STORYMIRROR

Kamalini Panigrahi

Inspirational Children

4  

Kamalini Panigrahi

Inspirational Children

ଯୌଥ ପରିବାର

ଯୌଥ ପରିବାର

1 min
357

ବୈକୁଣ୍ଠ ସମାନ ଅଟେ ପରାଘର

ସ୍ନେହ,ଶ୍ରଦ୍ଧା ଥାଏ ଯହିଁ

ଯୌଥପରିବାର ଶ୍ରେଷ୍ଠ ଏ ସଂସାରେ

ମିଳିମିଶି ଥାଏ ରହି।।

ସାହାଯ୍ୟ ସହାନୁ ଭୂତିର ମନ୍ଦିର

ଅଟେ ଯୌଥ ପରିବାର

ହିଂସା,କ୍ରୋଧ,ଘୃଣା ସମସ୍ୟା ଠାରୁ ଯେ

ସର୍ବଦା ହୁଅଇ ଦୂର।।

ହିନ୍ଦୁ ଶାସ୍ତ୍ରରେ ଯେ ଯୌଥପରିବାର

ଲେଖାତ ବହୁ ପୂର୍ବରେ

ବଂଶଜ ଭାବରେ ସମସ୍ତ ସଦସ୍ୟା

ଅନ୍ତର୍ଗତ ପରିବାରେ।।

ବରିଷ୍ଠ ପୁରୁଷ ଜେଜେବାପା ପରା

ମାନ୍ୟତା କର୍ତ୍ତା ଭାବରେ

ଜେଜେ ମାଆ ମଧ୍ୟ ଦ୍ବିତୀୟ ବରିଷ୍ଠା

ବନ୍ଧା ଯୌଥପରିବାରେ।।

ଏକ ସୁତ୍ରେ ବନ୍ଧା ସଭିଙ୍କର ମନ

ଏକ ମନ ଏକ ପ୍ରାଣ

ସ୍ବୟଂ ସଂପୂର୍ଣ୍ଣ ଯେ ଯୌଥ ପରିବାର

ପ୍ରେମଡୋରେ ବନ୍ଧାଜାଣ।।

ଜଣକ ସମସ୍ୟା ସଂପୂର୍ଣ୍ଣ ହୁଅଇ

ସମସ୍ୟା ପରିବାରର

ସ୍ବାସ୍ଥ୍ୟ ଓ ସୁରକ୍ଷା ସମାଧାନ ହୁଏ

ମିଳିମିଶି ପରସ୍ପର।।

ଜଣକ ଖୁସିରେ ଖୁସୀ ହୋଇ ସର୍ବେ

ସୁଖେ ଦାୟିତ୍ଵ ତୁଲାନ୍ତି

ସଫଳର ସହ ମିଳିମିଶି କରି

କାର୍ଯ୍ୟ ସମ୍ପନ୍ନ କରନ୍ତି।।

ଗୃହର ନିୟମ,ଆଇନ ଶୃଙ୍ଖଳା

ସଭିଏଁ ସ୍ବାଗତ କରି

ମାନନ୍ତି ଖୁସୀରେ ଦ୍ୱିଧା ନ ରଖିଣ

ହୃଦୟରେ ଦୃଢକରି।।

ମାନସିକ,ବୌଦ୍ଧିକ ଓ ଚାରିତ୍ରିକ

ଶିଶୁର ବିକାଶ ହୁଏ

ଯୌଥପରିବାରେ ରହିଥାଏ ଯଦି

ଏ ସବୁ ସମ୍ଭବ ହୁଏ।।

ପ୍ରଥମ ଶିକ୍ଷାକୁ ପାଏ ସନ୍ତାନଟି

ମାତା ପିତାଙ୍କ ପାଖରୁ

ସ୍ନେହ,ବନ୍ଧନ ଓ ଏକସୁତ୍ରଭାବ

ଶିଖେ ସେ ପରିବାରରୁ।।

ଆର୍ଥିକ ବୋଝଟି ହାଲୁକା ହୁଅଇ

ରହିଥିଲେ ଏହିଘରେ

ସମୃଦ୍ଧି ହେବାରେ ସହାୟକ ବହୁ

ବ୍ୟୟ ବହୁ କମିପାରେ।।

ଧିରେ ଧିରେ ଶେଷ ହୁଏ ଏ ସମ୍ପର୍କ

ପଡ଼ି ସମୟ ଚକ୍ରରେ

ଶିକ୍ଷା ଓ ସଂସ୍କାର ଦୂରେଇ ଗଲାଣି ଏକକ ପରିବାରରେ।।



Rate this content
Log in

Similar oriya poem from Inspirational