁ । ହେଲେ ଆମ ଜେଜୀମାଙ୍କୁ ଜମା ଡରୁନା । ସେ ସ୍ନେହୀ ଲୋକ । କେବଳ ପରିଷ୍କାର ନରହିଲେ ବିଗିଡ଼ିବେ । ଯାହାବି ହଉ ଆଈ ଙ୍କୁ ପଚାରିଲି , " ଆଚ୍ଛା ଆଈ ଆମ ଗାଁ ତାଳ ପୋଖରୀ ହୁଡ଼ାରେ ଗୋଟାଏ ବଡ଼ ଚାକୁଣ୍ଡା ଗଛ ଅଛି । ସେଇ ଗଛରେ ଗୋଟାଏ ଭୂତ ରହୁଛି । ଖାଲି ହନୁ ମାଙ୍କଡ଼ ଭଳିଆ ଗଛ ଉପରକୁ ଚଢ଼ୁଛି ପୁଣି ଓହ୍ଲେଇ ଆସୁଛି । କି ପ୍ରକାର ଭୂତ ସେ? " " ସେଇଟା ହଉଛି ବାବନା ଭୂତ । ଯୋଉ ଲୋକ ଟୋକା ବୟସରୁ ମରିଯାଏ ଆଉ ଗଛ ଚଢ଼ା କାମ ରେ ଧୁରନ୍ଧର ସେମାନେ ମଲାପରେ ବାବନା ଭୂତ ହେଇଯାନ୍ତି । ସେଇ ଭୂତ କାହାର ଅନିଷ୍ଟ କରେନା । ଖାଲି ତା ହୁନର ଦେଖେଇ ଦେଖଣା ହାରୀମାନଙ୍କ ଦୃଷ୍ଟି ତା ଆଡ଼କୁ ଟାଣେ । " ଜେଜେମା ମୁହଁରୁ ଶୁଣି ଆମେ ବାବନା ଭୁତକୁ ଚିହ୍ନିଲୁ । ତାପରେ ଆଈ କାନ୍ଥ ଘଣ୍ଟାକୁ ଚାହିଁଲେ । ରାତି ଦଶଟା ଓ ଆମକୁ କହିଲେ, " ସନ୍ଧ୍ୟା ସାତଟାରୁ ରାତି ଦଶଟା ବାଜିଗଲାଣି । ଚାଲ ଶୋଇବା । " ମୁଁ କହିଲି, " ହଉ ଗପ ଆହୁରି ବାକି ରହିଲା । କାଲି ରାତିରେ କହିବ । ତୁମ ଗପରେ ବହୁତ ସତ କଥା ମିଶି ରହିଁଛି । ତାପରେ ଆଈ ଅଜା ମାମୁଁ ଏକାଠି ବସି ଦେଶୀ ଖାସୀ ମାଂସ ତରକାରୀ ଆଉ ରୁଟି ଖାଇଲୁ । ଖିଆ ସରିଲା ପରେ ମୁଁ ମୋ ଆଈ ପାଖରେ ପଲଙ୍କ ଉପରେ ଶୋଇ ପଡ଼ିଲି ।


ମତେ ନିଘୋଡ଼ ନିଦ ଆସିଗଲା । ଆଖି ଖୋଲୁ ଖୋଲୁ ସକାଳ ସାତଟା । ଦେଖିଲି ଆଈ ପାଖରେ ନାହାନ୍ତି । ମାଇଁଙ୍କୁ ପଚାରିଲି । ମାଇଁ କହିଲେ ପୋଖରୀକୁ ଗାଧେଇ ଯାଇଛନ୍ତି । ଧଡ଼ପଡ଼ ଉଠି ପଡ଼ି ବାଇଗବା ଦାନ୍ତକାଠି ଖଣ୍ଡେ ଧରି ପୋଖରୀ ଆଡ଼କୁ ଗଲି । ଦେଖିଲି ଆଈ ଦେହରେ ହଳଦୀ ଆଉ ତେଲ ଲଗେଇ ଗାଧଉଛନ୍ତି । ଆଈ ପୋଖରୀ ଭିତରକୁ ଡାକିଲେ । ମୁଁ ପହଁରା ଜାଣି ନଥିଲି । ତେଣୁ ଡରି ଡରି ଆଈଙ୍କୁ ଧରି ଠିଆ ହେଇ ଦାନ୍ତ ଘଷି ଗାଧେଇ ପଡ଼ିଲି । ଆଈଙ୍କ କାମ ସରିଲା ପରେ ଘରକୁ ଫେରିଲୁ ।


