STORYMIRROR

Anirudha Kund

Classics Inspirational

3  

Anirudha Kund

Classics Inspirational

ଉଠ ଆର୍ତ୍ତତ୍ରାଣ

ଉଠ ଆର୍ତ୍ତତ୍ରାଣ

1 min
237


ତୁମ୍ଭେ ନୀଳାଚଳେ ବସିଛ ନିଶ୍ଚଳେ

    ହୃଦୟ ପଥର କରି

କୁହ କାହିଁ ପାଇଁ କାଳିଆ ଗୋସାଇଁ 

  ଜୀବକୁ ଗଲ ପାଶୋରି ॥୧॥


ଭକତ ବତ୍ସଳ ଭକତ ବାନ୍ଧବ

   ବହିଛ ନାମକୁ ଧରି 

ଠିକଣା ବେଳରେ ଠକି ଦେଲେ ପ୍ରଭୁ

   ସବୁ ଯିବେ ଏଠି ମରି ॥୨॥


ନିଡର ନୁହେଁରେ ନୀଡରେ କେହି

  ଡେଣା ତ ଗଲାଣି ଚିରି

ତଥାପି ବଞ୍ଚିଛୁ ସାହସ ସଞ୍ଚିଛୁ

  ତୁମ୍ଭକୁ ଆଶରା କରି ॥୩॥


ମୋ କଳାବାମନ ପତିତ ପାବନ 

   ଅଶ୍ରୁ ଯାଉଅଛି ଝରି

ଛାଡି ସିଂହାସନ ଉଠ ଆର୍ତ୍ତତ୍ରାଣ 

   ରକ୍ଷାକର ନରହରି ॥୪॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics