STORYMIRROR

Banali Dash

Abstract

2  

Banali Dash

Abstract

ନୂଆ ବୋହୂ

ନୂଆ ବୋହୂ

1 min
238

ନୂଆ ବୋହୂ ସାଜି ଆସିଗଲି ଦେଖ ,

             ତୁମରି ପ୍ରେମ ଉଆସେ

କଳ୍ପନାବିଳାସୀ ଭାବୁକ ମନ ମୋ',

           ଦୂରେ ଥାଈ ଅଙ୍କ କଷେ

ଏତେ ପର ଥିଲ ସାଥୀ ତୁମେ' ଦିନେ,

           ଆଜି ହେଲ ଏତେ କତି

ତୁମରି ମଧୁର ପରଶ ପାଇଁ କି

           ଡେଇଁଛି ପୁରୁଣା ପ୍ରୀତି,

ସିନ୍ଥିଏ ସିନ୍ଦୂର ବଦଳେଇ ଦେଲା 

            ଆମରି ଜୀବନ ଗୀତି

ତୁଳସୀ ଗଛ ମୁଁ ତୁମ ଅଗଣାର

            ହେବି ପୁଣି ବସୁମତୀ,

କି ଧୈର୍ଯ୍ୟ କି ପ୍ରେମ ହଉ ଅବା କେଉଁ 

             ଅମଡ଼ା ବାଟ ର ଗଳି,

ଚାଲିବି ଚାଲିବି ନପଡିବି ଥକି 

             ମୁଦିବା ଆଗରୁ ଆଖି

ଦଶଦୋଷ କ୍ଷମା କରିବାର ପାଇଁ  

            ଧରିଲେ ବାପା ଏ ହାତ,

ତୁମେ ବି ଶପଥ କର ଆଜି ସାଥୀ,

          ଆହୁଲା ମାରିବ; ହାତ ଏ ଧରିବ,

           ନଛାଡିବ କେବେ କାତ

ପ୍ରେମଗୀତି ଆମ ହେଉ ଚିରନ୍ତନ

            ନଥାଉ କେଉଁ ପୋଥିରେ,

ମୁଁ ବି ଚାହେଁନି ତାଜମହଲ ଟେ 

           ଥାଅ ତୁମେ ସଦା ସାଥିରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract