ଯାତ୍ରା
ଯାତ୍ରା
ଯାତ୍ରା ଶବ୍ଦ ଟିରୁ ଅନେକ ଭାବକୁ
ବୁଝି ବାକୁ ପାଇ ଥାଉ
ନାଟକ , ଅପେରା , ଅଭିନୟ ଲୀଳା ,
ସୁଆଙ୍ଗ ଆଦି କୁ କହୁ ।
ଲୋକ ନାଟକ ର ବିସ୍ତିର୍ଣ୍ଣ ଭଣ୍ଡାର
ଯାତ୍ରା କହିଥାନ୍ତି ଜନେ
ନୃତ୍ୟ , ଗୀତ , କଳା , ବିନ୍ୟାସେ ମଞ୍ଜୁଳା
ଅଙ୍ଗ ଭଙ୍ଗୀ ପ୍ରଦର୍ଶନେ ।
ଦର୍ଶକ ଙ୍କ ମନେ ତୃପତି ପ୍ରଦାନ
ସହିତ ଶିକ୍ଷା ସଂସ୍କୃତି
ପ୍ରଚାର ପ୍ରସାର ମାଧ୍ୟମ ଅଟେ ଯେ
ମନୋ ରଞ୍ଜନ , ଜାଗୃତି ।
ପ୍ରଗତି ସାଧଇ ନାଟ୍ୟ କଳା ସେହି
ବିଦ୍ୟା , ବୁଦ୍ଧି , ଶିକ୍ଷା ପାଇଁ
ଚେତନା ଜାଗ୍ରତ କରାଏ ସେ ନିତ୍ୟ
ଜ୍ଞାନ କୌଶଳ ଯୋଗାଇ ।
ଦେବାକୁ ଯୋଜନା ରହି ଥାଏ ଭରି
କୌଶଳ ର ପ୍ରଦର୍ଶନ
ଶୈଳୀ ଧାରା ଆଉ ଚମତ୍କାର ଭାଷା
ଭାବ ବ୍ୟଞ୍ଜନା ଘେନିଣ ।
ଅଭିନୟ ମାଧ୍ୟମରେ ଦିଏ ଶିକ୍ଷା
ସଂସ୍କୃତି , ସଭ୍ୟତା ଆମ
ପରମ୍ପରା ଧାରା ବଜାୟ ରଖିବା
ପାଇଁ କରେ ବହୁ କାମ ।
ବହୁ ତଥ୍ୟ , ତତ୍ତ୍ୱ , ସମସ୍ୟା ଇତ୍ୟାଦି
ବିଷୟ ଉପ ରେ ଚର୍ଚ୍ଚା
ସମ୍ୱନ୍ଧରେ ଆଧାରିତ ପ୍ରାମାଣିକ
ଅନେକ ଧାରଣା ଚିନ୍ତା ।
ବୁଝାମଣା କୁସଂସ୍କାର ଦୂର ଦୃଷ୍ଟି
ଆକର୍ଷଣ କରିବାକୁ
ଭାବ ମୟ ଶୋଭା ପରିପୂର୍ଣ୍ଣ ଆଭା
ପ୍ରଦୀପ୍ତ ଲୋକ କଳାକୁ ।
ଯାତ୍ରା କୁହାଯାଏ ମନ ମୋହି ନିଏ
ଅଭିନୟ ମାଧ୍ୟମରେ
ସମାଜ ବ୍ୟବସ୍ଥା ଅନୁଧ୍ୟାନ କରି
ସମୀକ୍ଷା ଯେ ନିତି କରେ ।
ସମାଜ ନିର୍ଚ୍ଛକ ଛବି ର ବାହକ
ମନ ପ୍ରାଣ ରେ ସେ ତୃପ୍ତି
ଶୀହରଣ ସୃଷ୍ଟି କରି , ଦିଏ ନିତ୍ୟେ
କରଇ ଆନନ୍ଦ ବୃଷ୍ଟି ।
ଭାବ ମୟ କେତେ ସୁବlରତ ଏହି
ଭାବ ଭଙ୍ଗୀ ପ୍ରଦର୍ଶନ
ଶୈଳୀ ମ।ଧ୍ୟମ ରେ ଦିଏ ନିରନ୍ତରେ
ବିପୁଳ ନବ ଆହ୍ଵାନ ।
ନୃତ୍ୟ ଗୀତ , ବାଦ୍ୟ , ଅଭିନୟ ସହ
ଯାତ୍ରା ରେ ମାତନ୍ତି ଜନେ
ନାଟକୀୟତା ରେ ହରେ ଜନ ମନ
ଉଲ୍ଲାସ ସଞ୍ଚାରୀ ପ୍ରାଣେ ।