The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Classics

3  

Satyabati Swain

Classics

*ଆଈ ଓ ଆଠେଣି*

*ଆଈ ଓ ଆଠେଣି*

4 mins
491


     ଡିଜୁ କୁ ଜକ ଜକ ଦିଶିଲା ତା ପିଲା ଦିନର ଅପାସୋରା ଗୋଟିଏ ପୃଷ୍ଠା। ସ୍କୁଲ ଛୁଟି ହେଲେ ସେମାନେ ମାମୁଁ ଘରକୁ ଯାଆନ୍ତି। ବୋଉ ଯେବେ କୁହେ କାଲି ମାମୁଁ ଘର ଯିବା। ଜାମା ପଟା ସଜାଦି ଦେବୁ। ୱାଓ ମାମୁଁ ଘର ଆଉ ଶୋଇ ପାରେନି ଡିଜୁ ସେଦିନ ରାତିରେ। ମାମୁଁ ଘର ପ୍ରତି କେଜାଣି ତାର ଗୋଟେ ବଡ଼ ଦୁର୍ବଳତା। କେବଳ ତାର କାହିଁକି ସବୁ ପିଲାଙ୍କ ମାମୁଁ ଘରକୁ ଯିବାକୁ ହେକୁଡି ଖାଆନ୍ତି ତ ମାମୁଁ, ମାଇଁ,

ଅଜା,ଆଈ ନାମରେ ବଡ଼ ଚୁମ୍ବକଟିଏ ଲାଗିଥାଏ ବୋଧେ। ଟାଣି ହୋଇଯାଆନ୍ତି ସବୁ ପିଲା ସେ ଆଡକୁ। ମାମୁଁ ଘର ଚେନାଏ ଖୁସି,ଫର୍ଦ୍ଦେ ଆନନ୍ଦ। ଭିଜା ଭିଜା ସେହ୍ନ ମମତାର କେତକୀ ବାସ୍ନା ମାମୁଁ ଘର।

      ଡିଜୁ ମାମୁଁ ଘର ଗାଁ ରେ ଅଛି ବିରାଟ ପଦ୍ମ ପୋଖରୀ। ଭରପୁର ନାଲି ପଦ୍ମଫୁଲ ସେ ପୋଖରୀ ସାରା। ପୋଖରୀ ହୁଡାରେ ଠିଆ ହୋଇ ଡିଜୁ ଦେଖେ ଫୁଟିଲା ପଦ୍ମ ପୋଖରୀ।ସତେକି ଫୁଲ ହସନ୍ତି ,ସ୍ବପ୍ନ ଦେଖନ୍ତି ଠିକ୍ ପିଲା ମାନଙ୍କ ପରି। ଡିଜୁ ପରି। ଅପେକ୍ଷା ରଖନ୍ତି କିଏ ଆସି ତାଙ୍କୁ ତୋଳିବ,କେଉଁଠିକୁ ନେଇଯିବ ତାଙ୍କ ଭାଗ୍ୟ। ଜଗତ ଜନନୀ ମା ଓ ପ୍ରଭୁଙ୍କୁ ଲାଗି ହେବେ ନା କାହା ହାତକୁ ଯାଇ ଟୁକୁରା ଟୁକୁରା ହୋଇ ଜୋତା ତଳେ ମଡା ଯିବେ। ତେବେ ବି ସବୁଦିନ ସେମାନେ ଫୁଟନ୍ତି,ହସନ୍ତି,ନାଚନ୍ତି ପବନରେ। ଆଶା ଅପେକ୍ଷା ରଖନ୍ତି ସୌଭାଗ୍ୟର। ଡିଜୁ ନୀରବରେ ଶିଖେ ପଦ୍ମଠୁ ସେ ବି ଏମିତି ହେବ,ସୌନ୍ଦର୍ଯ୍ୟ ରେ ଭରପୁର,

