Pradipta Sundar Rath

Abstract Inspirational Drama

2  

Pradipta Sundar Rath

Abstract Inspirational Drama

ଆଇ ହେଟ୍ ୟୁ

ଆଇ ହେଟ୍ ୟୁ

3 mins
1.5K


ବିନୟ ଓ ସସ୍ମିତା ଏକ ଭଲ ବନ୍ଧୁ ଥିଲେ ।କିନ୍ତୁ ଅସୁବିଧା ସେତେବେଳେ ଆସିଥାଏ ଯେତେବେଳେ ବନ୍ଧୁତା , ପ୍ରେମରେ ବଦଳିଯାଏ ।ଏହିପରି ହୋଇଥିଲା ବିନୟ ସହିତ ।ସେ ସସ୍ମିତାକୁ ମନେ ମନେ ବହୁତ ଭଲପାଉଥିଲା, ସେ ଯେତେବେଳେ ସସ୍ମିତାକୁ ପ୍ରପୋଜ୍ କରିଥିଲା, ସସ୍ମିତା ରାଗିକି ତାକୁ କହିଥିଲା - ହାଓ ଡେଆର୍ ୟୁ ଟୁ ଲଭ୍ ମି ? ତୁମର କଣ ବା ଯୋଗ୍ୟତା ଅଛି ।ଏକରେ ତ ଆଜି ପର୍ଯ୍ୟନ୍ତ 60 ପର୍ସେଣ୍ଟ୍ ଆବୋଭ୍ ମାର୍କ୍ ରଖିପାରିଲନି ପୁଣି ନା ତମ ପାଖରେ ପଇସା ଅଛି ନା ତୁମେ ଫେମସ୍ । ପ୍ରଥମେ ନିଜର ଏକ ୟୁନିକ୍ ପରିଚୟ ତିଆରି କରେ ,ତା ପରେ ଭଲପାଇବୁ । ଲଭ୍ତ ହେଲା ନାହିଁ ବରମ୍ ଫ୍ରେଣ୍ଡସିପ୍ କଟିଯାଇଥିଲା । ବିନୟ ଅଧିକ ଜୋର୍ ସେ ରାଗିଯାଇଥିଲା, ସେ ନିଜର ପାଠ ପଢା ଆରମ୍ଭ କରିବା ସହ ନିଜର ପରିଶ୍ରମ ଫଳରେ ଗ୍ରାଜୁଏସନ୍ 90% ରଖିପାରିଥିଲା ।ଏବେ ବିନୟ ବହୁତ ଖୁସି ଥିଲା ଏବଂ ମାର୍କ୍ ଅଧିକ ରଖିଥିବାରୁ ତାର ଗର୍ବ ବଢିଯାଇଥିଲା ।ଏହି ସମୟରେ ସସ୍ମିତା ଯେତେବେଳେ ଆସିଥିଲା ବିନୟକୁ କଙ୍ଗ୍ରାଚୁଲେସନ୍ ଜଣାଇବା ପାଇଁ ,ବିନୟ ତାକୁ ଆଭଏଡ୍ କରିଥିଲା ।ବିନୟ ଭାବିନେଇଥିଲା ଯେ ସସ୍ମିତା କେବଳ ତାର ସକ୍ସେସକୁ ଭଲପାଏ, ସସ୍ମିତା ହେଉଛି ସ୍ଵାର୍ଥପର ।ସସ୍ମିତା ବିନୟକୁ କିଛି କହିନଥିଲା ବାସ୍ ଗୋଟିଏ କଥା କହିଥିଲା ମାର୍କ୍ସ ରଖିଲେ କଣ ହେବ ପଇସା କଣ ସେଥିରୁ ମିଳିବ ।