ଯାରଜ
ଯାରଜ
ମନକୁ ମୋର କେବେଠୁ ମାରିଦେଇଛି
ମାନ, କୁ ବି ଫୁଙ୍ଗୁଳା କରିଦେଇଛି
ଅନେକ ଟାହି ଟାପରା ଉପରେ,
କବର ଦେଇଛି
ତଥାପି ଜୀବନ ଦୋଛକିରେ ଲୁହ ମୁଁ ପିଇଛି"
ପାଞ୍ଚ ଜଣଙ୍କ ଭିତରେ,
ଜଣେ ହେବାକୁ ଅହରହ ଚେଷ୍ଟା"
ହେଲେ ସବୁ କିଛି
କ୍ଷଣ ଭଙ୍ଗୁର ପାଲଟି ଯାଏ ଭଟ୍ଟା"
ସଭ୍ୟ ସମାଜ ରେ କ'ଣ
ମୋର ଜାଗା ନାହିଁ?
କ'ଣ ପାଇଁ? ଏ ଇଙ୍ଗିତର ମୃଦୁ ହସ
ତୁମରି ଭିତରୁ କେହିତ,
ଏ ଦୁନିଆ ଆଣିଛ!
ନିଜର ସ୍ବାର୍ଥ ପାଇଁ
ମୋତେ ଏକା କରିଛ"
ମନା ନାହିଁ ମନ ଖୋଲି ହସିପାର,
ମାରିପାର ମୋର ସ୍ବପ୍ନ କଢି କୁ
ହେଲେ, ବିଶ୍ଵାସ ରଖ,
ମୁଁ ସୃଷ୍ଟି କରିବିନି
ଆଉ ଗୋଟେ ଅନାଥ,
ଦେବିନି କାହାକୁ ଯନ୍ତ୍ରଣା ର କଳାପାଣି,
ଦୁନିଆର ଉପହାସ ଉପରେ
ଆଜି ଦୃଢ଼ ଏଇ "ଯାରଜ"
