STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଯୋଗ୍ୟତା

ଯୋଗ୍ୟତା

1 min
13.2K


ରୋମାଣ୍ଟିକ କବି ମାୟାଧର ମାନସିଂହ


' ହେ କବି, ହେ ବିଜ୍ଞ ପ୍ରିୟ '- ଭାଷିଲା ପ୍ରେୟସୀ

' ମୁଁ କ'ଣ ତୁମର ଯୋଗ୍ୟ ? ତୁମ ଆଗେ ବସି

ଗାଇ ତ ପାରିବି ନାହିଁ କର୍ଣ୍ଣରସାୟନ

ସଙ୍ଗୀତ, ବିପଞ୍ଚି ଧରି; ଅପ୍ ସରୀ-ନର୍ତ୍ତନ

ନାଚି ତବ ରୂପ-କ୍ଷୁଧା ତୋଷିବି କିପରି

ସେ କଳା ଜାଣେ ମୁଁ ନାହିଁ ।ତୃପ୍ତି ଦେଲା ପରି

ରୂପ ବା କି ଅଛି ମୋର ?ମୂର୍ଖ ପଲ୍ଲୀବାଳା

ଲେଖି ନାହିଁ ଜାଣେ ପତ୍ରେ ପ୍ରଣୟର ଜ୍ୱାଳା

ରସିକା ଲେଖିବେ ଯେହ୍ନେ ।ହାୟ ପ୍ରିୟତମ,

କାହିଁକି ଘେନିଲ ମତେ ?'-କନକ ଚରମ

ସ୍ପର୍ଶି ଧୀରେ କରେ ମୋର,କହିଲି- ' କଲ୍ୟାଣି,

ଜାଣ ତ ଅଶ୍ରୁରେ କହି ଗୂଢ଼ ହୃଦ-ବାଣୀ

ମୋ ମଙ୍ଗଳ ଲାଗି ଇଷ୍ଟଦେବତାଙ୍କ ପାଶେ ?

ତା ସଙ୍ଗେ ନାରୀର ଅନ୍ୟ ଗୁଣ ନିକି ଆସେ ?'


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics