ଯାଯାବର
ଯାଯାବର
କେମିତି ବୁଝିବ ମୋ ଭଙ୍ଗା ହୃଦୟ
ତୁମେ ପରା ଯାଯାବର
କଥା ଦେଇ କଥା ରଖି ପାରିଲନି
କରିଦେଲ ସାତପର ।
ନିଃଶ୍ବାସ କୁ ନାହିଁ ଭରସା ଏଠି ରେ
ସଭିଏଁ ତ ସ୍ୱାର୍ଥପର
ଗଲାଯିଏ ଆଉ ଫେରିବେନି କେବେ
ବାନ୍ଧିବାକୁ ପ୍ରେମ ଡୋର ।
ଯାହା ପାଇଁ ଦିନେ ଗାଉଥିଲି ମୁହିଁ
ପ୍ରୀତିର ମୃଦୁ ଝଙ୍କାର
ହଜିଗଲା ସିଏ ଦୂର ରାଇଜରେ
ଯୈ।ବନ କଙ୍କାଳ ସାର।
ତଥାପି ହାରିନି ହାରି ପାରିବିନି
ଜୀଇଁଛି ହୋଇ ପଥର
ବନ୍ଦୀଶାଳାର ସେ ନୀରବ କୋଠରୀ
ବୁଝେ ସିନା ଆଖି ଠାର ।
ଆଖି ରେ ଆଖିଏ ସପନ ସାଉଁଟି
ତୋଳୁଛି ମୁଁ ନୂଆ ଘର
ଶାମୁକା ଭିତରେ ମୋତିକୁ ଆବୋରି
ପିଉଛି ନିତି ଜହର ।
