STORYMIRROR

Panchanan Jena

Inspirational Others

3  

Panchanan Jena

Inspirational Others

ଯନ୍ତ୍ର କୁଳାଙ୍ଗାର

ଯନ୍ତ୍ର କୁଳାଙ୍ଗାର

1 min
169


ମାଟି ଓ ଆକାଶ ମଧ୍ୟରେ ଥିଲେ

 ଆମେ ମାଧ୍ୟାକର୍ଷଣ ବଳ

ବୋଉ ଓ ବାପା ମଧ୍ୟରେ ଆମେ

 ସବୁ ଯୋଗସୂତ୍ର କଳ ।


ସେହି ସନ୍ତାନମାନେ କୁଆଡ଼େ

 ଅସମର୍ଥ ଆଜି

 ସ୍ଵର୍ଗୀୟ ଭାବନାକୁ କରିବାକୁ 

ବ୍ୟକ୍ତ ଆକାର୍ଜି



ହାୟ ରେ ଅର୍ବାଚିନ !


 ଯେଉଁ ପ୍ରଭୁଙ୍କୁ ତୁ ହୃଦେ ସୁମରୁ

ଆକାଶକୁ ଚାହିଁ ଯାହାକୁ ଜୁହାରୁ

ଆଖି ବନ୍ଦ କରି ସ୍ମରୁ ଅନ୍ତରୁ

ମୌନ ରହି ଭଜୁ ଧ୍ୟାନୁ ବାରୁବାରୁ


ହାଏ ରେ ଅକିଞ୍ଚନ


ନିଜ ଭିତରେ ଦୀପଟିଏ ଜଳେଇ ଦେ

ମନ ମନ୍ଦିରେ ପଙ୍କଜ ଫୁଟେଇ ଦେ

ମଳିଆ ମଳିଚିଆ ଅନ୍ଧାର ମସି 

କୁ-ଭାବନା କୁ- ସଂସକାର ବେଶି

ସୁଗନ୍ଧ ସୁବାସ ଚହଟେଇ ଦେ

ସବୁ ଫୁରକିନା ଭଡେଉ ଦେ 


ହାଏ ରେ ଅବଚେତନ !


ମାତୃଦେବ ପିତୃଦେବ ପଦ ବନ୍ଦନା

ସନ୍ତାନର ସୁଗନ୍ଧ ପ୍ରାର୍ଥନା

ଚରଣ ରେଣୁ ରେ ଚେତ୍ରିଶ କୋଟି ଦେବତା

ପରଂବ୍ରହ୍ମ ଶ୍ରୀଗୁରୁ ଅଭ୍ୟର୍ଥନା

ସକଳ ତୀର୍ଥର ଉତ୍ସକୂପ

ତପ ଜପ ଅମର ପାଦପ ।


କ୍ଷଣିକ ସକାଶେ ତାଙ୍କୁ ତିରସ୍କାର

କଟୁ କର୍ଷଣ ବର୍ଷଣ ଅତ୍ୟାଚର ।


ଅନ୍ଧ ମାନବ ତୁ ଅଜ୍ଞ କବନ୍ଧ

ଅନ୍ଧପୁଟୁଳି ଛେଦି ଦେଖ ବାଳିବନ୍ଧ ।


ରହିଯା ତୁ ସୁଧୁରି ଯାରେ ମୂର୍ଖ ପାମର

ଶାସ୍ତି ନିଶ୍ଚିତ ସୁନିଶ୍ଚିତ ଯନ୍ତ୍ର କୁଳାଙ୍ଗାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational