STORYMIRROR

Banali Dash

Abstract

2  

Banali Dash

Abstract

ଯାଦୁଗର ତୁମେ'

ଯାଦୁଗର ତୁମେ'

1 min
178

ସ୍ପର୍ଶରେ ଯାଦୁ ଥାଏ ଦେଖ ପ୍ରିୟ',

        ମୁଁ ଏବେ ପାଷାଣୀ ରୁ ପ୍ରାଣ ପ୍ରତିମା

        କୁବ୍ଜା ରୁ ଅପରୂପା;

ଏମିତି ହଉପଛେ ହାଲ୍କା ଭାବେ

କାହିଁକି ଥରେ ଅଧେ, ଛୁଇଁ ନଥିଲ କୁହ ତ

ତୁମକୁ' ଟିକେ ଛୁଇଁବି ବୋଲି କେତେଯେ ଥର

ଗୋଡ଼ ଭାଙ୍ଗି ଠିଆ ହେଇଥିଲି ମୁଁ,

         କେତେ ଚଉମୁହାଣିରେ;

ଚୋଟ ଆଉ ଛିଛିକାର ବି ସହିଥିଲା ଆତ୍ମାଫୁଲ,

         ଅକାରଣେ ଧୂ ଧୂ ମରୂରେ

ଧରାବନ୍ଧା ହିସାବ ଖାତା ଟେ ଖୋଲିଛ କି କେବେ

ତୁମେ' ଆଉ ତୁମ' ପ୍ରେମ,

         ଭରୁଥାଏ ଯେବେ ଅଷ୍ଟମରଙ୍ଗ ଟେ

ମୁଁ ଆଉ ମୋ' ରଙ୍ଗମଖା ମନ ,

         ନାଚିଉଠେ ବିନା ତାଳେ ସେତେ ସେତେ

ସତେ ତୁମେ' ଯାଦୁଗର',

           ସ୍ୱପ୍ନ ପଥେ ବାସ୍ତବତା ଫୁଲ ଛିଞ୍ଚି 

ସ୍ପର୍ଶ ମାତ୍ର ରେ ମୁକ୍ତା ଭରି 

            ଜୀବନ କୁ କଲ ରସାଣିତ

ଏମିତି ବି ହଉପଛେ ହାଲ୍କା ଭାବେ,

କାହିଁକି ଥରେ ଅଧେ ଛୁଈଁ ନଥିଲ କୁହ ତ

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract