Binodini Dash

Inspirational

4  

Binodini Dash

Inspirational

ଯୋଗ

ଯୋଗ

1 min
5



ପୁରାତନ ଯୁଗେ ମୁନିଋଷିମାନେ

ଯୋଗସାଧନାରେ ରତ

ଆରୋଗ୍ୟ ଶରୀର ଦୀର୍ଘାୟୁ ଜୀବନ

ବଢାଉଥିଲା ମହତ୍ତ୍ଵ ।


ଯୋଗ ସାଧନାର ଗୁରୁତ୍ବ ବୁଝିକି

ସେଥେ ରଖିବାକୁ ଧ୍ୟାନ

ଦେଶଠୁ ବିଦେଶ ଉତ୍ସାହ ସହିତ

ଯୋଗ ଦିବସ ପାଳନ ।


କୁମ୍ଭକ ପୂରକ ରେଚକ ମାଧ୍ୟମେ

ନିଃଶ୍ବାସ ପ୍ରଶ୍ବାସ ବଶ

ସଞ୍ଚାଳିତ ହୋଇ ବିଶୁଦ୍ଧ ରକତ

କରିପାରେ ରୋଗ ନାଶ ।


ଶାରୀରିକ ମାନସିକ ଆଧ୍ୟାତ୍ମିକ

ପ୍ରଭାବ ଯାଏ ବିସ୍ତରି

ମିଳିଥାଏ ଶାନ୍ତି ତା' ଫଳ ସ୍ବରୂପ

ହୃଦୟ ସନ୍ତୋଷେ ଭାରି ।


ବଢେ ଏକାଗ୍ରତା ମନ ପବିତ୍ରତା

ଧ୍ୟାନ ଈଶ୍ବର ପୟରେ

ଚିନ୍ତା ଚୈତନ୍ୟରେ ବିହରଣ ହରି

ଧାଏଁ ସୁକର୍ମ ପଥରେ ।


ପଞ୍ଚ ଇନ୍ଦ୍ରିୟର ବଢେ ସଞ୍ଜମତା

ଯୋଗ ଅଭ୍ୟାସ ବଳରେ

ସେଥିପାଇଁ ମନ ଟିକେ ରଖି ଧ୍ୟାନ

ଲାଗ ଯୋଗ ସାଧନରେ ।


Rate this content
Log in

Similar oriya poem from Inspirational