STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଯାଆନା ଶ୍ରାବଣୀ 

ଯାଆନା ଶ୍ରାବଣୀ 

1 min
9


ଋତୁରାଣୀ ଶ୍ରାବଣୀ 
ଫେରିଯାଆନା ଭଉଣୀ 
କିଏ ବାନ୍ଧିଦେବ ବନ୍ଧୁତା ଡୋର 
ପ୍ରକୃତି ଯେଣୁ ଭାଇ ସୁନା ଗଉଣୀ 
ରାକ୍ଷୀ ହୋଇ ସାକ୍ଷୀ 
ଦେଉଥିବ ମାଖି କଳା କଜ୍ଜଳ ଆଣି 
ଚକାଆଖି ଆଖିପତାରୁ ପୁଣି 
ସେମିତି ଜହ୍ନରୁ ଚୋରାଇ ଚାନ୍ଦଚଉଁରୀ 
 ଭାଇ ଭଉଣୀ ଖେଳ ଚକା ଭଉଁରୀ 
ଆକାଶେ ଚାନ୍ଦିନୀ ଧରା କୁମୁଦିନୀ 
ସଭିଏଁ ବାନ୍ଧିବେ ରାକ୍ଷୀ ରହିଯା ଶ୍ରାବଣୀ 
ଫୁଲ ପତରରେ ପ୍ରକୃତି ରଙ୍ଗରେ ଉଜାଣି 
ଜଙ୍ଗଲେ ଖେଳେ ହରିଣୀ 
ଜଳରେ ପରୀରାଣୀ 
ଧରାରେ ଧରିତ୍ରୀରାଣୀ 
ଧରି ହାତେ ଫୁଲ ଚାଙ୍ଗୁଡି ସାଥେ 
ଦୀପ ଧୂପ ପକାଇ ବଉଳବେଣୀ 
ବାନ୍ଧିବେ ରାକ୍ଷୀ ପୁନେଇଁ ସାକ୍ଷୀ 
ଆସୁଛି ଭୋଦୁଆ ଭାଦ୍ରବ ଖୁଦୁରୁକୁଣୀ 
ତଅପୋଇ ଦୁଲଣୀ 
ସାନଭାଉଜ ମିତଣୀ 
ସାତଭାଇ ଡରିଆରେ ନେଲେ ଯେବେ ମେଲାଣି 
କଥାଥିଲା ଦୋଳିରେ କୁଳି କରୁଥିବ ଭଉଣୀ 
ହେଲା ଯେବେ ବନସ୍ତରେ ଛେଳିଚୋରଣୀ 
କଟାଇଲେ ନାକ ବଉଳି ଭାଇଏ 
ରଖି ରାକ୍ଷୀର ମହତ ପୁଣି 
ଏକଥା ଗାଥା ଆଜି ଗାଏ ସାଧବାଣୀ 
ଉଦାହରଣ ରାକ୍ଷୀର ଭାଇ ସଙ୍ଗେ ସମ୍ପର୍କ 
କଥା କହେ ସୁନା କୁଲେଇ ଓ ରୂପାଗଉଣୀ 
ଯାଆନା ଶ୍ରାବଣୀ ଯାଆନା ଶ୍ରାବଣୀ
ବାରମାସେ ତେର ଯାତ୍ରା ଏଠି ରହିଯା 
ଅବଢ଼ା ଖାଇବୁ ଛାଣି 
ମନବୋଧ ଚଉତିଶା ଗାଇବୁ ପିଇଲେ 
ଟଙ୍କତୋରାଣୀ ଖାଇ ମେଘ ବରଷରାଣୀ
ପାଟି ଓଠ ଚାଟୁଥିବେ ସ୍ୱାଦ ବାରେଣୀ
ଅବଢ଼ା ଯେବେ ପଖାଳ ହୁଅଇ ଥା ତୁ ଜାଣି


Rate this content
Log in

Similar oriya poem from Classics