ସକାଳ ଯାଇ ରାତି ଆସିଲା । ସନ୍ଧ୍ୟା ଦେଇ ସାରି ଆଈ ଆମ ପାଖରେ ବସିଲେ ଆଉ ଆମକୁ କହିଲେ, " ମୁଁ କାଲି ତୁମକୁ କହିଥିଲି ବାବନା ଭୂତ କଥା । ଆଜି ଆଉ ଗୋଟାଏ ଭୂତ କଥା କହିବି ଶୁଣ । ମୁଁ ପଚାରିଲି, "କି ଭୂତ ଆଈ?" ଆଈ କହିଲେ, " ଲାଙ୍ଗୁଡ଼ା ଭୂତ "। ମୁଁ କହିଲି," "ଆଚ୍ଛା କୁହ " । ଆଈ ଗପ ଆରମ୍ଭ କଲେ । ଆମ ଗାଁରେ ତିନିଟା ପୋଖରୀ, " ମୁଁ ପଚାରିଲି, " ତୁମ ଗାଁ ନା କଣ? " ଆଈ କହିଲେ ଜିଗ୍ନୀପାଟପୁର " । ହଉ ଆଈ କୁହ ଲଙ୍ଗୁଡ଼ା ଭୁତ କେମିତିକା । " ଶୁଣ ଗପ କହିଲା ପରେ ଜାଣିବ । ଉଚ୍ଛନ୍ନ ହୁଅନା ଜମା । " ଆଈ କହିବା ଆରମ୍ଭ କଲେ " ଥରେ ମୁଁ ପୋଖରୀକୁ ଗାଧେଇ ଯାଇଥିଲି । ଖରାଦିନ ରାତି ସାତଟା । ମୁଁ ମୋର ମୈତ୍ର ଗାଧେଇବା ପୂର୍ବରୁ ଆମ ଲୁଗା କାନିରେ ଚୁନାମାଛ ଧରିଆଣି କୂଳରେ ପୋଖରୀ ପାହାଚ ଉପରେ ରଖିଦେଲୁ । ଗାଧେଇ ସାରି ଦେଖିଲା ବେଳକୁ ମାଛ ନାହିଁ । ମାଛକୁ ଗୋଟାଏ ପାଚିଆ ଭିତରେ ରଖିଥିଲୁ । ଆମେ ଇଆଡ଼େ ସିଆଡ଼େ ଅନେଇଲୁ । ମାତ୍ର ମାଛ ନଥିଲା । ଆମେ ଦୁଇଜଣ ଭକୁଆ । ପୋଖରୀ କୂଳରେ ଗୋଟାଏ ବିରାଟ ସାହାଡ଼ା ଗଛ ଥେଲା । କାଳୀ ଅନ୍ଧାରି ଜହ୍ନ ଆଲୁଅରେ ଦେଖିଲୁ ଗୋଟାଏ ବିରାଟ ଲାଗୁଡ଼ା ଭୂତ ଆମ ମାଛ ପାଚିଆ ନେଇ ସାହାଡ଼ା ଗଛ ଉପରେ ବସିଛି । ଆଉ ମାଛ ଖାଇଚାଲିଛି । ମୋ ସାଙ୍ଗ ଡରିଗଲା । ଆଉ ମୋ ହାତ ଧରି ଟାଣି ଟାଣି ଘରକୁ ନେଇ ଆସିଲା । ଆମର ଚୁନା ମାଛଭଜା ପଖାଳ ଖାଇବାକୁ ଖାଇବାକୁ ମନ ଥିଲା । କିନ୍ତୁ ଖାଇ ନପାରି ବାରୁ ମନ ଦୁଃଖ ହେଲା । ଲଙ୍ଗୁଡ଼ା ଭୁତ ଉପରେ ମୋର ଭୀଷଣ ରାଗ ହେଲା । " ମୁଁ ପଚାରିଲି, " ଲଙ୍ଗୁଡ଼ା ଭୂତ କେମିତିଆ ଆଈ " ଆଈ କହିଲେ, " ଠିକ୍ ଗୋଟାଏ ଛ ଫୁଟିଆ କଙ୍ଗାରୁ ଭଳିଆ । କିନ୍ତୁ ଲମ୍ବା ଲାଞ୍ଜଟା ମାଙ୍କଡ଼ ପରି । ଡେଇଁ ଡେଇଁ ଚାଲେ ଆଉ ଗଛ ଚଢ଼ି ପାରେ । ଲଙ୍ଗୁଡ଼ା ଭୂତ ଆଇଁଷ ପ୍ରିୟ । ରାତିରେ ଆଇଁଷ ହାତରେ ଦେଖିଲେହାତରୁ ପାତି ମାଙ୍କଡ଼ ପରିକା ଝାମ୍ପିନିଏ । କିନ୍ତୁ ମଣିଷର କ୍ଷତି କରେନି । " ହଉ ତୁ ଆଉ ତୋ ମୈତ୍ର ଆଜି ଏଇଠି ମୋ ପାଖରେ ଖାଇସାରି ଶୋଇପଡ଼ । ରାତି ତିନିଘଡ଼ି ହେଲାଣି । ମୁଁ ଖାଇ ସାରିଲିଣି । ଖାଇସାରି ଆମେ ଦିଜଣ ଆଈଙ୍କ ପାଖେ ଶୋଇ ପଡ଼ିଲୁ । ରାତି ଅଧରେ ମୋ ମୈତ୍ର ମୁନି....ବାବନା ଭୂତ ଲଙ୍ଗୁଡ଼ା ଭୂତ ମତେ ମାଡ଼ି ବସୁଛନ୍ତି । ଘରକୁ ଛାଡ଼ୁ ନାହାନ୍ତି । ମୈତ୍ର ରକ୍ଷା କର । କୁଆଡ଼େ ଗଲୁ ରକ୍ଷାକର.... କାନ୍ଦି କାନ୍ଦି ଆଖି ମଳି ମଳି ଶେଯରୁ ଉଠି ମତେ ଜାବୁଡ଼ି ଧରି ପୁଣି ଶୋଇ ପଡ଼ିଲା ।

         **************

         


Rate this content
Log in

Similar oriya story from Children