STORYMIRROR

Balaram Barik

Tragedy

3  

Balaram Barik

Tragedy

ଯବାନ ପତ୍ନୀ

ଯବାନ ପତ୍ନୀ

1 min
31

ସେ ଆଉ ମୁଁ କେଇ ମୁହୂର୍ତ୍ତ 

ଏକାଠି କାଟିଛୁ ଯେ

ଖୁବ୍ କମ୍ ।

ତାଙ୍କ ଛାତିରେ ମଥା ରଖି 

କେଇଟା ଘଡି ଶୋଇଛି ଯେ

ଆଖି ପତା ଉଠାଇଲା ବେଳକୁ 

ସେ ନଥାନ୍ତି ।


ସେ ମୋତେ ଭଲ ସେ 

କେବେ ଦେଖିଛନ୍ତି ଯେ

ତଥାପି ମୁଁ ଷୋଳ ଶୃଙ୍ଗାର କରେ ।

ତାଙ୍କୁ ସ୍ୱାମୀ ରୂପେ ପାଇବା 

ମୋ ପାଇଁ ବରଦାନ ଥିଲା ଯେ

ଗର୍ବରେ ଛାତି ଫୁଲିଉଠେ।


ଯେବେ ବି ଫେରନ୍ତି ସୀମାରୁ 

ସୀମାହୀନ ପ୍ରେମ ଓଜାଡି ଦିଅନ୍ତି

ମୁଁ ନିର୍ଲିପ୍ତ ହେଇ ଚାହିଁଥାଏ।

ତାଙ୍କ ବୁଲେଟ୍ ପଛରେ ବସି 

ଯେବେ ସହରେ ବୁଲେ

ତାଙ୍କୁ ଲୋକେ ସାଲ୍ୟୁଟ୍ ମାରିବା ଦେଖି

ଗାଲ ମୋର ଗର୍ଵରେ ଫୁଲିଯାଏ।


ତାଙ୍କ ଛୁଟି କୋଟା ପୁରା ହେଲେ

ମୋ ଛାତିର ସ୍ପନ୍ଦନ ଦ୍ରୁତ ହୁଏ

ଜାବୁଡ଼ି ଧରେ ଯଥା ସମ୍ଭବ 

କଲିଜା ଥଣ୍ଡା ହେବା ଯାଏ।

ତାଙ୍କ ଅନୁପସ୍ଥିତି 

ମୋତେ ମାରି ଗୋଡାଏ ନାହିଁ

ତାଙ୍କ ବୀରତ୍ୱର ଗାଥା

ମୋ ଆଖି ପଲକରେ ସଦା ନାଚୁଥାଏ।


ସେ ଅକର୍ମ କର୍ମ କରନ୍ତି

ପୁନଃଜନ୍ମ ତାଙ୍କ ପାଇଁ ଅସମ୍ଭବ

ଗୋଟିଏ ଜନମରେ ସାତ ଜନମ 

ସୁଖ ତାଙ୍କଠୁ ଲୁଟିନିଏ ।

ଶୁଣୁଛି ଏକତା କପୁର ନାମ୍ନୀ 

ନୀଚ୍ଚ ନାରୀଟିଏ ଆମ ଚରିତ୍ର ସଂହାର 

କରିଛି ତାର ଚଳଚ୍ଚିତ୍ରରେ ।


ସେ ଭୁଲି ଯାଇଛି 

ମା' ଭାରତୀକୁ ଲଙ୍ଗଳା କରିଛି

ସମାନ୍ୟ ଟଙ୍କା ଲୋଭରେ ।

ତାଙ୍କ ଛାତିରେ ବାଜିଥିବା ଶେଷ ଗୁଳି ଶବ୍ଦ 

ଶୁଣିବା ପରେ ମଧ୍ୟ ତାଳି ମାରି ନାଚୁଛି

କୋଳରେ ଧରି ଅଠର ଦିନର ଶିଶୁକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy