STORYMIRROR

Banali Dash

Others

3  

Banali Dash

Others

ମାମୁଁ ଘର ଗାଁ ଚିତ୍ର-୧

ମାମୁଁ ଘର ଗାଁ ଚିତ୍ର-୧

1 min
332

ତୋଟା ବଣ ବିଲ ମେଘ ଉହାଡ଼ରୁ ମାମୁଁ ଘର ଗାଁ ଦିଶେ,

ସବୁଜ ସୁନ୍ଦର ନୀଳିମା କୋଳରେ ମନ ସଭିଙ୍କର ହସେ।

କେତେ ସ୍ମୃତି କେତେ ଅନୁଭୂତି ଭିଜା ପିଲାଦିନ ଘର ସିଏ,

ତା'କୁ ଭୁଲିକି ମନରେ କି ଆଉ ସବୁଜିମା ଭରୁଥାଏ।

ଦୁଃଖ ରେ ସୁଖରେ ଅମ୍ବିକାଇଁ ମା'ପାଖେ ଯାଇ ଯେବେ ବସୁଥାଏ,

ତା' କରୁଣା ସାଥେ ସବୁଜିମା ଠାରୁ ଅଧିକ କିଛି ହିଁ ପାଏ।

ଭାବୁକ ମୋ'ମନ ବାର ବାର ସେଠି ଜିଦ୍ଦି କରି ହଜୁଥାଏ,

ଗଛ ଉହାଡ଼ରୁ ପକ୍ଷୀଙ୍କ କାକଳି ସୁରିଲା ସୁରିଲା ଶୁଭେ।

କିଛି ବାଟ ଗଲେ ଖସଡା଼ ପୋଖରୀ,ପାଖରେ ବଟ'ଙ୍କ ଗାଦି,

ଚହଲାପାଣିରେ କେତେଥର ପରା ମନ ଟପେ ଚଉହଦି।

ଦଳଫୁଲ ଆଉ କଈଁଫୁଲ ଫୁଟେ ପାଖ ପୋଖରୀ ରେ ତା'ର,

କେତେଥର ଅଜା' ମନା କରିଛନ୍ତି ସେ ସୀମା ହବାକୁ ପାର।

କିଛି ବାଟ ଗଲେ ପ୍ରିୟ' ଘର ପଡ଼େ,

ମଝିରେ କେତେଟା ଘର

ସଫେଇ ତୁଠରୁ ଚହଲାପାଣି ରେ 

ଏପାଖ ସେପାଖ ଦୂର।

କଲେଜ୍ ପଢୁଆ ଝିଅ ଯାଉଥାନ୍ତି,

ସାଇକେଲ୍ ସରସର

କେତେଥର ପରା ଭିଡ଼ ଉହାଡ଼ରୁ,

ଚି଼ହ୍ନାକଣ୍ଠ ଶୁଣେ କାନ ମୋ'ର।

କେତେ ସ୍ମୃତି ଭରା ମାମୁଁଘର ଚିତ୍ର

ଆଉ କି ସେମିତି ଦିଶେ !

ବାତ୍ୟା ପବନର କରାଳ କା‌ହାଣୀ

ଆଉ କିଛି ମନେ ଭାଷେ।

ବନ୍ୟା ସିନା ଥାଏ ଅଛୁଆଁ ଅଜଣା

ବାତ୍ୟା ସବୁବେଳେ ଆସେ,

ଶକ୍ତ କରିଥିବା ମେରୁନଳୀ ହାଡ଼

ବିପତ୍ତି ତରୀରେ ଭାସେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