STORYMIRROR

Banali Dash

Others

3  

Banali Dash

Others

ତୁ ମୋ ଧନ

ତୁ ମୋ ଧନ

1 min
260

ତୁ ମୋ ଜୀବ-ଜୀବନ,ରଙ୍କୁଣୀ ଧନ

ତୋରି ପାଇଁ ମୋ ଏ ମା ମନ।


ତୁ ସୁନାକିଆରୀର ସୁନା ଧନ

ତୋର ଚେନାଏ ହସ ଝିଲ୍ ମିଲ୍ ତପନ,

ତୋରି ପାଇଁ ମୋ ଏ ମାମନ।


ତୋର ପ୍ରତିଟି ଛୁଆଁ ସୁନାଝରା

ତୋର ଦରୋଟି କଥା ମନଭରା,

ତୁ ମୋ ସୁଖ ସପନ,

ତୋରି ପାଇଁ ମୋ ଏ ମାମନ।


ତୁ ମୋ ହୃଦ ଶଙ୍ଖାଳୀ

ତୁ ମୋ ଗଳା ର ମାଳି,

ତୋଲାଗି ସଦା ଛଳଛଳ ମନଗହନ,

ତୋରି ପାଇଁ ମୋ ଏ ମାମନ।


କେତେ ଭଲପାଏ ତତେ ମୁଁ 

ତୁ ଜାଣୁନା,

କେତେ ଭଲପାଉ ତୁ ଯେ ମତେ

ମୁଁ ବୁଝିପାରେନା,

ଆମ ମନ ପ୍ରେମ ର ଝରଣା

କଥା କୁହା ତୋ ଆଖି ତା ଅଗଣା।

ତୁ ମୋଜୀବ-ଜୀବନ,ରଙ୍କୁଣୀ ଧନ

ତୋରି ପାଇଁ ମୋ ଏ ମାମନ।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Banali Dash

ନୂଆ ବୋହୂ

ନୂଆ ବୋହୂ

1 min വായിക്കുക

ତୁମେ'

ତୁମେ'

1 min വായിക്കുക

ସବୁଜିମା

ସବୁଜିମା

1 min വായിക്കുക

ଶିଳ୍ପୀ

ଶିଳ୍ପୀ

1 min വായിക്കുക

ତୁ ମୋ ଧନ

ତୁ ମୋ ଧନ

1 min വായിക്കുക

ମୁଁ

ମୁଁ

1 min വായിക്കുക

ମହାନତା

ମହାନତା

1 min വായിക്കുക