ପବିତ୍ରତା ରେ ମାହିର।

   ମାମୁଁ ଘର ଗାଁ ଯଜ୍ଞ,ମନ୍ଦିର ବେଢା,ଗାଁ ଶେଷ ମୁଣ୍ଡ ଅଶ୍ୱତ୍ଥ ,ବର ଗଛର ଚାରିପାଖ ଚାନ୍ଦିନୀ ଏମାନେ ଅତି.. ଅତି ଆପଣାର ଡିଜୁର। ନିର୍ଜୀବ ହେଲେ ବି ଡିଜୁ ସେମାନଙ୍କ ସହ କଥା ହୁଏ ଚୁପ୍ ଚୁପ୍। ଆପଣା ଆପଣା ଲାଗନ୍ତି ସେମାନେ.। ଏବେ ସେଠି ଗଛ ନାହିଁ କି ଚାନ୍ଦିନୀ। ବାତ୍ୟାରେ ଉପୁଡି ମାଟି କାମୁଡି ପଡିଲେ ଗଛ ଦୁଇଟା ଧରାଧରି ହୋଇ। ବିଶୁନ ଅଜାଙ୍କ ବାପା କାଳେ ପୁଅଝିଅ ନହେବାରୁ ଏ ଗଛ ଦୁଇଟିକୁ ବୈଦିକ ରୀତିରେ ବିବାହ କରାଇ ଥିଲେ। ଆଶ୍ଚର୍ଯ୍ୟ ତାପରେ ପରେ ବିଶୁନ ଅଜା ଜନ୍ମ ନେଲେ। ଲୋକଙ୍କ ଆସ୍ଥା ବଢିଗଲା। ଗଛ ଦୁଇଟାକୁ ଠାକୁର ପରି ପୁଜିଲେ ଲୋକେ। ପତାକା ଉଡାଇଲେ। ଆସ୍ତେ ଆସ୍ତେ ବଡ଼ ଚାନ୍ଦିନୀଟିଏ କଲେ। ଖରାଦିନେ ଗାଁ ଗୋଟାକ ଜାକର ଲୋକେ ଗଡି ପଡନ୍ତି ଚାନ୍ଦିନୀ ଉପରେ। ରାତି ଦଶ ଏଗାର ପର୍ଯ୍ୟନ୍ତ ଘୋ ଘା ଚାଲେ ସେଠି । ଚାସ,ଲୁଡୁ ଖେଳ ବି ଜମେ ତା ପାଖରେ ଥିବା ପୋଖରୀ କୂଳରେ ପଂଚୁକାରର ଝିଅ ମାନେ ଚଉରା କରି ପୂଜନ୍ତି। ଡଙ୍ଗା ବି ସେଇ ପୋଖରୀରେ ଭସାନ୍ତି ଗାଁ ଲୋକେ। ସେଇ ଗଛ ଆଉ ଚାନ୍ଦିନୀ ଜାଗାରେ ଠିଆ ହୋଇଛି ଗାଁ ଯୁବକଙ୍କ କ୍ଲବ ଘର ଡିଜୁ ଅଧିକାଂଶ ପିଲା ଦିନ ସେଇ ଚାନ୍ଦିନୀ ପାଖେ ବସି କଟିଛି। କାହିଁକି ନା ତା ମାମୁ ଘର ଗାଁ ଶେଷରେ। ଅଳ୍ପ ଦୂରରେ ସେ ଗଛ ଯେଣୁ ଥିଲା ଏବେବି ମାମୁ ଘର ଗାଁ କୁ ଗଲେ ମନର ଆଖିରେ ସେ ଦୃଶ୍ୟ ଭାସିଉଠେ।

       ମାମୁ ଘରେ ଅଜା ଆଈ ଏ..ହେ ସେମାନଙ୍କ କଥା ପୁରା ନିଆର..। ସେମାନଙ୍କୁ ଦେଖିଲାକ୍ଷଣି ଅଜା ଆଈ ଖୁସିରେ ଫାଟି ପଡନ୍ତି ବାଡ଼ି ଗାଡ଼ିଆରୁ ମାଛ ଧରାଯାଏ । ଚୁନା ପକାଇ ଶାଗ ହୁଏ। ନଡ଼ିଆ ପକାଇ ସଜନା ଶାଗ ଭାଜେ ଆଈ। କଖାରୁ ଫୁଲପିଠଉ,ବାଉଁଶ ଗଜା ତରକାରୀ,ବଡ଼ି ଫୁଲା କେତେକଣ ଆଈ କରେ। ଆଈର ଘି ପିଠା ଆଃ କି ସ୍ଵାଦରେ ଭରପୁର। ଖାଲି କହିବ ହରଦମ୍ ଖା ଖା ।ବୁଦ୍ଧ ପୂର୍ଣ୍ଣିମା ରେ ଗାଁ ଗାଦି ଗୋସେଇଁ ଯଜ୍ଞ ଘରେ ଯଜ୍ଞ ହୁଏ। ଆଈ ଅଜା ପଠାନ୍ତି ଯଜ୍ଞ ଦେଖିବାକୁ।

    ହାତରେ ଗୁଂଜି ଦିଅନ୍ତି ଚାରେଣି କି ଅତି ବେଶୀରେ ଆଠେଣି ଗୋଟେ।।ଇସ୍ କି ଖୁସି ପହଁରେ ମନରେ ସତେକି ସାରା ଦୁନିଆଁର ଧନ ଡିଜୁର ହାତ ମୁଠାରେ।।ବଡ଼ ମାନେ ଚାଲନ୍ତି ବିଲ ହିଡ ଉପରେ ଏବଂ ସାନ ମାନେ ଚାଲନ୍ତି ହିଡ ତଳେ ତଳେ। ଚାଲନ୍ତି ନୁହେଁ ଦୌଡ଼ନ୍ତି ବଡ଼ ମାନଙ୍କପାଦରେ ପାଦ ମିଶାଇବା ପାଇଁ ହିଡ଼ କଡେ କଡେ ସାନ ମାନେ। କେତେବେଳେ ଦଉଡ଼ି ଆଗେଇ ଯାଆନ୍ତି ତ କେବେବେଳେ ପଛରେ ପଡି ମିନତି କରି କୁହନ୍ତି ଏ ..ରୁହ ..ଟିକେ ରୁହ ରୁହ ବଡ଼ ମାନଙ୍କୁ ପଛରେ ପକାଇ ଦେବାର ମାନସିକତାରେ ପୁଣି ଚାଲେ ଦଉଡା

