ଯାହା ନାହିଁ ଜଗତେ, ଘଟୁଅଛି ଭାରତେ
ଯାହା ନାହିଁ ଜଗତେ, ଘଟୁଅଛି ଭାରତେ


ଆଜିର ଆକାଶ ବାଣୀ,
ରାଜ୍ୟ ଠାରୁ ଦେଶ ପ୍ରମୁଖ ଖବର
ପଢୁଛନ୍ତି କୁଳମଣି।
ଅର୍ଚ୍ଚନା ଆଜିର ରାଣୀ,
ସାରୁ ଖୋଳୁ ଖୋଳୁ ମହାଦେବ ସବୁ
ମହୁବସା ଲମ୍ବିଲାଣି।
ଯୌନ ରୋଗ ବଢ଼ିଲାଣି,
କିଏସେ ମାରୁଛି ପୁଅକୁ ହାତରେ
କିଏ ସ୍ୱାମୀ ଛାଡ଼ିଲାଣି।
ଘରେ ଜନ୍ତୁ ପସିଲେଣି,
ମାଫିଆଙ୍କ ହାତେ ଜଙ୍ଗଲକୁ ଦେଇ
ପଶୁ ପ୍ରେମ ବଳିଲାଣି।
ଝିଣ୍ଟିକାକୁ ମାରି ବଣି,
ଇତିହାସ ଟିଏ ରଚିଲେ ମୋଦୀଜୀ
ନାମ୍ବିଆରୁ ଚିତା ଆଣି।
ପାରିଲୁନି ଆମେ ଜାଣି,
ନୀରବ, ମାଲିଆ ବାଘ ଠାରୁ ହିଂସ୍ର
ଦିଅନ୍ତେକି ମୁହେଁ ହାଣି।
ଯୋଜନାରେ ଆମେ ମଣି,
ହାଇ ସିକ୍ୟୁରୀଟି ନମ୍ବର ନାମରେ
କୋଟି କୋଟି ଛାଣିଲେଣି।
ଅପ ମିଶ୍ରଣରେ ଖଣି,
ତଦନ୍ତ ଶବ୍ଦଟି ଅମୃତ ଆମକୁ
ଶୋଇଯାଉ ଜାଣିଶୁଣି।
>
ସମ୍ବିଧାନ ହଜିଲାଣି,
ମହୁଲି ସାଥିରେ କୁକୁଡ଼ାକୁ ନେତା
ଖୋଲାଖୋଲି ବାଣ୍ଟିଲାଣି।
ସଂସ୍କୃତିକୁ ଭୁଲିଲେଣି,
ହରିନାମ ଛାଡ଼ି ନଙ୍ଗଳା ନାଚରେ
ଦେବଦେବୀ ଡରିଲେଣି।
ଭଷାଣି ବି ସରିଲାଣି,
ମାଆ ପଚାରୁଛି ଗଣିଆରେ ତୋ'ର
ଅଙ୍କ ତ୍ରୁଟି ଧରିଲାଣି।
ସମାଧାନ ପାରିଲୁନି,
ମେଢ଼ ଠାରୁ ଆମ, ମଦ ମାଉଁସରେ
ଶହେ ଗୁଣା ଟପିଲାଣି।
ମାଆ ତୁ ପାରୁନୁ ଜାଣି,
ଗଣିତରେ ସିନା ଗୋଟିଏ ରାବଣ (ମହିଷା)
ସାମାଜିକ ପାରିବୁନି।
ସାହିତ୍ୟକୁ ହୁଡ଼ିଲୁଣି,
ଭୂଗୋଳ ଶୁଣିଲେ ମୁଣ୍ଡ ଟିଣ ହେବ
ବିଜ୍ଞାନ ବଦଳିଲାଣି।
ଇତିହାସ ବୁଡ଼ିଲାଣି,
ଜଗତରେ ନାହିଁ ଏ ଅପସଂସ୍କୃତି
ଭାରତରେ ଘଟିଲାଣି।
ବିଶ୍ୱକପ ଆସିଲାଣି,
ଦୁର୍ବିପାକ ନୁହେଁ, ଟିକଟ ସାଥିରେ
ଭିସା ମୋ'ର ସରିଲାଣି।