ମୁଁ
ମୁଁ
1 min
189
ମୁଁ ସେଇ ଅବୁଝା ମନ,ଯାହା ମନ ତଳେ ହଜାରେ ସପନ;
ନପାଏ ଯଦି ସେ ଭାବପ୍ରବଣତା ,ହେଉଥାଏ ଖିନ୍ ଭିନ୍।
ମୁଁ ସେଇ ନିରୀହ ମନ,ଯାହା ପାଇଁ ପଦେ କଟୁ ବଚ଼ନ;
ଦେଇଚାଲିଥାଏ ଦହନ।
ମୁଁ ସେଇ ନୀରବ ଆଖି,ଯାହା ଆଖି କୋଣେ
ଲକ୍ଷେ ଲୁହ ଥାଏ ଲାଖି;
ନପାଏ ଯଦି ସେ ସୁଖ ଚଉହଦି ,ହେଉଥାଏ ଦିକିଦିକି।
ମୁଁ ସେଇ ଅଲିଭା ଦୀପ ,ଘର କୋଣରେ ଯେ ଜଗି ରହିଥାଏ
ସାତତାଳ ନିଦ ବିକି।
ମୁଁ ସେଇ ବାଧ୍ୟ ବଇଁଶୀ,ବାଜୁଥାଏ ଯେ ଅହଃର୍ନିଶି
ସୁରରେ ବାଜିବି ବେସୁରା ନହେଇ;
ଦେଇଚି ତାଳ କୁ କଷି।
ମୁଁ ସେଇ ଜଳନ୍ତା ବତୀ,ଜଳୁଥାଏ ନିତି ତୁଳସୀ ମୂଳରେ
ବିଭୁପାଦେ ରଖି ମତି।