STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ଯୋଗ

ଯୋଗ

2 mins
6


ଭୋଗୀ ସିନା ଭୋଗ କରେ ରାଜ ସୁଖ

ଯୋଗୀ ସଂସାରେ ସନ୍ୟାସୀ ବେଶେ

ରୋଗୀ ପାଉଥାଏ ଦୁଃଖ ଯନ୍ତ୍ରଣା ଟି

ନୀରୋଗ ଜୀବନେ ସଂସାର ହସେ ।


          ଯୋଗ ସାଧନା ରେ ବ୍ରତୀ ହେବା ପାଇଁ

           ନିତି ନୀତି ଗୁଣ ସ୍ଵଭାଵ ଢଙ୍ଗ

          ନିୟମିତ ବ୍ରତ ଆଚରି ପାରିଲେ

          ଜୀବନେ ଜୀବନ ଯେ ସପ୍ତରଙ୍ଗ ।


ଅନ୍ତର୍ଜାତୀୟ ଯୋଗ ଦିବସ ର

ଆଭିମୁଖ୍ୟ ଅଟେ ସୁଖି ଜୀବନ

ଆସ ବନ୍ଧୁ ସର୍ବେ ଯୋଗାଭ୍ୟାସେ ଧ୍ୟାନ

କରିବାକୁ ହେବ ନିତି ଆହ୍ୱାନ ।


            ଭାରତ ବର୍ଷ ର ରହିଛି କିରତୀ

              ମୁନି ଋଷି ସାଧୁ ସଙ୍ଗତ ପ୍ରେମ

           ଗୁରୁକୁଳ ଶିକ୍ଷା ଯୋଗ ପ୍ରାଣାୟାମ

             ପ୍ରାର୍ଥନା ରେ ଶିକ୍ଷା ଦିବ୍ୟ ଚେତନ ।


ଆଳସ୍ୟ ବିଳାସ ଜୀବନ ଟି ନୁହେଁ

  ଭୌତିକ ଜୀବନ ନୁହେଁ ଗ୍ରହଣ

ଅମୃତ ସନ୍ତାନ ସରବେ ଅଟନ୍ତି

    ଈଶ୍ୱର ଙ୍କ ସୃଷ୍ଟି ଦିବ୍ୟ ଜୀବନ।


              ପଞ୍ଚଭୂତେ ଗଢ଼ା ଏ ମର ଶରୀର

                 ଜଳ ବାୟୁ କ୍ଷିତି ଅଗ୍ନି ଆକାଶ

             ପଞ୍ଚ ଇନ୍ଦ୍ରିୟ ଙ୍କୁ ବଶୀଭୂତ ପାଇଁ

               ଯୋଗ ଆବଶ୍ୟକ ସଭିଙ୍କ ଭାଷ। ।


ଯୋଗୀ ଭୋଗୀ ରୋଗୀ ସର୍ବେ ଅନୁରାଗୀ

   ଜୀବନ ଅଟଇ ମହା ଦୁର୍ଲଭ

ଯୋଗ ସାଧନା ର ନିୟତ ବିଚାର

      ଆବଶ୍ୟକ ବନ୍ଧୁ ଜୀବ ସୁଲଭ।


              ପ୍ରାତଃ ଯୋଗ ସିଦ୍ଧି ଜୀବନ ଅବଧି

                  ସୁଷମ ଖାଦ୍ୟ ର ବିଚାର ନେଇ

              ଦୁର୍ଲଭ ମାନବ ଜୀବନ କୁ ସର୍ବେ

                  ସାଇତି ରଖିବା ଯୋଗ କୁ ବହି।

ଯୋଗ ର ଯେ ଆବଶ୍ୟକତା ରହିଛି

    ଶ୍ରେଷ୍ଠ ଜୀବ ଆମେ ବୁଝିବା ଭାଇ

ଯୋଗ ସାଧନାରେ ଜୀବନ ଟି ଆମ

      ସୁଖି ସଂସାର କୁ ନେବଟି ବାହି ।


     ସଂସ୍କୃତେ ଲିଖିତ କଥାଟି ଅମୃତ

          ଶରୀର ଟି ଆଗ ସବୁ ଆଉ ପଛ

     ସୁସ୍ଥ ରହିଥିଲେ ଶରୀର ସଭିଙ୍କ

          ପଛ ଘୁଞ୍ଚା ନୁହେଁ ଜୀବନ ସ୍ୱଚ୍ଛ।



Rate this content
Log in

Similar oriya poem from Abstract