ଏବେ ପୁଣି ବିନୟ ଚିଡିଗଲା । ସେ ହାଇ ସାଲାରି ଥିବା ଗଭେଣ୍ଟ ଜବ୍ ପାଇଁ ଚେଷ୍ଟା କରିଥିଲା । ଅନେକ ଚେଷ୍ଟା କରି ମଧ୍ୟ ବିନୟ କୌଣସି ଗଭେଣ୍ଟ୍ ସର୍ଭିସ୍ କରିପାରିନଥିଲା । ବିନା ଚାକିରିରେ ସେ ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା । ସମସ୍ତେ ଏବେ ବିନୟର ମଜାକ୍ ଉଡାଉଥିଲେ। ଏହି ସମୟରେ ସସ୍ମିତା ଝିଅ ହୋଇ ମଧ୍ୟ ନିଜର ବେଶ ବଦଳାଇ ପୁଅ ଭାବେ ଆସି ବିନୟ ସହ ବନ୍ଧୁତା କରିଥିଲା ।ସସ୍ମିତା ନିଜର ଚେହେରା ବଦଳାଇଛି ହୃଦୟ ନୁହେଁ, ସେ ବିନୟକୁ ନିଜର ନାମ ସୌରଭ କହିଥିଲା । ପୁଣି ଥରେ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଯାଇଥିଲା । ସସ୍ମିତା ବିନୟକୁ ବୁକ୍ ସପ୍ କରିବାର ଆଇଡିଆ ଦେଇଥିଲା କାରଣ ସେହି ଅଅଞ୍ଚଳରେ ବୁକ୍ ଷ୍ଟୋର୍ ନଥିଲା, ଏହା ସହ ସେମାନେ ମଧ୍ୟ ଧିରେ ଧିରେ କୋଚିଙ୍ଗ୍ ସେଣ୍ଟର୍ କରିଥିଲେ ।ନିଜର ବିଜିନେସରେ ଉଭୟ ସସ୍ମିତା ଓ ବିନୟ ଉନ୍ନତି କରିବା ସହ ପବ୍ଲିସିଟି ପାଇଯାଇଥିଲେ ।ଏହି ସମୟରେ ସେ ଅଞ୍ଚଳରେ ଏକ ସୁପର୍ ମାର୍କେଟ୍(ଜଷ୍ଟ୍ ଲାଇକ୍ ରିଲାଏନ୍ସ୍ ଫ୍ରେସ୍) ନିର୍ମାଣ ହୋଇଥିଲା, ଯାହା ଫଳରେ ପୂର୍ବ ମାର୍କେଟର ଟିକିଏ ଲସ୍ ହୋଇଥିଲା ।ବିନୟ ଏହି ସମୟରେ ନିଜ ଲୋକାଲ୍ ମାର୍କେଟରେ ନେତୃତ୍ଵ ନେଇଥିଲା । ସେ ଦେଖିଥିଲା ତା ଲୋକାଲ୍ ମାର୍କେଟର ମେନ୍ ପ୍ରୋବ୍ଲେମ୍ ହେଉଛି ଏଠାରେ ନୋ ସାଇଲେନ୍ସ୍ ଏଣ୍ଡ୍ ଡିସିପ୍ଲିନ୍ ଜଷ୍ଟ୍ ଲାଇକ୍ ସୁପର୍ ମାର୍କେଟ୍ ।ସେ ନିଜର ଦେଶୀ ଷ୍ଟାଇଲରେ ଏକ ସୁପର୍ ମାର୍କେଟ୍ ଖୋଲିଥିଲା ।ସେ ଏକ ଫିଲ୍ଡ୍ ଚାରିପଟେ ଫୁଲ ଗଛ ଲଗାଇ ତାକୁ ସଂପୂର୍ଣ୍ଣ ଭାବେ ପାର୍କ୍ ବନାଇ ସେଠାରେ ନିଜର ମାର୍କେଟ୍ ଆରମ୍ଭ କରିଥିଲା ।ସେ ମଧ୍ୟ ନିଜ ମାର୍କେଟର ସବୁଠାରୁ ବଡ ପ୍ରବ୍ଲେମ୍ ଥିଲା ସମସ୍ତ ନିଜ ନିଜର ଦୋକାନ କୁ ନେଇ ପ୍ରତିଯୋଗିତା କରୁଥିଲେ ।ବିନୟ ସେପରି ବନ୍ଦ କରି ଜଣ ଜଣଙ୍କୁ ସ୍ପେସିଆଲ୍ ପ୍ରଡକ୍ଟର ସପ୍ କରିବା ପାଇଁ କହିଥିଲା ।

