STORYMIRROR

Shiba Charan Mahapatra

Classics Others

3  

Shiba Charan Mahapatra

Classics Others

ଯୁଦ୍ଧ ଏଇ ମୁହୁର୍ତ୍ତର

ଯୁଦ୍ଧ ଏଇ ମୁହୁର୍ତ୍ତର

1 min
200



ଏଇ ଏବେ ଏବେ ଛିଣ୍ଡିଗଲା ପତ୍ରର ଆୟୁଷ 

ଝୁରିଲାନି ଜହ୍ନ ଝୁରିଲେନି ତାରା

ମାଟିଯାହା ସାଉଣ୍ଟିଲା ରାତିଏ ପାଉଁଶ..!! 


ଏଇ ଏବେ ଏବେ ବଦଳିଲା ଋତୁ

ଡାକିଲା ଭୈରବୀ 

ପବନରେ ଚରିଗଲା ବିଷ

ଝାରିଦେଲା ରକ୍ତ କେଇବୁନ୍ଦା ବିଶାଳ ଆକାଶ..!!


ପକ୍ଷୀଟି ଗାଇଲା ଅମଲାଣ କାନ୍ଦଣା

ପୃଥିବୀକୁ ଚାହିଁ 

ବିନା ଯୁଦ୍ଧେ ସୃଜିଲା କେ' ତାଜା ରକ୍ତ ନଈ

ଏଇ ଏବେ ଏବେ..!?


ଏଇ ଏବେ ଏବେ 

ସମୟଟା ଲେଖୁଥିଲା ନୂଆ ଇତିହାସ 

ସବୁ ମାର୍ଗ ଶ୍ରେଷ୍ଠ ମାର୍ଗ ନୁହେଁ 

ସବୁ ଯୁଦ୍ଧ ନୁହେଁ ଶେଷ ଯୁଦ୍ଧ 

ସବୁ ଯୁଦ୍ଧ ଫୁଟାଏନି ମଲ୍ଲୀଫୁଲ ହସ

ସବୁ ମାର୍ଗ ଖୋଲେ ନାହିଁ ଈପ୍ସିତ ରହସ୍ୟ..!!

 

କିଛି ମାର୍ଗ ପ୍ରହେଳିକା କୁହୁଡିର ଧୂଆଁ 

କିଛି ଯୁଦ୍ଧ ଜଙ୍ଗଲର ଲେଲିହାନ ନିଆଁ..!!


କିଛି ଯୁଦ୍ଧ କିଛି ମାର୍ଗ 

ଶେଷେ ଠିଆ ମରଣର ଗାଆଁ 

କିଛି ଯୁଦ୍ଧ କିଛି ମାର୍ଗ ସିଲଟରେ ଆଙ୍କେ

ଶେଷ ଅବଶୋଷ , ବେଦରଦି ଆହା..!!


Rate this content
Log in

Similar oriya poem from Classics