STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଯୁଦ୍ଧର ବିଭିଷିକା

ଯୁଦ୍ଧର ବିଭିଷିକା

1 min
230

ଆତଙ୍କିତ ଜନେ ଚିନ୍ତିତ ହିଁ ସର୍ବେ

  ଆଧୁନିକ ଅସ୍ତ୍ରଶସ୍ତ୍ରେ,

ବିନାଶ ତାଣ୍ଡବ ଅତି ଭୟଙ୍କର

  ବିନାଶ ହିଁ ଅସ୍ତ୍ରଶସ୍ତ୍ରେ।


ଯୁଦ୍ଧେ ନହୁଅଇ ସମାଧାନ କିଛି

  ସମାଧାନ ବାର୍ତ୍ତାଲାପେ,

ସମ୍ପତ୍ତିର କ୍ଷତି ଯୁଦ୍ଧରେ ହୁଅଇ

  ହୁଅଇ ବିନାଶ ଆପେ।


ନିରୀହ ଜନତା ମରନ୍ତି ତହିଁରେ

  ଯୁଦ୍ଧ ହୁଏ କାହିଁ ପାଇଁ?

ଉଚ୍ଚ ଅଭିଳାଷା ଯୁଦ୍ଧର କାରଣ

  ମୂର୍ଖତା ହିଁ କାହିଁ ପାଇଁ ।


ପଡୋଶୀ ଦେଶର କର୍ତ୍ତବ୍ୟ ତହିଁରେ

  ମିଳିମିଶି ରହିବାରେ,

ପଡୋଶୀ ଛାଡିଣ ଅନ୍ୟଦେଶେ ପ୍ରୀତି

  କାରଣ ଯୁଦ୍ଧ ତହିଁରେ।


ବଡ଼ ପଡୋଶୀ ସେ ନଚାହିଁବ କେବେ

  ପଡୋଶୀର ଅନ୍ୟ ସଙ୍ଗ,

ଯୁଦ୍ଧ ବିଭିଷିକା ଉତ୍ପନ୍ନ ତହିଁରେ

  ହୁଏ ସବୁ ତହିଁ ଭଙ୍ଗ।


ପଡୋଶୀ ସଙ୍ଗତେ ଶତ୍ରୁତା ତାହାର

  ବିଶ୍ବେ କରେ ବଦନାମ,

ପଡୋଶୀ ଉନ୍ନତି ଦେଖି ପାରେ ନାହିଁ

  ଶତ୍ରୁତାର କରେ କାମ।


ଅସ୍ଥିର ପାଇଁ ଟି ଆତଙ୍କିତ କରେ

  ଆତଙ୍କବାଦୀଙ୍କୁ ଘେନି,

ଯୁଦ୍ଧର କାରଣ ତହିଁରୁ ହୁଅଇ

  ଏପରି ପଡୋଶୀ ଘେନି।


ରାଷ୍ଟ୍ରର କର୍ତ୍ତବ୍ୟ ବାର୍ତ୍ତାଲାପେ ସବୁ

  ହୋଇବଟି ସମାଧାନ,

ବାର୍ତ୍ତାଲାପେ ଯଦି ସମାଧାନ ନାହିଁ

  ଯୁଦ୍ଧର ସଙ୍କେତ ମାନ।


ୟୁକ୍ରେନ ଓ ରୁଷ ଯୁଦ୍ଧ ତାହା ପାଇଁ

  ଭୟଭୀତ କରେ ବିଶ୍ବେ,

ୟୁକ୍ରେନ ନେବାର ଯୁଦ୍ଧ ନାହିଁ ଏଠି

  ରୁଷି ଯୁଦ୍ଧେ ନାହିଁ ଦିଶେ।


ୟୁକ୍ରେନ ଦେଶର ସରକାର ପାଇଁ

  ପରିବର୍ତ୍ତନ ହିଁ ଯୁଦ୍ଧ,

ରୁଷରେ ସଙ୍ଗରେ ନକରିଣ ବାର୍ତ୍ତା

  କରୁଅଛି ସେହୁ ଯୁଦ୍ଧ।


ଅତି ପରାକ୍ରମୀ ରୁଷିଆ ଶାସକ

  ପଡୋଶୀ ଭି ସେହୁ ଅଟେ,

କରେଟି ୟୁକ୍ରେନ ପଡୋଶୀ ଛାଡିଣ

  ପାଦ ଦିଏ ଅନ୍ୟ ପଟେ।


ବାର୍ତ୍ତାଲାପେ ସବୁ ସମାଧାନ ଥିଲା

  ଯୁଦ୍ଧେ କେଉଁ ପ୍ରୟୋଜନ

ମରୁ ଛନ୍ତି ଜନ କ୍ଷତି ଭି ଅପାର

   ବିଚଳିତ କରେ ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy