STORYMIRROR

Pramodini Parichha

Tragedy

4  

Pramodini Parichha

Tragedy

ଯାଯାବର

ଯାଯାବର

1 min
287

କେମିତି ବୁଝିବ ମୋ ଭଙ୍ଗା ହୃଦୟ

   ତୁମେ ପରା ଯାଯାବର

କଥା ଦେଇ କଥା ରଖି ପାରିଲନି

   କରିଦେଲ ସାତପର ।


ନିଃଶ୍ବାସ କୁ ନାହିଁ ଭରସା ଏଠି ରେ

    ସଭିଏଁ ତ ସ୍ୱାର୍ଥପର 

ଗଲାଯିଏ ଆଉ ଫେରିବେନି କେବେ

    ବାନ୍ଧିବାକୁ ପ୍ରେମ ଡୋର ।


ଯାହା ପାଇଁ ଦିନେ ଗାଉଥିଲି ମୁହିଁ

     ପ୍ରୀତିର ମୃଦୁ ଝଙ୍କାର

ହଜିଗଲା ସିଏ ଦୂର ରାଇଜରେ

    ଯୈ।ବନ କଙ୍କାଳ ସାର।


ତଥାପି ହାରିନି ହାରି ପାରିବିନି

    ଜୀଇଁଛି ହୋଇ ପଥର

ବନ୍ଦୀଶାଳାର ସେ ନୀରବ କୋଠରୀ

     ବୁଝେ ସିନା ଆଖି ଠାର ।


ଆଖି ରେ ଆଖିଏ ସପନ ସାଉଁଟି 

    ତୋଳୁଛି ମୁଁ ନୂଆ ଘର

ଶାମୁକା ଭିତରେ ମୋତିକୁ ଆବୋରି

     ପିଉଛି ନିତି ଜହର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy