STORYMIRROR

Baby Nayak

Inspirational

4  

Baby Nayak

Inspirational

ମୁଁ ଆଗାମୀ କାଲିର ସୈନିକ

ମୁଁ ଆଗାମୀ କାଲିର ସୈନିକ

1 min
179

ସୁପ୍ତ ମୁଁ ଆଜି ଗୁପ୍ତ ଭାବରେ 

ଲୁପ୍ତ ମୋହର ବ୍ୟକ୍ତିସତ୍ତା 

ଅନ୍ତରେ ମୋର ଆଗ୍ନେୟଗିରି 

ଉଦ୍ଗାର ଆଶେ ସନ୍ଧାନେ ରାସ୍ତା ।

ଜ୍ୟୋତ୍ସ୍ନା ବିଧୌତ ରଜନୀ କାହିଁକି

ଆକର୍ଷି ପାରୁନି ହୃଦୟ ମୋର 

କ୍ଷୁଧିତ ଆତ୍ମା ପ୍ରୟାସ ରତ 

ବଳିପଡିଲାଣି ଉଦରାନଳ ।

କେଉଁ ଉତ୍ତରଣ ମାର୍ଗ ମୋ ଲାଗି 

କିଏ ସେ ପ୍ରସ୍ତୁତ କରିଛି କାହିଁ 

କଣ୍ଟକ ହୀନ ପଥରେ କିଏ ସେ

ନେଇଯିବ ମୋତେ ହାତ ଦେଖାଇ।

ସ୍ବପ୍ନ ଦେଖିବା ଦୁରୂହ ହେଲାଣି 

ନିଥର ନୟନେ କୁଜ୍ଝଟିକା

ତଥାପି ଭାବୁଛି ହାରିଯିବି ନାହିଁ 

ଜୀବନ ଯୁଦ୍ଧ ଲଢିବି ଏକା ।

ସବୁ ବାଧାବିଘ୍ନ ଅତିକ୍ରମ କରି

ଉନ୍ନତ ହେବି କର୍ମେ ମୋର

ପ୍ରତିଷ୍ଠା କରିବି ନୂତନ ପୃଥିବୀ 

ଆରମ୍ଭିଛି ଜୟ ଯାତ୍ରା ମୋର ।।

ସ୍ବପ୍ନ ନୁହେଁ ମୁଁ ବାସ୍ତବବାଦୀ 

ସମ୍ମୁଖେ ମୋର ଅନେକ ଝଡ 

ହାରିଯିବି ନାହିଁ ଡରିଯିବି ନାହିଁ 

ସକଳକ୍ଷେତ୍ରେ ରହିବି ଦୃଢ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational