ଯେବେ ମନେପଡେ.....
ଯେବେ ମନେପଡେ.....
ସଞ୍ଜ ନଇଁ ଗଲେ
ମୋ ଗାଆଁ ଦାଣ୍ଡରେ
ଭାଗବତ ଟୁଙ୍ଗୀରୁ
ଶୁଭେ ଘଣ୍ଟ ନାଦ
ବୃନ୍ଦାବତୀ ମୂଳରେ
ସଳିତା ଜାଳି
କୂଳ ବୋହୂ...... ଫୁଂକୁଥାଏ ଶଙ୍ଖ
ଓଢଣୀ ଟି ଟାଣି ଦେଇ
ହୁଳହୁଳି ସ୍ଵନ ରେ....... ମନାସୁଥାଏ ସୁଖ
ଦଣ୍ଡାରୁ ଫେରୁଥିବା ଗାଈ ଗୋଠ ମେଳେ
ପିଆଁ ବାଛୁରୀର ମାଆ ପାଖେ ଶରଧା ର ଗେଲ
ସତରେ.... ମନେ ପକେଇ ଦିଏ
ଅନେକ ପିଲାଳିଆମୀ କଥା ର ଅଭୁଲା ଗାଥା କୁ
ଫଟା ଘଷି ଉପରେ ଉମ୍ହେଇ ନିଆଁର ତତଲା ରଡ଼
ବୁଢ଼ୀ ମାଆ ନେଉଥାଏ ସଯତ୍ନ ରେ
ଗୁହାଳ ଭିତରକୁ......
ଗାଁ ମୁଣ୍ଡ ପୋଖରୀ ହୁଡାରେ
କୂଳ ଭୂଆସୁଣୀ ମାନଙ୍କ ଗହଣ ରେ
ସମୟ ର ଚର୍ଚ୍ଚା.....
ବେଶ ଆନନ୍ଦ ଲବ୍ଧ.. ଅତି ଆପଣାର ଖିଆଲ ଭିତରେ
ଅଗଣା ଭିତରେ ନଡ଼ିଆ ଚାଞ୍ଚରା
ବୁଢ଼ୀ ମାଆ ର..... ଅସନା ମସିଆ ଲୁଗାର ବାସ୍ନା
ଭାରି ଭଲ ଲାଗେ..... ଭିଡି ଧରିବାକୁ
ଆଉ ବୋକ ଦେବାକୁ......
ଘାଗୁଡ଼ି ବନ୍ଧା ଅଣ୍ଟାକୁ
ବୁଢ଼ୀ ମାଆ ର..... ବଂକୁଲି ବାଡ଼ି
ଭିଡି ଧରିଥାଏ...... ଠିକ ଅନୁରୂପ ଢଙ୍ଗରେ
ଲଣ୍ଠନ ର ଦିକି ଦିକି ଆଲୁଅ ରେ
ଭାଗବତ ପୋଥିର..... ସରଳ ଭାଷା
ମନକୁ ଖୁବ ପାଇଥାଏ........
ଜହ୍ନ ଆଲୁଅରେ...... ଆକାଶ ରେ
ଉଡି ଯାଉଥିବା
କେଇ ଚଢେଇ ଙ୍କ ର ଆପଣା ସ୍ୱର ରେ
ଟିକେ ଅନ୍ୟ ମନସ୍କ ଭାବନା......
ତାରା ଗଣିବାର ଦୁଃସାହସ.......
ଅମାନିଆଁ ପଣ.......
ଆଉ ବୁଢ଼ୀ ମାଆ ଠାରୁ
ଅସୁର ଅସୁରୁଣୀ ଗପ ଶୁଣିବାର ଜିଦ.......
ସଞ୍ଜ ନଇଁ ଗଲେ ଖୋଜୁଛି ମୁଁ
ସେଇ ଗାଁ..... ମୋ ଗାଁ......
କିନ୍ତୁ......... ସବୁ କିଛି... ଏବେ.....
ଶୂନ୍ୟ..... ଶୂନ୍ୟ......
ଜୀବନ ର ଶୂନ୍ୟତା ରେ......
ଅପୂର୍ଣ୍ଣତାରେ.......
ଅସହାୟ ତାରେ...........।।
