STORYMIRROR

Baby Nayak

Abstract

2  

Baby Nayak

Abstract

ଉତ୍ତରାୟଣ

ଉତ୍ତରାୟଣ

1 min
150

କିଏ ଜାଣେ କେଉଁ କ୍ଷଣେ ଆୟୁସୂର୍ଯ୍ୟ ହେବ ଅସ୍ତମିତ କ୍ରମେ ଉତ୍ତରାୟଣ ପଥରେ ଅହରହ ହେଉଛି ଧାବିତ

ଜୀବନ ପତଙ୍ଗ ଏବେ ଜଞ୍ଜାଳ ଝଡରେ ବାରମ୍ବାର ହୁଏ ଇତଃସ୍ତତ କେତେବେଳେ ଛିଡିଯିବ ନଟେଇରୁ ସୂତା ଆଦରିବ ଅନ୍ଧାରୀ ଦିଗନ୍ତ

ସାଉଁଟିଛି ଯେତେ ଯେତେ ଜହ୍ନ ରାତି ଭାବେତାକୁ ଧରିଛି ମୁଠେଇ ଖୋଲି ଦେଲେ ହାତ ଥରେ ଜାଣିଛି ମୁଁ ସବୁ ଶୂନ୍ୟ କିଛି ତହିଁ ନାହିଁ

ଅସ୍ତିତ୍ବ ମୋ ବାରବାର ଝିଙ୍ଗାସୁଛି ଖୋଜିବାକୁ ଆତ୍ମ ପରିଚୟ କେମିତି କହିବି ତା'ରେ ହାସ୍ୟାସ୍ପଦ ନାହିଁ କିଛି ପାଇବାର ମୋହ

ହିମାଦ୍ରି ଶିଖରେ କିଏ ଦେଖିଛି କି' ଢାଳିବାର ଗଙ୍ଗା କି ଯମୁନା ଜମାଟ ବାନ୍ଧିଛି ଯହିଁ ଛାତିତଳେ ଲୁହ କୋହ ଅସୁମାରୀ ବିକ୍ଷିପ୍ତ ଭାବନା

ବହିବାର ଅଛି ଯଦି ଭିଜେଇଯା' ଅଲକ୍ଷରେ ସେନେହର ସ୍ରୋତସ୍ବିନୀ ସାଜି ଅନ୍ବେଷିବେ ନାହିଁ କେହି ଥରେ ହେଲେ ଯେଉଁ ଦିନ ଯିବୁ ସତେ ହଜି

ସରିସରି ଆସିଲାଣି ଶୀତରାତି ବସନ୍ତ ବି କେଉଁ ବା ରହିବ ଧୂ ଧୂ ଖରାବେଳ ହୁ ହୁ ମାଡି ଆସେ ସେହି ଏକା ଚରମ ବାସ୍ତବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract