STORYMIRROR

Baby Nayak

Others

2  

Baby Nayak

Others

ଅସ୍ତରାଗ

ଅସ୍ତରାଗ

1 min
249

ଏଇ ମାତ୍ର ଚିତ୍ରଗୁପ୍ତ ବିଯୁକ୍ତକଲା ପୃଷ୍ଠାଟିଏ ତା' ଦସ୍ତାବିଜ୍ ରେ ଥିବା ମୋ ଡାଏରୀରୁ

ଋତୁଚକ୍ରର ଆବର୍ତ୍ତନରେ କ୍ରମଶଃ ବିବର୍ଣ୍ଣ ବସନ୍ତ ଗ୍ରୀଷ୍ମ ଆଗମନୀର ଝଙ୍କାର ତୋଳୁଛି ରହିରହି

କାଶତଣ୍ଡୀର ଫାଜିଲ୍ ପଣ ଆଜିକାଲି ଔଦ୍ଧତ୍ୟରେ ପରିବର୍ତ୍ତିତ ବେପରୁଆ ଭାବେ ବଂଶବୃଦ୍ଧି କରିଚାଲିଛି

ସ୍ବପ୍ନ ଆଉ ସାଧନର ଅନ୍ତରଙ୍ଗ ଖେଳ କେତେବେଳେ ଏତେକାଳ ହେଲା ଅତିକ୍ରାନ୍ତ କିଏ ବା କଷୁଛି ଆଉ ଅଛିଣ୍ଡା ସେ ଜୀବନ ଗଣିତ ଏବେ ତ ପ୍ରଚକ୍ଷୁର ମୋଟା କାନ୍ଥରେ ଧକ୍କା ଖାଇ ଫେରୁଛନ୍ତି ସ୍ବପ୍ନମାନେ ପୁନଶ୍ଚ ନିଷ୍ପ୍ରଭ ଆଖି ଦିଗକୁ

ଅସ୍ତରାଗର ଆକାଶ ନିର୍ଦ୍ଦେଶୁଛି ରାତି ଆସିବା ଆଗରୁ ଭରିନେଏ ଆଉ କିଛି ରଙ୍ଗ ତୋ' ମନର କାନ୍ ଭାସ୍ ରେ

ନୀଡାଭିମୁଖୀ ପକ୍ଷୀମାନଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ଯଦି ଏ ବସା ନ ଥା'ନ୍ତା ତେବେ ସେମାନେ ପ୍ରତ୍ୟାବର୍ତ୍ତୀ ହୁଅନ୍ତେ କି ? କ୍ରମଶଃ ଜୀର୍ଣ୍ଣ ହେଇ ଆସୁଥିବା ଏଇ ନୀଡରେ କେତେକାଳ ଆଉ ବସାବାନ୍ଧି ରହିଥିବ ପ୍ରାଣପକ୍ଷୀ ମୋର ସନ୍ଧାନ କରିବ ନିଶ୍ଚେ ନୂଆ ଏକ ନୀଡ

ସବୁଜରୁ ଧୂସର ରଙ୍ଗ ଧାରଣ କରୁଥିବା ପତ୍ରଟିଏ କେମିତି ଜାଣିପାରିବ ଶାଖାଚ୍ୟୁତ ହେବାର ମୁହୂର୍ତ୍ତ

ନିର୍ବାଣମୁଖୀ ପ୍ରଦୀପର ସ୍ତୀମିତଶିଖା ଆଶଙ୍କିତ ଦଲକାଏ ପବନକୁ ହରେଇବ ଆପଣା ଅସ୍ତିତ୍ବ କ'ଣ ଆଉ ଲୋଡା ଏତେ ହିସାବ କିତାବ କେତେ ସେ ଜଳିଛି ଆଉ କେତେ ବା ଜାଳିଛି

କେଉଁ ଅପାର୍ଥିବ ବସ୍ତୁର ମୋହ କ୍ଷଣେ କ୍ଷଣେ କରେ ଆନମନା ଅସ୍ଫୁଟ କି ଅର୍ଦ୍ଧସ୍ଫୁଟ ସ୍ବର ଆକ୍ତାମାକ୍ତା କରେ ଅହରହ ଦିଗ୍ ବଳୟ ସେପାରିରୁ କାହାର ସେ ଅସ୍ପଷ୍ଟ ମୂର୍ଚ୍ଛନା ଚେତନାର ଉତ୍ତରଣ ପଥେ ବାରମ୍ବାର କରୁଛି ଜାଗ୍ରତ "ଭୁଲିଯାଆ ଭୁଲିଯାଆ ଯେତେ ସବୁ ପାର୍ଥିବ ଜଗତ"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