STORYMIRROR

Santosh Mishra

Romance

2  

Santosh Mishra

Romance

Wife

Wife

1 min
310

ତୁମେ ଥିଲ ମୋର

ପ୍ରଥମ ପସନ୍ଦ,

ତୁମକୁ ପାଇବି ବୋଲି

ଘରେ କେତେ ଅଶାନ୍ତି

ବୋଉ

ଭାରି ଭଲ

ଯାହା ମୋର ପସନ୍ଦ

ତାହା ବୋଉର ପସନ୍ଦ,

ବୋଉ ବାପାଙ୍କୁ

ମନେଇବା ପାଇଁ

କେତେ ପାପଡ଼ ବେଲିଲେ,

ଶେଷରେ

ବାପା, ରାଜି ହେଲେ


ତୁମେ ଆସିବ

ଆମ ଘର

ମୋ ପାଖକୁ

ମୋର ହୋଇ ରହିବ,

ମୋ ପାଖେ ପାଖେ ଥିବ


ପାଞ୍ଜି ଖୋଲା ଗଲା,

ଶୁଭ ଲଗ୍ନ ଓ ବେଳା

ଖୋଜା ଗଲା

ଦିନ ଧାର୍ଯ୍ୟ ହେଲା


ତୁମେ ଆସିଲ,

ମୋ ସ୍ୱପ୍ନ ସାକାର କଲ,

ଦିନ ରାତି

ସବୁବେଳ ପାଇଁ

ମୋର ହୋଇ ରହିଗଲ


ତୁମକୁ ଧରି

କେତେବେଳେ

ମୋ ଛାତି ଉପରେ

ତ,

ଆଉ କେତେବେଳେ

ତୁମ ଉପରେ ମୋ

ମଥା ଥୋଇ ଶୋଇ ପଡେ

ସେ କଥା ତୁମ ବିନା

ଆଉ କେହି 

କହି ପାରିବେନି

ଏକଥା ସତ


ତୁମକୁ ପାଇ

ମୁଁ ହେଲି

Wanderful boy,

ତୁମେ ଥିଲ ମୋ ଜୀବନର

Wanderful Instrument For Enjoy


ତୁମେ ଆସିଲା ପରଠାରୁ

ମୋ ଖୁସିର ସୀମା

ଆକାଶ ଛୁଇଁଲା,

ମୋ ମନ ଓ ଆଖି

ତୁମ ସହିତ

ସାରା ବିଶ୍ୱକୁ ଦେଖିଦେଲା,

କେଉଁ ଶବ୍ଦ ଯୋଡ଼ି

ଧନ୍ୟବାଦ ଜଣାଇବି

ଭାଷାକୋଷରୁ ଶବ୍ଦ 

ଅଭାବ ପଡିଲା


ମୋ ଆତ୍ମୀୟ ସ୍ୱଜନଙ୍କ

ସହିତ ଦୁଇ ପଦ କଥା ହେବାକୁ

ଭଲ ଲାଗୁନି,

ସମୟ ବି ପାଉନି


ସବୁ ସମୟ

ତୁମେ ନେଇ ଯାଉଛ,

ଯୋଡି ଦେଇଛ

ତୁମରି ସଙ୍ଗଙ୍କୁ, 

ଯେଉଁ ମାନଙ୍କୁ ଦିନେ

ଦେଖି ନ ଥିଲି

ଜାଣି ନ ଥିଲି,

ଏବେ ସେମାନେ 

ଏତେ ନିଜର ଯେ

ସକାଳ ନୁହେଁ,

ରାତି ନ ସରୁଣୁ 

ଶୁଭେଚ୍ଛା

ପଠାଇ ଦିଅନ୍ତି,

Facebook

WhatsApp ରେ,

ଖରାବେଳେ, ସନ୍ଧ୍ୟାରେ

ଶୋଇବା ପୂର୍ବରୁ

ଖାଲି ଶୁଭେଚ୍ଛା ଓ ଶୁଭେଚ୍ଛା


କହିଲ ଦେଖି

କେମିତି ମୁଁ

ଭୁଲି ପାରିବି

ଗୋଟିଏ ମୁହୂର୍ତ୍ତ,

ହେଲେ, ସମୟ

ସହି ପାରିଲା ନାହିଁ

ଦେଇ ଗଲା କ୍ଷତ


ହଠାତ୍

ତୁମେ ଏମିତି

ଶ୍ୱାସ ରୁଦ୍ଧ ହୋଇ

ଅଚଳ ହୋଇଯିବ

ଏ କଥା ଭାବି ନ ଥିଲି,

ଅନେକ ଚିକିତ୍ସା କଲି,

ହାରିଗଲି,

ମୋ ଜୀବନରେ

ସବୁଠାରୁ ବଡ଼ ଆଘାତ ପାଇଲି


ନିଦ ହଜିଗଲା,

ଖାଇବା ଭୁଲି ଗଲି,

ଜାଣି ପାରିଲିନି

କେତେବେଳେ ଆଜି ସରି

କାଲି ହୋଇଯାଏ

ଅଧା ପାଗଳ ହୋଇଗଲି


ବାପା ଦେଖିଲେ,

ବୁଝେଇ କହିଲେ,

ପାଦର ଚପଲ 

ଭାବିବୁ,

ଗୋଟେ ଗଲେ

ଆଉ ଗୋଟେ ଆଣିବୁ,

ଫେରି ଆସିବ ପୁରୁଣା ଦିନସବୁ


ସତ କଥା,

ସମସ୍ତେ ଆସିବେ

ସବୁକିଛି ଫେରି ଆସିବ

ପୁଣି ବଦଳି ଯିବ ଷ୍ଟାଇଲ୍,

ହେଲେ

ତମେ ତ ଆସିବନି

ଦ୍ୱିତୀୟ ପ୍ରଥମ ହେବନି

ତୁମେ ପରା ମୋର

ପ୍ରଥମ

ପ୍ରଥମ ମୋବାଇଲ୍


Rate this content
Log in

Similar oriya poem from Romance