STORYMIRROR

Baby Nayak

Others Romance

3  

Baby Nayak

Others Romance

ରଙ୍ଗ

ରଙ୍ଗ

1 min
431


କାକକୃଷ୍ଣ କବରୀରେ ମୋର

ବନ୍ଧାତୁମ ସ୍ପର୍ଦ୍ଧିତ ପୌରୁଷ

ସଜଳ ନୟନଧାରେ କଜ୍ଜ୍ବଳର ରେଖା

ତୁମଲାଗି ମୁଗ୍ଧ ଆବାହନୀ

କୃଷ୍ଣରଙ୍ଗ ମାଗିବି କାହିଁକି ?

ତୁମ ଆଖି ନୀଳିମାରେ

ମୋ ଆଖି ଦେଖିଛି

କେତେ ଯେ ସୁନେଲି ସ୍ବପ୍ନ

ଅୟୂତ ଯୁଗର

ନୀଳରଙ୍ଗ କ'ଣ ହେବ ଯେ ?

ମୋ ସୀମନ୍ତେ ତୁମ ପରିଚୟ

ମୋ ଓଠର ପଳାଶ ରଙ୍ଗରେ

ତୁମ ପ୍ରୀତିର ସ୍ବାକ୍ଷର

ସେ ରଙ୍ଗ ବି ଥାଉ

ତୁମ ମନର ସବୁଜିମାରେ

ମୋ ଖୁସିର ସୁଗନ୍ଧିତ

ସୋରିଷ ଫୁଲ

ଆଉ କ'ଣ ଦରକାର ସେ ରଙ୍ଗ

ତୁମର ଆବେଗଭରା ସ୍ପର୍ଶ

ଲଜ୍ଜାରୁଣ ଆଭାରେ ମୁଁ ବିମଣ୍ଡିତ

ମୋ ମନର ସ୍ବଚ୍ଛ କାନ୍ ଭାସରେ

ତୁମ ପ୍ରେମର ଶୁଭ୍ର ରଙ୍ଗ

ସୃଷ୍ଟି କରି ସାରିଛି

ଇନ୍ଦ୍ରଧନୁର ବର୍ଣ୍ଣାଳୀ

ଆଉ କେଉଁ ରଙ୍ଗବାକି ଅଛି କି ?

ଆଦାନ ପ୍ରଦାନ ପାଇଁ?

ଅପରାହ୍ନର ଏଇ ଦୁର୍ଲ୍ଲଭ ମୁହୂର୍ତ୍ତରେ

ଲୋଡାଖାଲି ଟିକେ

ପ୍ରତ୍ୟୟର ରଙ୍ଗ ଅବଶିଷ୍ଟ ।

ବେବୀ ଲତା ନାୟକ

ଭୁବନେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