STORYMIRROR

Tapaswini DashSarangi

Tragedy Others

3  

Tapaswini DashSarangi

Tragedy Others

ଯିବାର ଅନୁମତି ଦିଅ

ଯିବାର ଅନୁମତି ଦିଅ

1 min
224

କେତେ ସ୍ନେହ ଶ୍ରଦ୍ଧା ଆଦର କରି ଯେ

              ବଢାଇଲ ଯତନରେ

ମୋ ଦେହରୁ ଝାଳ ଟୋପାଏ ବହିଲେ

              ତୁମର କଲିଜା ଥରେ।

ଛୋଟ କଳିକାଟେ ଥିଲି କାଲି ମୁଁ ଯେ

               ତୁମେ ଥିଲ ଆଶ୍ରା ମୋର

ବଡ଼ ଦ୍ରୁମ ସାଜି ସାହାରା ହୋଇଲ

               ବାନ୍ଧିଲ ବାତ୍ସଲ୍ୟ ଡୋର।

ଏତେ ସବୁ କଲ ତଥାପି କିଆଁ ହେ

               ପର ଧନ ଭାବି ଦେଲ

ଅଜଣା ରାଇଜେ ଅଚିହ୍ନା ଜଗତେ

               ଛାଡିବାକୁ ଚିନ୍ତା କଲ।

ଦୁହିତା କର୍ତ୍ତବ୍ୟ ଶିକ୍ଷା ଦେଉ ଅଛ

               କଠୋର ପରୀକ୍ଷା ଏଇ

କେଡେ ହିନିମାନ କରୁ ଅଛ ମୋତେ

              ଯିବି ମୁଁ ଏରୁଣ୍ଡି ଡେଇଁ।

ତୁମର ସଂସ୍କାର ମୁଣ୍ଡରେ ମୁଣ୍ଡେଇ

               ଚାଲି ଯିବ ତୁମ ଝିଅ

ଦିଅ ଗୋ ମେଲାଣି ସମୟ ହେଲାଣି

               ଯିବା ଅନୁମତି ଦିଅ।

               


Rate this content
Log in

Similar oriya poem from Tragedy