STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ଯେବେ ବର୍ଷା ଆସେ.... ✍️

ଯେବେ ବର୍ଷା ଆସେ.... ✍️

1 min
4

  ଯେବେ ବର୍ଷା ଆସେ......

           ତୁମ ପାଇଁ ଦେଖିଥିବା ସ୍ବପ୍ନ

ମୋତେ ବିଚଳିତ କରେ

   ଅସୁମାରୀ ସ୍ବପ୍ନ ର ଗଦା ଗଦା ନଥି ଉପରେ

 ଖୋଜୁଥାଏ..... ସ୍ମୃତି କୁ

କେଇ ଖଣ୍ଡ କାଗଜର ବତୁରା.... ଫର୍ଦ୍ଦ କୁ......

    ତୁମ ମୋ ଭିତରେ......

    ସମ୍ପର୍କ ର...... ସାଇତା ବନ୍ଧନ କୁ

   ଏଇ ଯେମିତି........

ବାଦଲ କୋଳରେ..... ବର୍ଷା ର ଲୁଚକାଳି କହିପାର

ଅବା........ ବାଦଲ ର ତୁମ ସହିତ

           ଅନୁରୂପ...... ସେଇ..... ଲୁଚକାଳି

ମୁଁ କିନ୍ତୁ........ ଲୁଚିବାକୁ ଚାହେଁନା

  ତୁମକୁ...... ଦେଖିବାକୁ...... ମୁଁ ପରା

ଚାତକ ଭଳି....... ଚାହିଁଛି......

ଟୋପାଏ ବିନ୍ଦୁ ପାଇଁ........

    ଟୋପାଏ ଖୁସି.......... ଟୋପାଏ ଆନନ୍ଦ

    ସବୁଜ ଗାଲିଚା ଉପରେ.......

ସାଧବ ବୋହୁର...... ଥିରି ଥିରି ଚାଲି ଦେଖିବାକୁ

କିଏ ବା ନଚାହେଁ.... ତୁମେ କୁହ ତ.......

   ଦେଖିଦେଲେ ଚଷା ପୁଅ.....

           ଗାଇଥାଏ ଗୀତ.....

ତୁମେ ଆସିବ ବୋଲି.... ବିଶ୍ୱାସ ଭରିଯାଏ

     ଆକାଶ କୁ ଦେଖିବାକୁ.....

           ଖୁବ ଇଛା ହୁଏ.......

ସାତ ରଙ୍ଗ ର..... ସୁନେଲି ଜୀବନ ଭିତରେ

     ତୁମ ଆସିବାର ଅନୁଭବ.....

   ଝିଙ୍କାରୀ ର ରୁଣୁ ଝୁଣୁ ସ୍ୱର......

     ସାରୁ ଗଛ ମୂଳେ ବେଙ୍ଗୁଲି ନାନୀର ଡାକରା

       ସତରେ........ କେଉଁ ଏକ ନିଆରା ମନର

ଉଦବିଗ୍ନ ଭାବନାରେ........

      ଉଲ୍ଲସିତ ପ୍ରାଣରେ..... ତୁମରି ଆସିବା ପଥ କୁ

   ନିର୍ବାକ ଜୀବନ ହିଁ..... ଅନେକ

    ଆଶା.... ଆକାଂକ୍ଷା..... ଅଭିସାର ବନ୍ଧନ ରେ

         କଦମ୍ବ ର ବାସ...... କୁଞ୍ଜ କାନନ ରେ

  କେତକୀ ଫଗୁଣ.....ଚମ୍ପା ଚମେଲୀ ଯୁଇ ଜାଇ ର

           ମହକରେ..... କେବଳ ତୁମରି ସାନ୍ନିଧ୍ୟ

ସବୁ କିଛି....... ସମ୍ଭବ......

  ଯେବେ ବର୍ଷା ଆସେ.........

   ସିକ୍ତ କରିବାକୁ ତନୁ ମନ.... ହୃଦୟ କୁ

           ଖୁବ ଏକାନ୍ତରେ..........



Rate this content
Log in

Similar oriya poem from Abstract