ଯାତ୍ରା
ଯାତ୍ରା
ଦୁଇହଜାର ଏକୋଇଶ ମସିହା ଥିଲା ସେ ଯାତ୍ରା
ଗାଡି ଗଡି ଚାଲିଥିଲା ମୁଁ ପିନ୍ଧିଥିଲି ଭଲ କୁର୍ତ୍ତା ।
ମନରେ ଅସରନ୍ତି ଭାବନାରେ ଯାତ୍ରା ପଥରେ
ଦୁର୍ଘଟଣା ଘଟିଥିବା ରାସ୍ତା ଆର ପାର୍ଶ୍ୱର ଦୃଶ୍ୟରେ ।
ଭଗବାନଙ୍କୁ କରିଥିଲି ମିନତି, ଦିଅନା ପ୍ରଭୁ ଦୁଃଖ ଏମିତି
ପଥରେ ପଥିକ ଆସୁ ନିର୍ବିଘ୍ନରେ, ତୁମ ନିର୍ଦେଶ ରେ ଯେମିତି ।
ଫେରୁ ନିର୍ବିଘ୍ନରେ ଘରେ, ପରିବାର ପାଖକୁ ନିର୍ଦ୍ବନ୍ଦରେ
ରାସ୍ତାରେ ଦଳି ଚକଟି ସମାପ୍ତ ନହେଉ ଅନେକ ସ୍ୱପ୍ନରେ ।
ପ୍ରଭୁହେ ଜନ୍ମ ଦେଇଛ ଯଦି ସଂସାରେ ଥରେ, ଦେଖାଅ ସୁପଥ
ମଣିଷ ହେଉ ଅବା ପଶୁ ଥାଆନ୍ତୁ ଜୀବନ୍ତ, ଦୁର୍ଘଟଣାରେ ଅଭିଶପ୍ତ ।
କରି କରାଉ ଥାଅ ହରି, ଶୁଣ ବାରେ ମୋ ଗୁହାରୀ
ଗାଡି ଗଡୁଥିଲା ଆଗକୁ ମୋ ଭାବନା ଭିତରେ ପଛକୁ ।
ଯାହା ହେବାର ଥିବ ଯଦି ହବ ତୁମେ ଅଛ ବୋଲି କିଏ ମାନିବ
ଏକଥା କରୁଥିଲା ଆନ୍ଦୋଳିତ ମୋ ମନ ବିବେକକୁ l