    ହାତ ଭିତରେ କିନ୍ତୁ କଷିକି ଧରି ଥାଏ ଚାରେଣୀ ଟିକୁ ସେ ଯେମିତିକି ପଡି ନଯାଏ ଆଈ ଦେଇଛି ଯଜ୍ଞ ଖର୍ଚ୍ଚ ଖର୍ଚ୍ଚ ନୁହେଁ ଲାଗୁଥିଲା ଖୁସିକୁ ହାତ ପାଆନ୍ତାରେ ମୁଠେଇ ଧରି ସେ ହୋଇ ଯାଇଛି ସମଗ୍ର ବସୁଧାର ଖୁସି ରାଇଜ ରାଜକୁମାରୀଟେ । ଗୋଟିଏ ପାପୁଲି ଭିତର ଝାଳେଇ ଗଲେ ଆଠେଣୀଟି ଆର ହାତ ଭିତରେ ଧରା ହୁଏ ସଯତ୍ନେ ଝାଳରେ ଓଦା ପଇସା ଓ ହାତ।।ଭାବରେ ଓଦା ମନ ହୃଦୟ କି ଚମତ୍କାର ସେ ଭାଵ ତା ଆଈ ଦେଇଛି ଯଜ୍ଞରେ ଖର୍ଚ୍ଚ କରିବାକୁ ପଇସା କେଜାଣି ସେତବେଳର ପିଲା ମନ ଏତେ ସୁନ୍ଦର, ନିର୍ମଳ,ଅଳ୍ପକେ ସନ୍ତୁଷ୍ଟ ଖୁସି କେମିତିହୋଇ ପାରୁଥିଲା ଯାହା ଆଜି ପଇସାର ପାହାଡ଼ ଉପରେ ବସି ବି ମିଳୁନି


     ବଡ଼ ହେବା ସହ ଖୁସି କୁଆଡେ ପଳାଏ ନ କଣ ଏ ପୃଷ୍ଠାଟି ସବୁଦିନ ଅବୁଝା ଡିଜୁ ପାଇଁ ଏବେ ବି ଖୋଜେ ଏହାର ଉତ୍ତର ଡିଜୁ ଓରଫ ଡିଜାଇନ ଜଣେ ମାନ୍ୟ ଗଣ୍ୟ ହସ୍ତୀ ଆଜିକା ଡେଟର ଆଈ ଆଠେଣିର ଓଜନ ଆଜି କାଇଁ ଆଠ କୋଟି ଭିତରେ ଠପ୍ ହୋଇଯାଇଛି ନିଃଶବ୍ଦ ମନ ହୋଇଗଲେ ଅନେକ ଥର ସେଇ ଆଈ ଆଠେଣିର ଆନନ୍ଦକୁ ଅଣ୍ଡାଳିଛି ଡିଜୁ । ପାଇନି କିନ୍ତୁ ସେମିତି ଅନୁଭବ, ଯାହା ସେଦିନ ମିଳିଥିଲା।

    ଯଜ୍ଞରେ, ସେଇ ପଇସାରେ ବେଲୁନ କିଣା, ଭୁଗୁନି ଖିଆ,ପୁଣି ଆଈ ପାଇଁ ପକୁଡି ପୁଡ଼ିଆଟିଏ ହୋଇ ଯାଉଥିଲା ମାତ୍ର ଆଠେଣି ଯାହା ଆଜିର ପଚାଶ ପଇସା;ରେ କିଣି ହୋଇଯାଉଥିଲା ଢେର ସାରା ଖୁସି।

     ଏବେ ପଚାଶ ପଇସା ତା ସ୍ୱତନ୍ତ୍ର ହରାଇ ସାରିଲାଣି । ଭିକ ମାଗୁଥିବା ଲୋକଙ୍କୁ ଦେଲେ ସେ ଫିଙ୍ଗି ଦେଉଛନ୍ତି ଏଇଟା କଣ ହେବ କହି । କେତେ ବଦଳିଛି ଜୀବନ ଧାରା ଓ ଆମ ଏ ଧରା। ଡିଜୁ ମନେ ମନେ ହସି ଦେଲା ଟିକେ।

     ଆହା ଆଈ ଦେବା ଆଠେଣିଟିଏ ଯେଉଁ ମନ ଭର୍ତ୍ତୀ ଖୁସି ଦେଉଥିଲା ଆଜି ନିଜେ ଆଠ କୋଟି ରୋଜଗାର କଲେ ବି ସେମିତି ଖୁସି ଦେଉ ନାହିଁ କାହିଁକି ବଡ଼ ହେଲେ ଖୁସି କୁଆଡେ ହଜି ଯାଏ ବହୁତ ବିକଳ ହୋଇ ଖୁସିକୁ ଦରାଣ୍ଡୁ ଥିଲା ଡିଜୁ...ଖୁସି ଲୋ ଖୁସି ଆ ଧନ ...

   



Rate this content
Log in

Similar oriya story from Classics