ଯେପରି ଏକ ପରିବା ମାର୍କେଟରେ ଜଣେ କେବଳ ବାଇଗଣ ଜଣେ କେବଳ ଟମାଟ ଏହିପରି ।ଏହା ଦ୍ଵାରା ଅନେକ ଲୋକ ବେକାର ହୋଇଗଲେ । ବିନୟ ସେମାନଙ୍କୁ ନେଇ ପରିବା ଚାଷ କାର୍ଯ୍ଯ ବା ଅନ୍ୟ ଜିନିଷ ଟ୍ରାନ୍ସପୋର୍ଟ୍ କରିବା କାର୍ଯ୍ୟ ଆରମ୍ଭ କରିଦେଇଥିଲା । ବିନୟ ସବୁଠାରୁ ସ୍ପେସିଆଲିଟି ଥିଲା, ସେ ଏବେବି ନିଜର ପଢା ଛାଡିନଥିଲା । ତା ପରେ ଏହି ବିଜିନେସ୍ ଦ୍ଵାରା ବେପାରୀ ମାନଙ୍କ ଲାଭ ମଧ୍ୟ ହେଲା ,ଧୀରେ ଧୀରେ ଏହିପରି ସେ ଏକ ନିଜର ସ୍ଵଦେଶୀ ପ୍ରାକୃତିକ ସୁପର୍ ମାର୍କେଟ୍ ବନାଇଦେଇଥିଲା ।ଏବେ ସେ ଧନୀ ଓ ଫେମସ୍ ମଧ୍ୟ ହୋଇଯାଇଥିଲା ।ଏହି ସମୟରେ ସସ୍ମିତା ନିଜର ପ୍ରକୃତ ବେଶକୁ ଆସି ବିନୟକୁ କହିଥିଲା -ଏବେ ତୁମେ ମୋତେ ଭଲପାଇପାରିବ । କିନ୍ତୁ ବିନୟ ରାଗିଯାଇଥିଲା, ପୁଣି ତା ପାଇଁ ଝିଅର ଅଭାବ ନଥିଲା ।ସେ ସସ୍ମିତାକୁ ସ୍ଵାର୍ଥପର କହିବା ସହ ଅନେକ ଗାଳି ଦେଇ ଥିଲା, ସସ୍ମିତା ତା ପାଖକୁ ଆଉ କେବେ ନ ଆସିବା ପାଇଁ ମଧ୍ୟ କହିଥିଲା ।ସସ୍ମିତା ଯେତେ କହିଲେ ମଧ୍ୟ ଯେ ମୁଁ ତୁମକୁ ହୃଦୟ ଦେଇ ଭଲପାଉଛି ତଥାପି ବିନୟ ଶୁଣିନଥିଲା ବରମ୍ କହିଥିଲା ମୋତେ ଯଦି ଭଲପାଉଛ ତାହାହେଲେ ତୁମକୁ ମୋ ରାଣ ମୋ ପାଖରୁ ଦୂରରେ ରୁହ I ଆଇ ହେଟ୍ ୟୁ । ସସ୍ମିତା ଅନେକ କାନ୍ଦିବା ସହ ବିନୟକୁ ଛାଡି ଚାଲିଆସିଥିଲା । ସେ ନିଷ୍ପତ୍ତି ନେଇଯାଇଥିଲା ସହର ଛାଡି ଚାଲିଯିବା ପାଇଁ । ସସ୍ମିତା ଦୁଃଖରେ ଯିବା ସମୟରେ ତାର ବ୍ୟାଗ୍ ଛାଡିଦେଇଥିଲା ବିନୟ ପାଖରେ।ବିନୟ ରାଗରେ ଯେତେବେଳେ ସେ ବ୍ୟାଗକୁ ଫୋପାଡିବା ପାଇଁ ଯାଉଥିଲା ତାକୁ କାହିଁକି ସେ ବ୍ୟାଗ୍ ଚିହ୍ନା ଚିହ୍ନା ଲାଗିଲା, ସେ ଜାଣିପାରିଲା ଏହି ବ୍ୟାଗ୍ ହେଉଛି ତା ପାର୍ଟନର୍ ସୁରେଶର ,ସେ ଖୋଲି ଦେଖିଲା ତ ପାଇଲା ସେଥିରେ କିଛି ଏପରି ଜିନିଷ ଯାହା ଦ୍ୱାରା ମଣିଷ ନିଜର ଚେହେରା ବଦଳାଇପାରିବ, ପୁଣି ପାଇଥିଲା ନିଜର ପିଲାଦିନର ଅନେକ ସ୍ମୃତି । ସେ ପାଗଳ ହୋଇଯାଇଥିଲା କାରଣ ସେ ଯାହାକୁ ସ୍ଵାର୍ଥପର କହୁଛି ତା ପାଇଁ ଆଜି ସେ ଏଠି ପହଞ୍ଚିଛି, ନହେଲେ ସେଦିନ ସୁଇସାଇଡ୍ କରିଦେଇଥାନ୍ତା । ସ୍ଵାର୍ଥପର ତ ସେ ନିଜେ ଯେ ଆଜି ପର୍ଯ୍ୟନ୍ତ ସସ୍ମିତା ବିଷୟରେ ଖବର ରଖିନି । ସେ ପାଗଳ ପ୍ରାୟ ହୋଇ ଷ୍ଟେସନ ଯାଇ ଥିଲା, ସେଠାରେ ସସ୍ମିତା କୁ ପାଇ କହିଥିଲା -ତୁମେ କଣ ତୁମର ଏହି ପାଗଳ ବନ୍ଧୁକୁ କ୍ଷମା କରିପାରିବନି । ସ୍ଵାର୍ଥପର ତ ମୁଁ ଅଟେ । ତୁମ ପରି ମହାନ୍ ନୁହେଁ ।


Rate this content
Log in

Similar oriya story from Abstract