STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଯଜ୍ଞ ଆହୁତି

ଯଜ୍ଞ ଆହୁତି

1 min
225



ହୋମ ଯଜ୍ଞ ପାଇଁ ଆହୁତି ଟି ମୁଖ୍ୟ

କରାଯାଏ ଭକ୍ତି ଭରେ

ଦେବା ଦେବୀ ନାମେ ସ୍ତୋତ୍ର ପାଠକ୍ରମେ 

ଆହୁତି ଵିଧି ଅଗ୍ନିରେ  l


କାଷ୍ଠରେ ନିର୍ମିତ ଶ୍ରୁବ ଆଉ ଶ୍ରୁଚ 

ଲାଗେ ଆହୁତିର କର୍ମେ,

ପୁରୋଧା ବ୍ରାହ୍ମଣ କରନ୍ତି ଏ କାର୍ଯ୍ୟ 

 ପୂର୍ଣ୍ଣାହୁତି ପୂଜା ନାମେ l


ହୋମ କୁଣ୍ଡ କରି କାଷ୍ଠ କୁ ସଜାଇ

ଅଗ୍ନି ଦେଵ ଆବାହନେ,

ଘୃତ ର ଆହୁତି ଦିଆ ଯାଇଥାଏ

ଯଜ୍ଞ କର୍ମର ବିଧାନେ l


 ପୂଜା ବିବାହ ଓ ବ୍ରତୋପନୟନ,

ଗୃହ ପ୍ରବେଶର ପାଇଁ,

ଯଜ୍ଞ କର୍ମ କରି ଘୃତ ଆହୁତିରେ

ସର୍ବ ଶୁଭ ଥାଏ ହୋଇ l


ପରିବେଶ ସ୍ୱଚ୍ଛ କରେ ଯଜ୍ଞ କର୍ମ 

ଘୃତ ଆହୁତିର ବଳେ,

ଜୀବାଣୁ ଭୁତାଣୁ ନାଶ କରି ଥାଏ 

ପବିତ୍ରତା କରି ତୋଳେ l


ଘୃତର ଆହୁତି ସହିତ ଆମର

ଯେତେ ଅଛି ବଦଗୁଣ,

ଅଗ୍ନିରେ ଆହୁତି ଦେଇଦିଅ ତାକୁ

ସାଜ ସୁଗୁଣୀ ସଜ୍ଜନ l


ଚଇତ୍ର ମାସରେ ଦେବୀ ଙ୍କ ପାଶରେ

ଯଜ୍ଞ କର୍ମ ଥାନ୍ତି କରି,

ଘୃତ ଆହୁତି ରେ ଦେବୀଙ୍କପୀଠ ଟି 

ଶୁଦ୍ଧ ପୂତ ଲାଗେ ଭାରି ।



Rate this content
Log in

Similar oriya poem from Inspirational