STORYMIRROR

Lata Behera

Abstract

4  

Lata Behera

Abstract

ଯିବା ଅଯୋଧ୍ୟା କ୍ଷେତ୍ର

ଯିବା ଅଯୋଧ୍ୟା କ୍ଷେତ୍ର

1 min
8


ଆସିଗଲେ ପ୍ରଭୁ ସ୍ବୟଂ ରାମଚନ୍ଦ୍ର 

   ଅଯୋଧ୍ୟା କ୍ଷେତ୍ରକୁ ଯିବା

ଭକତ ବତ୍ସଳ କୋଦଣ୍ଡଧାରୀଙ୍କୁ

   ଦର୍ଶନ କରି ଆସିବା ।


ମନ କଥା ସବୁ ଖୋଲି କହି ଦେବା

    ଦ୍ବନ୍ଦ ମନେ ନ ରଖିବା

ଭକ୍ତି ବିଶ୍ୱାସରେ ଭକ୍ତି ଅର୍ଘ୍ଯ ଦେଇ

    ନିଜକୁ ସମର୍ପି ଦେବା ।


ଅନ୍ୟାୟ ଅଧର୍ମ ଅସତ୍ୟ ପଥକୁ

   ବର୍ଜନ କରିଣ ଦେବା

ସତ୍ୟ ଧର୍ମ ନ୍ୟାୟ ପଥରେ ଚାଲିବା

    ପ୍ରଭୁଙ୍କ ଆଶ୍ରିତ ହେବା ।


ଦୋଷ ଅପରାଧ ଯାହା ବି କରିଛେ

    ସବୁ କ୍ଷମା ମାଗି ନେବା

ପ୍ରଭୁଙ୍କ ଚରଣେ ଶରଣ ପଶିଣ

   ଦିନ ଆମ କାଟି ଦେବା ।


ତୁଣ୍ଡ ଜପୁ ଥିବା ରାମ ନାମ ଆମ

    ପାପ କ୍ଷୟ କରି ଦେବା

ପ୍ରଭୁ ଆଶୀର୍ବାଦେ ପାପୀ ଜୀବନରୁ 

    ନର୍କରୁ ଉଦ୍ଧାର ହେବା ।


ରାମ ନାମ ଜପି ବାଲ୍ମୀକି ହୋଇଲେ

    ଆମେ ପାପ ଧୋଇ ଦେବା

ଅଜାମିଳ ପରି ନର୍କ ଯନ୍ତ୍ରଣାରୁ

     ଉଦ୍ଧାର ଆମେ ପାଇବା ।


ନ୍ୟାୟର ପ୍ରତୀକ ପ୍ରଭୁ ରାମଚନ୍ଦ୍ର 

    ତାଙ୍କୁ ଦର୍ଶନ କରିବା

ଏଇ ପାପ ନେତ୍ର ହୋଇବ ପବିତ୍ର 

   ଆଖିରେ ଯେବେ ଦେଖିବା ।


ତନୁ ମନ ପ୍ରାଣ ପ୍ରଭୁଙ୍କ ପାଦରେ

    ବିଶ୍ବାସେ ଅର୍ପିଣ ଦେବା

ପ୍ରଭୁଙ୍କ ପ୍ରସାଦେ ଏ ନର ଜୀବନୁ

    ମୁକତି ନିଶ୍ଚେ ପାଇବା ।


ଏଇତ ଦୁନିଆ ମିଛ ମାୟା ମୋହ

    ଭ୍ରମରେ କାହିଁ ପଡିବା

ପ୍ରଭୁଙ୍କ ଚରଣେ ଶରଣ ପଶିଣ

    ନର୍କରୁ ଉଦ୍ଧାର ହେବା ।



Rate this content
Log in

Similar oriya poem from Abstract