STORYMIRROR

Chittaranjan Nanda

Abstract

4  

Chittaranjan Nanda

Abstract

ଉତ୍ତମ କର୍ମ

ଉତ୍ତମ କର୍ମ

1 min
477


ଜଗତେ ପାଇବ ବହୁ ଜନ, ବର୍ଣ୍ଣେ 

ବର୍ଣ୍ଣେ ବହୁ ବର୍ଣ୍ଣରୂପୀ,

ଚରିତ୍ର ଓ ଭାବନାରେ ମିଳେ ରୂପେ 

ରୂପେ କେତେ ଭିନ୍ନରୂପୀ.


ହୃଦୟେ ନଥିଲେ ସ୍ନେହ, ଦୟା ଓ

ମୋହ, ମାନ ଓ ଅଭିମାନ 

ନଥିଲେ ଆସକ୍ତି, ସେହି ବ୍ୟକ୍ତି ତ 

ମଣିଷରେ ଗଣା ନୁହେଁ ଜାଣ


ବିବେକ ଜ୍ଞାନର ଭାବନାରେ ଯାହାର 

ରହେ ସଦାଗତି,

ତାକୁ କେବେ ବାନ୍ଧି ନପାରେ ମିଥ୍ୟା,

ପାପ ଦୋଷ, ଏ ତିନି ଶକ୍ତି


ମୁହଁ ଦେଖି ଯେ ଜାଣି ପାରେ ଅନ୍ୟର

ଅନ୍ତର ବେଦନା 

ସେ ଧାର୍ମିକ, ପାଖେ ରହି ଭଲ କିଛି 

ପାଇଁ ଯୋଗାଏ ପ୍ରେରଣା 


ପଡୋଶୀର ଦ୍ଵନ୍ଦ୍ବ ଦୁଃଖ ଆଦିରେ, ଯିଏ 

ଦିଏ ଆଶ୍ୱାସନା

ତାହା ତ ପ୍ରକୃତ ପରମ ଧାର୍ମିକ, ସାରା 

ଜଗତରେ ଜଣା


ସମାଜରେ ଜଣକୁ ଜଣେ ବିପଦରୁ ଉଦ୍ଧାର 

କରି ପାରିଲେ

ସବୁଠାରୁ ଉତ୍ତମ କର୍ମ, ସେହି କର୍ମ, ତାହାର

ମନରେ ଆନନ୍ଦ ମିଳେ ।



Rate this content
Log in

Similar oriya poem from Abstract