ଯନ୍ତ୍ରଣା
ଯନ୍ତ୍ରଣା
ସମାଜ ଆଖିରେ ଜୀବନଟା
ଲାଗେ ଯେବେ ଭିତ୍ତିହୀନ
ମିଳେ ନାହିଁ କିଛି ପାଇବାକୁ
ନିଜର ଆଶା ଓ ସ୍ବପ୍ନ...
ସହଯୋଗ ସହାନୁଭୂତି ନମିଳିଲେ
ଏକୁଟିଆ ରହିବାର ସେ ଯନ୍ତ୍ରଣା
ଭାରି କଷ୍ଟକର ବଂଚିବା ପାଇଁ
ଏ ସମାଜ ଆଖିରେ......!!
କବି ଟିଏ କବିତା ଲେଖେ
ମାନସିକତା ର ପରିବେଶ କୁ ଲକ୍ଷ୍ୟ କରି
ଗାଳ୍ପିକ ଗଳ୍ପଟିକୁ ହୃଦୟରୁ
ଲେଖନୀ ରେ ସମାଜର ରୂପ ଦିଏ
କବି ହୁଅନ୍ତୁ କି ଲେଖକ
କଲମରୁ ଝରିପଡେ ଶବ୍ଦର ସମୁଦ୍ର
ଯଦି କେବେ ନମିଳେ ଉତ୍ସାହ ଓ ପ୍ରେରଣା
ଯନ୍ତ୍ରଣା ରେ ଭାଙ୍ଗିପଡେ
ସୁଖିଯାଏ ଲେଖନୀ ର ଚୀରସ୍ରୋତା
ଶବ୍ଦ ର ସାଗର.....!!
ପରିବାର ଠୁଁ ଦେଶ ପର୍ଯ୍ୟନ୍ତ
ରହୁନାହିଁ କଥା ଓ କାମରେ ତାଳମେଳ
କହୁଥିବା କଥା ସବୁ ପବନର ବିପରିତ
ସୁଖ ନାହିଁ ଶାନ୍ତି ନାହିଁ
ସବୁ ତ ସାତ ସ୍ୱପ୍ନ ଏ କୁଣ୍ଠିତ ଜୀବନେ
ମିଥ୍ୟା, ପ୍ରବଂଚନା , ପ୍ରତାରଣା ରେ ଭାରାକ୍ରାନ୍ତ
ଜର୍ଜରିତ ଏ ମଣିଷ ଯନ୍ତ୍ରଣାରେ ଅହରହ
ବଂଚିବା କୁ କରୁଛି ପ୍ରୟାସ......!!
ମାନବିକତା ର ମୃତ୍ୟୁ ଏଠି
ଲୋଭ ମୋହ ମାୟା ବନ୍ଧନେ
ପାରେ ନାହିଁ ବୁଝି କେହି ଜୀବନ ଉଦ୍ଦେଶ୍ୟ
ପାଳୁ ନାହିଁ ସତ୍ୟ ଶାନ୍ତି ଅହିଂସାର ବ୍ରତ
ସ୍ବାର୍ଥ ଅହଙ୍କାର ଘୃଣାରେ ମାନୁନାହିଁ ଏ ମଣିଷ ବୟବୃଦ୍ଧ ପିତାମାତା ପାଆନ୍ତି ଯନ୍ତ୍ରଣା
ବୟସର ଅପରାହ୍ନେ......!!
ସତେ କି ଏ ଯନ୍ତ୍ରଣା
ଶବ୍ଦ ଭେଦୀ ବାଣ ପରି
ଭେଦୀ ଚାଲିଛି ମଣିଷର କୋମଳ ହୃଦୟେ
ମାନସିକତା ର ପରିବର୍ତ୍ତନ ହେଲେ ବୋଧେ
ଦୁରେଇ ଯିବ ମଣିଷ ମନରୁ ....
ଉପସମ ହେବ ଯନ୍ତ୍ରଣା ର ଭାରାକ୍ରାନ୍ତ
ନିମିଷକ ମଧ୍ୟରେ....!!