ଯୌବନର ସ୍ମୃ୍ତି ଛବି
ଯୌବନର ସ୍ମୃ୍ତି ଛବି
ଯୌବନ'ର ସ୍ମୃ୍ତି ମନେପଡ଼େ ଆଜି
ଉଦ୍ଭାସିତ ହୁଏ ଛବି ,
ଷୋଡଷୀ ଫଗୁଣ ଛୁଇଁଥିଲା ଦେହ
ମନପ୍ରାଣ ଥିଲା ଜାଗି ॥
ବିଗତ ଦିନର ଏ'ସ୍ମୃ୍ତି ବିଭବ
କାହିଁଗଲା ଅପସରି
ହାୟରେ ସମୟ ସତେତୁ ନିର୍ଦ୍ଦୟ
ଯୌବନକୁ କଲୁ ଚୋରି ॥
ଉଚ୍ଛୁଳା ଯୌବନ ଥିଲା ମୋ' ସମ୍ପଦ
ସୁରମ୍ଯା ଥିଲା ମୋ'ଦେହ ,
ଭ୍ରମରେ ଭ୍ରମର କରୁ ଥିଲା ସ୍ନେହଁ
ଥିଲା କେତେ ତା'ର ମୋହ ॥
ରମ୍ୟ ରୂପକାନ୍ତି ସଭିଏଁ କହନ୍ତି
ଗଢିଚି କେଉଁ ବିନ୍ଧାଣି ,
ଅଶା ଆକାଂକ୍ଷାରେ ଭଲ ପାଉ ଥିଲେ
ପ୍ରେମ ସୌଦାଗର ମଣି ॥
କେତେ ଯୁବପ୍ରେମୀ ମୋ' ରୂପକୁ ଦେଖି
ଚାତକ ପରି ଚାହାଁନ୍ତି ,
ଇଙ୍ଗିତ କରନ୍ତି ଇଶାରା ଦିଅନ୍ତି
ପାଗଳ ପ୍ରାୟେ ଝୁରନ୍ତି ॥
ଧନ୍ୟ ମନେକରେ ସୌନ୍ଦର୍ଯ୍ୟ ବିଭୋରେ
ସତେକି ମୁଁ' ଅପସରୀ ,
ସକଳ ସୌନ୍ଦର୍ଯ୍ୟ ମୋ' ଠ
ାରେ ଠୁଳ
ଯୌବନା ସମ୍ପଦା ବାଳୀ ॥
ଉଚ୍ଛୁଳା ଯୌବନ କରିଛି ଅଥୟ
ହୁଡି ମୁଁ' ନଥିଲି ପଥ ,
ପ୍ରେମ ପ୍ରତ୍ୟାଖ୍ୟାନ କରିଛି ନିଶ୍ଚୟ
ଜାଣତରେ ମୁଁ'ଯେ ସତ ॥
ସଂସ୍କାରେ ସଂସ୍କାରୀ ଥିଲି ବୋଧେ ଜାଣି
ଗୁରୁଜନ କଥା ହେଜି ,
ସେଥି ପାଇଁ ବୋଧେ ପ୍ରେମ ଠାରୁ ଦୂରେ
ବାଛି ମୁଁ' ନଥିଲି ସାଥୀ ॥
ପ୍ରଥା ପରମ୍ପରା ଥିଲା ମୋ' ସାହାରା
ପ୍ରସ୍ଥାବେ ବିବାହ ସ୍ଵପ୍ନ ,
ଗୁରୁ ଗୁରୁଜନ ପିତା ମାତା ମୋର
ସମର୍ପିଲେ ଜୀବଧନ ॥
ସେଇ ପୂର୍ବ ସ୍ମୃ୍ତି ମନେ ପଡ଼େ ଆଜି
ଉଭେଇ ଯାଇଛି କିଛି ,
ତଥାପି ସୁଖରେ ଅଛି ମୁଁ' କୁଶଳେ
ପିଲା ପରିବାର ଅର୍ଜି ॥
ସୁଲଭ ସୌଲଭା ଯୌବନ ବୀଭବା
ଚନ୍ଦ୍ରମା ବଦନି ନାରୀ ,
ମଳିନ ପଡ଼ିବି ତଥାପି ହସୁଛି
ପୂରୂବ ସ୍ମୃ୍ତିକୁ ଝୁରି ॥