ଯା' ଦେବୀ ସର୍ବ ଭୂତେଷୁ
ଯା' ଦେବୀ ସର୍ବ ଭୂତେଷୁ
ଆକାଶ ନିର୍ମଳ ନୀଳ ସରୋବର
କାଶତଣ୍ଡୀ ପରା ନାଚ଼େ
ଶ୍ଵେତ ଚାମରରେ ସମ୍ଭାଷଣ କରେ
କହେ ମାତା ଆମ ଆସେ |
ପାର୍ବଣ ଋତୁର କୋଣେ ଅନୁକୋଣେ
ଶୁଭେ ମନ୍ତ୍ର ଉଚ୍ଚାରଣ
ଯା ଦେବୀ ସର୍ବ ଭୂତେଷୁ ଶକ୍ତିମୟୀ ମାତା
କରନ୍ତି ଧରାବତରଣ |
ସବୁ ପଦାର୍ଥରେ ତୁମ ଅବସ୍ଥିତ
ସର୍ବଭୂତେ ତୁମେ ସ୍ଥିତ
ଜଗତ ହିତରେ ସଦା ତୁମ ସୃଷ୍ଟି
ମଙ୍ଗଳମୟୀ ଗୋ ମାତ ।
ପୁଣ୍ୟ ମନ୍ତ୍ର ତବ ଶକ୍ତି ସଂଚ଼ାରଇ
ମନେ ପବିତ୍ର ପ୍ଳାବନ
ଦେହେ ମନେ ଜାଗେ ସକାରାତ୍ମ ଭାବ
ଚେତନା ରେ ଶିହରଣ |
କଳୁଷ ନାଶିନୀ ଦୁଃଖ ବିନାଶିନୀ
ପାପ ବିମୋଚନୀ ମାଆ
ଦୁଷ୍ଟ ସଂହାରିଣୀ ଅଭୟ ଦାୟିନୀ
ଧରାକୁ ଓହ୍ଲାଇ ଆ ।
ସର୍ବଭୂତେ ସ୍ଥିତା ମହିଷ ମର୍ଦ୍ଦିନୀ
ଶାନ୍ତି ସ୍ୱରୂପିଣୀ ମାତା
ସର୍ବ ଯୁଗେ ସ୍ଥିତା ଶକ୍ତି ମୟୀ ମାଗୋ
ସର୍ବ ଦେବ ତେଜେ ସିଦ୍ଧା |
ସୁନିର୍ମଳ ଧରା ଅଶିଣ ଖରାରେ
ତୁମ ପୂଜା ମହୋତ୍ସବ
ଚ
ତୁର୍ଦ୍ଦିଗେ ପୂତ ମନ୍ତ୍ର ଉଚ୍ଚାରିତ
ମନେ ଜାଗେ ଭକ୍ତି ଭାବ ।
ତୁମରି ମନ୍ତ୍ରରେ କଳୁଷ ନାଶଇ
ଶାନ୍ତି ର ଉଦ୍ରେକ ହୁଏ
ଘରେ ସୁଖ ଶାନ୍ତି ସଦା ବିରାଜଇ
ତୁମ ମନ୍ତ୍ର ଯିଏ ଗାଏ ।
ତୁମରି ପାର୍ବଣ ଅପୂର୍ବ ବାର୍ତ୍ତାରେ
ସଦା ହୋଇଛି ମଣ୍ଡିତ
ଆସୁରୀ ପ୍ରକୃତ୍ତି ବିନାଶ ର କଥା
ତୁମରି ପୂଜା ମହତ୍ତ୍ୱ ।
ନବଦିନେ ନବ ରୂପ ନେଇ ମାତା
ବିଭିନ୍ନ ବାରତା ଦିଅ
ଦଶମୀ ତିଥିରେ ମହିଷ ମର୍ଦ୍ଦିନୀ
ରୂପେ ସଂସ୍ଥାପିତ ହୁଅ ।
ଓହ୍ଲାଇ ଆସ ମା ଏଇ ଧରାଧାମେ
ଆସୁରୀ ପ୍ରବୃତ୍ତି ନାଶ
ଅନ୍ୟାୟ କୁ ନାଶି ନ୍ୟାୟ ପ୍ରକାଶନେ
ଜଗତ କୁ ଦିଅ ଆଶ ।
ଦୁନିଆକୁ ଦିଅ ସଦ୍ ବୁଦ୍ଧି ଗୋ ମାତା
ଜଣାଅ ନାରୀ ଶକତି
ତୁମେ ମାତା ପରା ଶକ୍ତି, ଭକ୍ତିମୟୀ
ତୁମେ ତ ନାରୀର ସ୍ଥିତି ।
ଆସ ଦଶଭୂଜା ପାପୀଙ୍କୁ ସଂହାର
ବିଦ୍ୟା, ବୁଦ୍ଧି, ଜ୍ଞାନ ଦିଅ
ଏ ଧରା ବୁକୁ ରେ ଶାନ୍ତିର ମହଲ
ତୁମ ହାତେ ଗଢିଯାଅ ।