STORYMIRROR

Lingaraja Dash

Inspirational

3  

Lingaraja Dash

Inspirational

ଯୁଗେ ଯୁଗେ ଆବିର୍ଭାବ

ଯୁଗେ ଯୁଗେ ଆବିର୍ଭାବ

1 min
192


ସତ୍ୟଯୁଗେ ତପୀମାନେ ତରିଗଲେ

     ଗାଇ ଗାଇ ବିଷ୍ଣୁ ନାମ,

ତ୍ରେତୟାରେ କପି ସମୁଦ୍ର ବାନ୍ଧିଲେ

     ଡାକି ଡାକି ରାମ ରାମ।

ଦ୍ଵାପର ରେ ଗୋପୀମାନେ ନିସ୍ତରିଲେ

     ଖୋଜି ଖୋଜି ରାଧା ଶ୍ୟାମ।

କଳିଯୁଗେ ପାପୀ ତରିବା ପାଇଁ କି

     ଧାଏଁ ନୀଳାଚଳ ଧାମ।

ବିଷ୍ଣୁ ବୋଲି ଯେଉଁ ପରମ ପୁରୁଷ

     ଅବ୍ୟକ୍ତ ଅଚିନ୍ତ୍ୟ ସେହି,

କେଉଁଠି ତା ବାସ, କିପରି ତା ବେଶ

     ନଦେଖେ ନଜାଣେ କେହି।

ଯୁଗ ଯୁଗ ତପୀ ତପରେ ରହିଲେ

       କଳ୍ପନା ରେ ରୂପ ଧ୍ୟାୟି।

ତ୍ରେତୟାରେ ରାମ ଅଯୋଧ୍ୟା ନଗରେ

       ଧରି ନର କଳେବର,

ଭରତ ଲକ୍ଷ୍ମଣ ଶତୃଘନ ରୂପେ

       ନାଶକଲେ ଦଶଶିର।

କପି କି ନାଶିଲେ କପି କି ତୋଷିଲେ

      ମିତ୍ର ହୋଇଲେ କପିର।

ଧରି ନର କଳେବର।

ଦ୍ବାପର ଯୁଗରେ ବସୁଦେବ ସୁତ

        ଗୋପପୁର କ୍ରୀଡା କ୍ଷେତ୍ର,

ଦ୍ବାରକାରେ ବାସ, କୁରୁକ୍ଷେତ୍ରେ ନାଶ

        ଅହଙ୍କାରୀ ଅନ୍ଧସୁତ।

ଶଙ୍କଟ ଟାଳିଲେ,ପାଣ୍ଡବେ ପାଳିଲେ

        ଚାଳି ଅର୍ଜୁନ ର ରଥ।

ଦ୍ବାପରେ ଦେବକୀ ସୁତ

କଳିଯୁଗେ ତୁମ ଅଦ୍ଭୁତ ଶରୀର

          ଅଧାଗଢ଼ା ଅବୟବ,

ପାଦ ପାଣି ହୀନ ହେଚକାନୟନ

         ବୋଲାଅ ଭକ୍ତ ବାନ୍ଧବ।

ତୁମେ ଅଟ ରାମ, ତୁମେ ପୁଣି ଶ୍ୟାମ

          ତୁମେ ହିଁ ବିଷ୍ଣୁ ମାଧବ।

ତପୀ,କପି,ଗୋପୀ ପାପୀ ନିସ୍ତାରଣେ

           ଯୁଗେ ଯୁଗେ ଆବିର୍ଭାବ।

ହେ ରାଧାମାଧବ,ହେନୀଳମାଧବ, ହେ କୃଷ୍ଣ କେଶବ,

        ତ୍ରାହୀକର ବାସୁଦେବ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational